ETV Bharat / state

ପୁଣି ଆଜି ଆସି ନାମାଙ୍କନ ଭରିଲେ ଅଙ୍କିତ, କାଲି କାହିଁକି ଭରିଲେ ନାହିଁ କହିଲେ କାରଣ - ANKIT FILES NOMINATION

author img

By ETV Bharat Odisha Team

Published : May 14, 2024, 5:23 PM IST

ANKIT FILES NOMINATION: ନାମାଙ୍କନ ଭରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ ମାହାଙ୍ଗା ବିଜେଡି ପ୍ରାର୍ଥୀ । ହେଲେ ହଠାତ ନାମାଙ୍କନ ନଭରି ଚାଲିଯାଇ ଆଜି ପୁଣି ଆସି ଭରିଲେ । ତେବେ ଏନେଇ ମୁହଁ ଖୋଲିଲେ ଅଙ୍କିତ

ANKIT FILES NOMINATION
ANKIT FILES NOMINATION (ETV Bharat Odisha)

ANKIT FILES NOMINATION (ETV Bharat Odisha)

କଟକ: ସୋମବାର ଶୋଭାଯାତ୍ରାରେ ଆସିଥିଲେ । ହେଲେ ନାମାଙ୍କନ ନଭରି ଫେରିଯାଇଥିଲେ ମାହାଙ୍ଗା ବିଜେଡି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା। ମାତ୍ର ଆଜି ପୁଣି ଆସି ନାମାଙ୍କନ ଭରିଲେ ଅଙ୍କିତ । ବିନା ଶୋଭାଯାତ୍ରାରେ ବାପା ପ୍ରତାପ ଜେନାଙ୍କ ସହ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି । ୪ ସେଟ୍‌ ନାମାଙ୍କନ ଭରିଛନ୍ତି ଅଙ୍କିତ । ତେବେ ଗତକାଲି କାହିଁକି ନାମାଙ୍କନ ଭରିନଥିଲେ ସେନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ପରଦା ହଟାଇଛନ୍ତି ଅଙ୍କିତ ।

ଏହାବି ପଢନ୍ତୁ....ବିରାଟ ଶୋଭାଯାତ୍ରାରେ ଆସିଲେ ବାପପୁଅ, ନାମାଙ୍କନ ନଭରି ଫେରିଗଲେ ଅଙ୍କିତ - Nomination Issue

ବିରାଟ ଶୋଭାଯାତ୍ରାରେ ଆସିଥିଲେ ବାପ ପୁଅ ମାତ୍ର ନାମାଙ୍କନ ନଭରି ଫେରି ଯାଇଥିଲେ । ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଥିଲା । ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଜେଡି ପାର୍ଥୀ ଅଙ୍କିତ ପ୍ରତାପ ଜେନା ଶୋଭାଯାତ୍ରାରେ ଆସି ନାମାଙ୍କନ ନଭରି ଫେରିଯିବା ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା । କାହିଁକି ନାମାଙ୍କନ ଭରି ପାରିଲେନି ଅଙ୍କିତ, ବିଜେଡି ଟିକଟରୁ କିଏ ଲଢ଼ିବ, ପୁଅ ଅଙ୍କିତ ନାଁ ବାପା ପ୍ରତାପ ଜେନା, ଏଭଳି ଘଟଣା ଯାହାକି କେବଳ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନୁହେଁ ବରଂ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗାର ବିଧାୟକ ପ୍ରତାପ ଜେନାଙ୍କୁ ଟିକଟ ମିଳିବା ପରିବର୍ତ୍ତେ ପୁଅକୁ ଟିକଟ ଯେତିକି ଚର୍ଚ୍ଚା ହୋଇ ନଥିଲା, ତାହା ଠାରୁ ବଳିଗଲା ଶୋଭାଯାତ୍ରାରେ ଆସି ଫେରିଯିବା ଘଟଣା ।

ସେ କହିଛନ୍ତି, "ଶୁଭ ସମୟ ଗଡିଯିବାରୁ ସେ ଗତକାଲି ନାମାଙ୍କନ ଭରି ପାରିନଥିଲେ । ଶୁଭ ସମୟ ଗଡି ଯାଇଥିଲା । ବିରାଟ ଶୋଭାଯାତ୍ରାରେ ଆସିବାରୁ ନିର୍ଦ୍ଧାରିତ ଶୁଭ ସମୟ ଗଡି ଯାଇଥିଲା ଯାହା ଫଳରେ ନମାଙ୍କନ ଭରି ପାରି ନଥିଲି । ପୁଣି ଆଜି ଆସି ନାମାଙ୍କନ ଭରିଛି ।" ଗତକାଲି ସକାଳୁ ଉଭୟ ବାପା ପ୍ରତାପ ଜେନା ଏବଂ ପୁଅ ଅଙ୍କିତ ପ୍ରତାପ ଜେନା ନମାଙ୍କନ ପାଇଁ ଶୋଭାଯାତ୍ରା ଆୟୋଜନ କରିଥିଲେ । ନିଜ ଗାଁ ମନ୍ଦିରରେ ପୂଜା କରିବା ପରେ ନିଜ ସମର୍ଥକଙ୍କ ସହ ବିରାଟ ପଟୁଆରରେ ବାହାରିଥିଲେ । ମାହାଙ୍ଗାରୁ କଟକ ବିରାଟ ଶୋଭାଯାତ୍ରାର ଆୟୋଜନ ମଧ୍ୟ କରାଯାଇଥିଲା । ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ମଧ୍ୟ ପ୍ରବେଶ କରିଥିଲେ ଉଭୟ । ମାତ୍ର କୁଆଡୁ ଫୋନ ଆସିଲା ଯେ ନାମାଙ୍କନ ନଭରି ଫେରି ଯାଇଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲେ ହେଁ ବର୍ତ୍ତମାନ ଏଥିରେ ଯବନିକା ପକାଇଛନ୍ତି ଅଙ୍କିତ ।


ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.