ETV Bharat / state

ପୁଣି ବିବାଦରେ ବେଗୁନିଆ ଥାନା, ଅପରାଧୀଙ୍କୁ ସୁରକ୍ଷା ଯୋଗାଉଥିବା ଅଭିଯୋଗ ଆଣି ତାତିଲେ ଲୋକେ

author img

By ETV Bharat Odisha Team

Published : Mar 20, 2024, 12:26 PM IST

locals protest outside Begunia police station
locals protest outside Begunia police station

locals protest outside Begunia police station: ଅପରାଧୀକୁ ସୁରକ୍ଷା ଯୋଗାଉଥିବା ଅଭିଯୋଗରେ ବେଗୁନିଆ ଥାନା ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ବିକ୍ଷୋଭ । ଅଧିକ ପଢନ୍ତୁ

locals protest outside Begunia police station

ଖୋର୍ଦ୍ଧା: ବେଗୁନିଆ ଥାନା ସମ୍ମୁଖରେ ଉତ୍ତେଜନା । ଅପରାଧୀକୁ ସୁରକ୍ଷା ଯୋଗାଉଥିବା ଅଭିଯୋଗରେ ମଙ୍ଗଳବାର ବିଳମ୍ବିତ ରାତିରେ ଥାନା ସମ୍ମୁଖରେ ବିକ୍ଷୋଭ କରିବା ସହ ଜାତୀୟ ରାଜପଥକୁ ଅବରୋଧ କଲେ ସ୍ଥାନୀୟଲୋକେ । ଥାନା ଆଇଆଇସିଙ୍କ ବଦଳି ସହ ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବିରେ ଦୀର୍ଘ ସମୟ ଧରି ଆନ୍ଦୋଳନ ଦେଖିବାକୁ ମିଳିଥିଲା । ସେପଟେ ପୋଲିସ ପକ୍ଷରୁ ତଦନ୍ତ କରାଯାଇ 2 ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାଯିବା ନେଇ ପ୍ରତିଶ୍ରୁତି ଦିଆଯିବା ପରେ ଧାରଣାରୁ ହଟିଥିଲେ ଉତ୍ତ୍ୟକ୍ତ ଲୋକେ ।

ଜନସାଧାରଣଙ୍କ ଆସ୍ଥା ହରାଉଛି ବେଗୁନିଆ ପୋଲିସ । ପୋଲିସ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ରଖିବା ପାଇଁ 'ଆମ ପୋଲିସ' କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣ ଓ ପୋଲିସ ଅପିଲ କରାଯାଉଥିଲେ ମଧ୍ୟ ଏହାର ସୁଫଳ ଦେଖିବାକୁ ମିଳିନାହିଁ ବେଗୁନିଆ ଥାନା ଅଞ୍ଚଳରେ । ପୁଣିଥରେ ବିବାଦ ଘେରରେ ବେଗୁନିଆ ଥାନା । ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ବେଗୁନିଆ ଥାନା ସମ୍ମୁଖରେ ଶତାଧିକ ସ୍ଥାନୀୟଲୋକଙ୍କ ଜୋରଦାର ବିରୋଧ ଦେଖିବାକୁ ମିଳିଥିଲା । ବେଗୁନିଆ ପୋଲିସ ବିରୁଦ୍ଧରେ ନାରାବାଜି ଦେବା ସହ ବେଗୁନିଆ ଥାନା ଅଧିକାରୀଙ୍କ ବଦଳି ଦାବି କରିଥିଲେ ଉତ୍ତକ୍ତ ଲୋକେ । ପୋଲିସ କିପରି ଅପରାଧୀମାନଙ୍କୁ ଘଣ୍ଟ ଘଡାଉଛି, ଅଭିଯୋଗ କଲେ ପୋଲିସ ପାଖରୁ କିଛି ସୁଫଳ ନ ମିଳୁଥିବା ଅଭିଯୋଗ କରି ମଧ୍ୟରାତିରେ ଜାତୀୟ ରାଜପଥଙ୍କୁ ଅବରୋଧ କରିବା ସହ ପୋଲିସ ବିରୁଦ୍ଧରେ ନାରାବାଜି କରିଛନ୍ତି ଗ୍ରାମବାସୀ ।

