ETV Bharat / state

ମାହାଙ୍ଗା ଡବଲ ମର୍ଡର ମାମଲା: ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ - Mahanga Double Murder

author img

By ETV Bharat Odisha Team

Published : Apr 22, 2024, 10:46 PM IST

Mahanga Double Murder
Mahanga Double Murder

Mahanga Double Murder: ହାଇକୋର୍ଟରେ ସରିଲା ମାହାଙ୍ଗା ଡବଲ ମର୍ଡର ମାମଲାର ଶୁଣାଣି । ନିମ୍ନ ଅଦାଲତର ରାୟ ସଂରକ୍ଷିତ ରଖିଲେ ଉଚ୍ଚ ନ୍ୟାୟାଳୟ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଲେ କୋର୍ଟ । ଅଧିକ ପଢ଼ନ୍ତୁ

କଟକ: ହାଇକୋର୍ଟରେ ମାହାଙ୍ଗା ଡବଲ ମର୍ଡର ମାମଲା । ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ଉଚ୍ଚ ନ୍ୟାୟାଳୟ । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ବଳବତ୍ତର ରଖିଛନ୍ତି କୋର୍ଟ । ଗତ ଶୁଣାଣି ସମୟରେ ମଧ୍ୟ ନିଜ ପକ୍ଷ ରଖିବାକୁ ସମୟ ନେଇଥିଲେ ପ୍ରତିପକ୍ଷ । ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ସମୟ ନେଇଥିଲେ ପ୍ରତିପକ୍ଷ । ତେବେ ଶେଷଥର ପାଇଁ ସୁଯୋଗ ମଧ୍ୟ ଦେଇଥିଲେ ହାଇକୋର୍ଟ । ଆଜି ପ୍ରତିପକ୍ଷଙ୍କ ଯୁକ୍ତି ଉପସ୍ଥାପନ ପରେ ଶୁଣାଣି କରି ସାଲେପୁର ଜେଏମଏଫସି କୋର୍ଟଙ୍କ ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ ।

ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବିଧାୟକ ପ୍ରତାପ ଜେନା । କ୍ରିମିନାଲ ରିଭ୍ୟୁ ପିଟିସନ ଦାଖଲ କରିଥିଲେ ମାହାଙ୍ଗା ବିଧାୟକ ପ୍ରତାପ ଜେନା । ୨୦୨୧ ମସିହାରେ ମାହାଙ୍ଗା ଥାନା ଅନ୍ତର୍ଗତ ନୁର୍ତ୍ତାଙ୍ଗ ପଞ୍ଚାୟତରେ ହୋଇଥିବା ଡବଲ ମର୍ଡର ଘଟଣାରେ ପ୍ରତାପଙ୍କ ନାଁରେ ଲାଗିଛି ଦଫା ୩୦୨ । ବର୍ତ୍ତମାନ ତାଙ୍କ ବିରୋଧରେ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ଏହି ମାମଲା ଚାଲିଛି । ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏହି ରିଭ୍ୟୁ ପିଟିସନ ଦାଖଲ କରିଥିଲେ ପ୍ରତାପ । ହେଲେ ଏଠାରେ ଲିଖିତ ଯୁକ୍ତି ଉପସ୍ଥାପନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବାରମ୍ବାର ସମୟ ନେଇଥିଲେ ପ୍ରତିପକ୍ଷ । ଗତ 16 ତାରିଖରେ ବିଧାୟକଙ୍କୁ ଶେଷଥର ସମୟ ଦେଇଥିଲେ ହାଇକୋର୍ଟ । ଆଜି କୋର୍ଟରେ ଯୁକ୍ତି ଉପସ୍ଥାପନ ପରେ ତଳ କୋର୍ଟଙ୍କ ରାୟକୁ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ତେବେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଧାୟକଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଛନ୍ତି କୋର୍ଟ ।

ଏହା ମଧ୍ୟ ପଢ଼ନ୍ତୁ..ମାହାଙ୍ଗା ଡବଲ ମର୍ଡର ଘଟଣା: ବିଧାୟକଙ୍କୁ ଶେଷ ସୁଯୋଗ ଦେଲେ ହାଇକୋର୍ଟ, ୨୨ରେ ପରବର୍ତ୍ତୀ ଶୁଣାଣି - Mahanga Double Murder

ମାହାଙ୍ଗା ଡବଲ ମର୍ଡର ଘଟଣା: ମାହାଙ୍ଗା ଡବଲ ମର୍ଡର ଘଟଣାରେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାର ଅଭିଯୋଗକାରୀ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ 13 ଜଣଙ୍କ ନାଁରେ ଅଭିଯୋଗ କରିଥିଲେ । 13 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ 9 ଜଣ ଗିରଫ ହୋଇଥିଲେ । ଏତଲା ଅନୁଯାୟୀ 13 ତମ ଅଭିଯୁକ୍ତ ଥିଲେ ବିଧାୟକ ପ୍ରତାପ ଜେନା । ହେଲେ ପରବର୍ତ୍ତୀ ସମୟରେ ବିଧାୟକଙ୍କ ନାଁକୁ ଏଫ୍‌ଆଇଆର୍‌ରୁ ହଟାଇ ଦିଆଯାଇଥିଲା । ଏହା ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅଭିଯୋଗକାରୀ ରମାକାନ୍ତ । ଏହି ମାମଲାର ଶୁଣାଣି କରି ମାମଲାର ପୁନଃ ତଦନ୍ତ କରି ସାନି ଚାର୍ଜସିଟ୍ କରିବାକୁ ମାହାଙ୍ଗା ଥାନା ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମ୍‌ଏଫ୍‌ସି ।

ସେହିବର୍ଷ ଅଗଷ୍ଟ ମାସରୁ ଏହି ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ୩ ମାସ ସମୟ ଗଡ଼ାଇ ଚାଲିଥିଲା ପୋଲିସ୍‌ । ଏହାକୁ ନେଇ କୋର୍ଟ କ୍ଷୋଭ ପ୍ରକାଶ କରିଥିଲେ । ସେହିବର୍ଷ ନଭେମ୍ବର ୨୫ ତାରିଖ ସୁଦ୍ଧା ଚାର୍ଜସିଟ୍ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଡିସେମ୍ବର ୯ରେ ଡବଲ ମର୍ଡର ଘଟଣାର ଏତଲାକାରୀ ରମାକାନ୍ତ ବରାଳଙ୍କର ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.