ETV Bharat / politics

ଟିଟିଲାଗଡ଼ରେ ବିଜେପିର ମିଶ୍ରଣ ପର୍ବ, ପଦ୍ମ ଧରିଲେ ଶତାଧିକ ବିଜେଡି ନେତା - Titlagarh BJP Joining Program

author img

By ETV Bharat Odisha Team

Published : Apr 20, 2024, 10:24 AM IST

Titlagarh BJP Joining Program
Titlagarh BJP Joining Program

Titlagarh BJP Joining Program: ବଲାଙ୍ଗୀରରେ ବିଜେପିର ବଡ଼ ଧରଣର ମିଶ୍ରଣ ପର୍ବ । ଶଙ୍ଖ ଛାଡ଼ି ପଦ୍ମ ଧରିଲେ ବିଜେଡିର ଶତାଧିକ ନେତା ଓ କର୍ମୀ । ଅଧିକ ପଢନ୍ତୁ

ଟିଟିଲାଗଡ଼ରେ ବିଜେପିର ମିଶ୍ରଣ ପର୍ବ, ପଦ୍ମ ଧରିଲେ ଶତାଧିକ ବିଜେଡି ନେତା

ବଲାଙ୍ଗୀର: ଟିଟିଲାଗଡ଼ ବିଧାନସଭା ଆସନ ବିଜେଡି ମନ୍ତ୍ରୀଙ୍କ ଗଡ଼ କୁହାଯାଉଥିବା ବେଳେ ଏଠାରେ ପଦ୍ମ ଧରିଲେ ଶତାଧିକ ବିଜେଡି ନେତା ଓ କର୍ମୀ । ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ଗୁଡ଼ଭେଳା ବ୍ଲକରେ ବିଜେପି ଦଳ ତାର ଶକ୍ତି ପ୍ରଦର୍ଶନ କରିଛି । ଯେଉଁଥିରେ ବର୍ତ୍ତମାନ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନ ଓ ପୂର୍ବତନ ବିଧାୟକ ପ୍ରାର୍ଥୀ ଅଶୋକ ଦୋରା ଅଧ୍ୟକ୍ଷତା କରିଥିଲେ । ଗୁଡଭେଳା ବ୍ଲକ ଜିଲ୍ଲାର ସବୁଠୁ ପଛୁଆ ଅଞ୍ଚଳ । ଏଠାରେ ପରିବର୍ତ୍ତନର ଆବଶ୍ୟକ ବୋଲି କହିଛନ୍ତି ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ଅଶୋକ ଦୋରା ।

ଗୁଡ଼ଭେଳା ବ୍ଲକର ବିଭିନ୍ନ ଗ୍ରାମକୁ ଏକ ବିଶାଳ ଶୋଭା ଯାତ୍ରା ଦଳ ପକ୍ଷରୁ କରାଯାଇଥିଲା । ସେହିପରି ସ୍ଥାନୀୟ ଜାମୁଟ ଗ୍ରାମରେ ବକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଏହି ଅଞ୍ଚଳର ଏକାଧିକ ସରପଞ୍ଚ, ୱାର୍ଡ ମେମ୍ବର ସହ 65 ଜଣ ବିଜେଡି ନେତା ବିଜେପିରେ ସାମିଲ ହୋଇଥିଲେ । ସେହିପରି କଂଗ୍ରେସ ଦଳର ମଧ୍ୟ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଥିଲେ । ତେବେ ସ୍ଥାନୀୟ ବିଜେପି ନେତା ତଥା ପୂର୍ବତନ ବିଜେପି ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ଅଶୋକ ଦୋରା କହିଛନ୍ତି, "ଏହା ସେବା ଓ ଲୋକଙ୍କ ସହିତ ରହିବାର କାମ ଅଟେ । ଯାହା ବିଜେପି ଦଳ କରୁଛି ଓ ସମସ୍ତଙ୍କ ସୁଖ ଦୁଃଖର ସାଥି ହୋଇ ଅଞ୍ଚଳର ବିକାଶ ପାଇଁ ଆଗକୁ ଆସିଛି । ଗୁଡ଼ଭେଳା ଅଞ୍ଚଳ ଜିଲ୍ଲାର ସବୁଠୁ ପଛୁଆ ଅଞ୍ଚଳ ହୋଇଥିବା ବେଳେ ଏଠି ଦାଦନ ସମସ୍ୟା, ଜଳସେଚନର ଅଭାବ ଶିକ୍ଷା ସ୍ବାସ୍ଥ୍ୟ ସବୁ ଥିରେ ଏହି ଅଞ୍ଚଳ ଏବେ ବି ପଛୁଆ ଅଛି ।"

ଏହା ବି ପଢନ୍ତୁ- ବିଜେଡିରେ ମିଶିଲେ ବିଜେପି ନେତା ଭାଗିରଥୀ ପ୍ରଧାନ

ସେହିପରି ଏଠି ଜଳସମ୍ପଦ ମନ୍ତ୍ରୀ ଥିବା ସତ୍ତ୍ବେ ଅନେକ ନଦୀ ନାଳ ଥାଇ ମଧ୍ୟ ଜଳସେଚନ ପାଇଁ କୌଣସି ସୁବିଧା କରାଯାଇ ନାହିଁ । ସେହିପରି ଆଜି ବି ଏ ଅଞ୍ଚଳରେ ଜଳସେଚନ 3 ପ୍ରତିଶତରୁ କମ ଥିବା ବେଳେ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଏଥର ଲୋକେ ପରିବର୍ତ୍ତନ ଚାହୁଁଛନ୍ତି ଓ ବିଜେପିକୁ ହିଁ ପସନ୍ଦ କରୁଥିବାର ସେ କହିଛନ୍ତି । ସେପଟେ ବର୍ତ୍ତମାନ ବିଧାୟକ ପ୍ରାର୍ଥୀ ନବୀନ ଜୈନ କହିଛନ୍ତି, "ମୋଦିଙ୍କ ଗ୍ୟାରେଣ୍ଟି, ତାଙ୍କ ବିକାଶ ଧାରାରେ ପ୍ରଭାବିତ ହୋଇ ଆଜି ବିଜେଡି ଓ କଂଗ୍ରେସର ଶତାଧିକ କର୍ମୀ ଓ ନେତା ତଥା ମହିଳାମାନେ ବିଜେପିରେ ଯୋଗଦାନ କରିଛନ୍ତି । ଯାହା ପାଇଁ ଦଳ ଏଠି ମଜଭୁତ ହୋଇଥିବା ବେଳେ ଆଗକୁ ବିଜୟ ନିଶ୍ଚୟ ।"

ସୂଚନା ଥାଉ କି ନିର୍ବାଚନୀ ତାରିଖ ଘୋଷଣା ହେବା ପରେ ବିଭିନ୍ନ ଜିଲ୍ଲାରେ ଦଳ ଡିଆଁ ପର୍ବ ଆରମ୍ଭ ହୋଇଛି । ଏପରିକି ହେବିୱେଟ ନେତାମାନେ ମଧ୍ୟ ଟିକେଟ ଆଶାରେ ଅନ୍ୟ ଦଳରେ ଯୋଗଦେଉଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.