ସୂଚନା ଅନୁଯାୟୀ ଗତକାଲି (ମଙ୍ଗଳବାର) ଚଟୁଆ ଗ୍ରାମର ପ୍ରକାଶ ସାହୁଙ୍କୁ କଡବ ଓ ବେଗୁନିଆ ଅଞ୍ଚଳର କିଛି ଯୁବକ ଚଟୁଆ ଯାଇ ଆକ୍ରମଣ କରିଥିଲେ । ଆକ୍ରମଣରେ ପ୍ରକାଶ ଗୁରୁତର ଆହତ ହୋଇ ଏମସ୍‌ରେ ଚିକିତ୍ସିତ ହେଉଥିବା ବେଳେ ଏନେଇ ଥାନା ଏତଲା ଦେଇଥିଲେ । କିନ୍ତୁ ଅଭିଯୁକ୍ତଙ୍କୁ ପୋଲିସ ଗିରଫ ନକରି ଚୁପ ବସିଥିବା ବେଳେ ରାତିରେ ଆକ୍ରମଣକାରୀ ପୁନର୍ବାର ଗ୍ରାମକୁ ଯାଇ ଗାଳିଗୁଲଜ କରିଥିଲେ । ଦୁର୍ବୃତ୍ତମାନେ 'ପୋଲିସ ମୋର କିଛି କରିବନି, ପୋଲିସ ମୋ ହାତରେ କହିବା ସହ ଥାନାରେ ଏତଲା ଦେଲେ ପୁନର୍ବାର ଆକ୍ରମଣ କରିବାକୁ ଚେତାବନୀ ଦେଇଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ଏହାକୁ ନେଇ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ମଧ୍ୟରାତ୍ରିରେ ପୋଲିସ ଅପରାଧୀକୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରି ଥାନା ସମ୍ମୁଖରେ ଆନ୍ଦୋଳନ କରିଥିଲେ । ପୋଲିସ ବିରୋଧରେ ନାରାବାଜି କରିବା ସହ ଆକ୍ରମଣକାରୀକୁ ସୁରକ୍ଷା ଯୋଗାଉଥିବା କହି ଥାନା ଅଧିକାରୀଙ୍କର ବଦଳି ଦାବି କରିଥିଲେ । ତେବେ ଏନେଇ ପୋଲିସ ବୁଝାସୁଝା କରିବା ସହ ଦୁଇଦିନ ଭିତରେ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପ୍ରତିଶ୍ରୁତି ପରେ ରାସ୍ତା ରୋକ ହଟିଥିଲା ।

ଏହାମଧ୍ୟ ପଢନ୍ତୁ.. ବାଲିପାଟଣା ହତ୍ୟାକାଣ୍ଡର ପର୍ଦ୍ଦାଫାସ, ମହିଳାଙ୍କ ସମେତ ଗୋଟିଏ ପରିବାରର ୧୦ ଅଭିଯୁକ୍ତ ଗିରଫ

ବେଗୁନିଆ ଥାନାକୁ ନେଇ ସ୍ଥାନୀୟଲୋକଙ୍କ ମଧ୍ୟରେ ଅଶାନ୍ତି ବୃଦ୍ଧି ପାଉଥିବା ଦେଖିବାକୁ ମିିଳୁଛି । ଅତୀତରେ ବେଗୁନିଆ ଥାନା ପୋଡି ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ଏପରିକି ନିକଟ ଦିନରେ ବାଣ ଜବତ ଓ ରାତିରେ ଚାଲାଣ, ପୁଣି ଦୁର୍ଘଟଣା ଘଟାଇ ମଦ ମାଫିଆ ଖସିଯାଉଥିବା ବେଳେ ଲୋକଙ୍କ ଦ୍ୱାରା ଧରାପଡି ପୋଲିସ ଜିମା ଦିଆଯାଇଥିବା ଘଟଣା ମଧ୍ୟ ବେଗୁନିଆ ପୋଲିସ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଅନ୍ୟପଟେ ଘଟଣା ସମ୍ପର୍କରେ ବେଗୁନିଆ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା କହିଛନ୍ତି, "ତିନି ଜଣ ବ୍ୟକ୍ତିଙ୍କ ନାମରେ ଅଭିଯୋଗ ହୋଇଛି ଆମେ ମାମଲା ରୁଜୁ କରି ଆକ୍ରମଣ କାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛୁ ।"

ଇଟିଭି ଭାରତ ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.