ETV Bharat / state

ରାଉରକେଲାରେ ଶ୍ରମିକଙ୍କୁ ନେଇ କଂଗ୍ରେସର ବୈଠକ - Lok Sabha Election 2024

author img

By ETV Bharat Odisha Team

Published : May 7, 2024, 3:18 PM IST

CONGRESS MEETING
CONGRESS MEETING (ETV BHARAT ODISHA)

Congress meeting for Election 2024: ନିର୍ବାଚନରେ ବିଜୀୟ ହେବାକୁ ଶ୍ରମିକଙ୍କୁ ନେଇ କଂଗ୍ରେସର ବୈଠକ । ନିର୍ବାଚନରେ ଦଳ କିପରି ବିଜୟୀ ହେବେ ସେ ନେଇ ବୈଠକରେ ଆଲୋଚନା । ଅଧିକ ପଢନ୍ତୁ

CONGRESS MEETING (ETV BHARAT ODISHA)

ରାଉରକେଲା: ରାଉରକେଲା ଶ୍ରମିକ ସଂଘ କାର୍ଯ୍ୟାଳୟରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ଚଳିତ ନିର୍ବାଚନରେ ଦଳ କିପରି ଭଲ ପ୍ରଦର୍ଶନ କରିବା ସହ ବିଜୟୀ ହେବେ ସେନେଇ INTUC ଶ୍ରମିକ ସଂଗଠନର ସମସ୍ତ ଶ୍ରମିକ ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ କଂଗ୍ରେସ ପ୍ରାର୍ଥୀ । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ଏବଂ ଶ୍ରମିକ ମାରଣ ନୀତି ବିରୋଧରେ ଲଢେଇ କରି ଏଥର କଂଗ୍ରେସକୁ ବିଜୟୀ କରିବା ପାଇଁ ଆହ୍ୱାନ ଦେଇଛନ୍ତି କଂଗ୍ରେସର ପ୍ରାର୍ଥୀ । ରାଉରକେଲା ବିଧାନସଭା ସହ ରଘୁନାଥପାଲ୍ଲୀ ବିଧାନସଭା ଏବଂ ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ନିର୍ଦ୍ୱନ୍ଦ୍ବରେ ବିଜୟ ଲାଭ କରିବ ଏବଂ ଲୋକେ କଂଗ୍ରେସ ଉପରେ ଆସ୍ଥା କରିବେ ନିଶ୍ଚିତ ବୋଲି କହିଛି କଂଗ୍ରେସ ।

ସୋମବାର ରାଉରକେଲା ଶ୍ରମିକ ସଂଘ କାର୍ଯ୍ୟଳୟରେ ସମସ୍ତ ଶ୍ରମିକମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ କଂଗ୍ରେସର ଲୋକସଭା ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀ, ରାଉରକେଲା ପ୍ରାର୍ଥୀ ବିରେନ୍ଦ୍ର ନାଥ ପଟ୍ଟନାୟକ ଓ କଂଗ୍ରେସ ରଘୁନାଥପାଲ୍ଲୀ ପ୍ରାର୍ଥୀ ଗୋପାଳ ଦାସ । କିଭଳି ଲୋକଙ୍କ ନିକଟରେ କଂଗ୍ରେସର ସମସ୍ତ ଗ୍ୟାରେଣ୍ଟି ପହଞ୍ଚିବ କଂଗ୍ରେସ ପାଇଁ ଭୋଟ ଭିକ୍ଷା କିଭଳି କରାଯିବ, କେଉଁ ମୁଦ୍ଦାକୁ ସାମ୍ନାକୁ ନିଆଯିବ ସେନେଇ ନେଇ କର୍ମୀମାନେ ଭୋଟରଙ୍କ ନିକଟତର ହେବେ ସେନେଇ ଆଲୋଚନା କରାଯାଇଥିଲା । ଏହି କର୍ମୀ ସମ୍ମିଳନୀରେ କଂଗ୍ରେସ, INTUC ସହ ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ନିୟମ ଏବଂ ରାଜ୍ୟ ସରକାରଙ୍କ ଜନ ସାଧାରଣଙ୍କୁ ଅବହେଳା ହେଉଥିବା ନେଇ ଅଭିଯୋଗ କରିଥିଲା କଂଗ୍ରେସ ।

ଏହା ମଧ୍ୟ ପଢନ୍ତୁ-କଂଗ୍ରେସ ସାଙ୍ଗଠନିକ ବୈଠକ, କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ସମ୍ବଲପୁର ଲୋକସଭା ପର୍ଯ୍ୟବେକ୍ଷକ - Congress Meeting

ଉପସ୍ଥିତ ଲୋକସଭା ଓ ବିଧାନସଭା ପ୍ରାର୍ଥୀ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ଓ ନିର୍ବାଚନରେ ନିଜର ପ୍ରାଥମିକତା ସମ୍ପର୍କରେ ସୂଚନା ଦେଇଥିଲେ । କଂଗ୍ରେସ ଗ୍ୟାରେଣ୍ଟି କାର୍ଡରେ ରହିଥିବା ସମସ୍ତ ଗ୍ୟାରେଣ୍ଟିକୁ କଂଗ୍ରେସ ସରକାରକୁ ଆସିଲେ ପୁରା କରାଯିବ ବୋଲି କହିଥିଲେ କଂଗ୍ରେସ ନେତାଏ । ଗ୍ୟାରେଣ୍ଟିରେ ଘରୋଇ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ ଦେୟ ଛାଡ, ଯୁବ ବିକାଶ ଗ୍ୟାରେଣ୍ଟିରେ ୫ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ଓ ବେକାରୀ ଭତ୍ତା ମାସିକ ୩୦୦୦ଟଙ୍କା, କୃଷକ ବନ୍ଧୁ ଗ୍ୟାରେଣ୍ଟିରେ ବୋନସ ସହ ଧାନର ମୂଲ୍ୟ କ୍ବିଣ୍ଟାଲ ପ୍ରତି ୩୦୦୦ଟଙ୍କା, କୃଷି ଋଣ ଛାଡ ଏବଂ କୃଷକଙ୍କ ପାଇଁ ମାସିକ ପେନସନ ୨୦୦୦ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି । ସେହିପରି ଗୃହ ଲକ୍ଷ୍ମୀ ଗ୍ୟାରେଣ୍ଟିରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ, ମହିଳାଙ୍କୁ ମାସିକ ଭତ୍ତା ୨୦୦୦ଟଙ୍କା ଏବଂ ଆଦିବାସୀ-ଦଳିତ ମହିଳାଙ୍କୁ ମାସିକ ଭତ୍ତା ୩୦୦୦ଟଙ୍କା, ମାସକୁ ୫୦୦ଟଙ୍କାରେ ଗ୍ୟାସ ସିଲିଣ୍ଡର ପ୍ରଦାନ କରାଯିବା ନେଇ କଂଗ୍ରେସ ଗ୍ୟାରେଣ୍ଟି ଦେଇଛି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.