ETV Bharat / state

ମୃତଦେହକୁ ଲୁଚାଇ ଫୋପାଡିବା ବେଳେ ଦେଖିଦେଲେ ଲୋକେ, ବନ୍ଧା ହେଲେ ୩ ଯୁବକ - Suspicious Death Of woman

author img

By ETV Bharat Odisha Team

Published : Apr 9, 2024, 8:10 AM IST

Suspicious Death
Suspicious Death

Youths Arrested For Carrying Deadbody: ରାଜଧାନୀରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ମୃତଦେହ ଫୋପାଡିବାକୁ ନେବାବେଳେ ଧରାପଡିଗଲେ ୩ ଯୁବକ । ଅଧିକ ପଢନ୍ତୁ

Suspicious Death

ଭୁବନେଶ୍ବର: ରାଜଧାନୀରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ମୃତଦେହ ଫୋପାଡିବା ପୂର୍ବରୁ ଦେଖିଦେଲେ ଲୋକେ । ଆଉ ହତ୍ୟା ଷଡ଼ଯନ୍ତ୍ର ରଚିଥିବା ୩ ଜଣ ଯୁବକ ଧରାପଡିଯିବା ପରେ ଏବେ ଥାନାରେ ଅଟକ ରହିଛନ୍ତି । ଧଉଳି ଥାନା ଲିଙ୍ଗିପୁର ନଦୀପଠାରେ ଘଟିଛି ଏଭଳି ଘଟଣା । ରବିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ମୃତଦେହକୁ ଫୋପାଡିବାକୁ ଉଦ୍ୟମ ବେଳେ ଧରାପଡିଛି ୩ ଯୁବକଙ୍କ କାରନାମା । ଯାହାକୁ ନେଇ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ଏନେଇ ଏସିପି କୃଷ୍ଣଚନ୍ଦ୍ର ପଲେଇ କହିଛନ୍ତି ଯେ, ଏହି ଘଟଣାରେ ସାଇଣ୍ଟିଫିକ ତଦନ୍ତ ଚାଲିଛି । ୩ ଜଣଙ୍କୁ ଅଟକ ରଖାଯାଇଛି, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା ରହିଛି ।


ସୂଚନା ଅନୁସାରେ, ରବିବାର ଦିନ ବର୍ଷା ପବନରେ ୩ ଜଣ ଯୁବକ ୨ଟି ବାଇକରେ ଜଣେ ମହିଳାକୁ ନେଇ ନଦୀପଠା ଆଡକୁ ଯାଉଥିଲେ । ଗୋଟିଏ ବାଇକରେ ମୃତଦେହ ଧରି ଦୁଇ ଜଣ ଯାଉଥିବାବେଳେ ପଛରେ ଆଉ ଜଣେ ସେମାନଙ୍କ ପିଛା କରି ଯାଉଥିଲା । ତେବେ ବାଙ୍କୁଆଳ ରାସ୍ତାରେ ଲିଙ୍ଗିପୁର ନଦୀପଠାରେ ଯୁବତୀଙ୍କ ଗୋଡ଼ ତଳେ ଘୁଷୁଡିଥିବା ଲୋକଙ୍କ ନଜରରେ ଆସିଥିଲା । ଏନେଇ ସନ୍ଦେହ ପ୍ରକାଶ ହେବା ପରେ ହୋହଲ୍ଲା କରିଥିଲେ ସ୍ଥାନୀୟ ଲୋକେ । ଯାହାକୁ ଦେଖିବା ପରେ ଭୟଭୀତ ହୋଇ ଅଭିଯୁକ୍ତମାନେ ମହିଳାଙ୍କ ମୃତଦେହ ସହ ଗାଡି ଛାଡ଼ି ଚମ୍ପଟ ମାରିଥିଲେ । ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ମହିଳା ଜଣକ ଗଞ୍ଜାମର ଓ ସେ ଏଠାରେ ୩ ମାସ ହେବ ଜଣେ ପଶ୍ଚିମବଙ୍ଗର ମିସ୍ତ୍ରୀଙ୍କ ପାଖରେ ରହି ରୋଷେଇ କରି ଖାଇବା ଦେବା ସହ ଦିନ ମଜୁରିଆ ଭାବେ କାମ କରୁଥିବା ପୋଲିସ ଜାଣିବାକୁ ପାଇଛି ।


ତଦନ୍ତ ବେଳେ ୨ଟି ଗାଡି ନମ୍ବରରୁ ବଙ୍ଗୀୟ ମିସ୍ତ୍ରୀ ସେକ ରାଜା ଓ ଭାଗ୍ୟ ଡାକୁଆ ସହ ଆଉ ଜଣେ ସହଯୋଗୀକୁ ଠାବ କରି ସେମାନଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଏନେଇ ପୋଲିସକୁ ବୟାନ ଦେଇ ଅଭିଯୁକ୍ତମାନେ କହିଛନ୍ତି, "ମହିଳା ଜଣଙ୍କ ସେକ ରାଜାକୁ ବିବାହ କରିଥିଲେ । ଗଞ୍ଜାମରୁ ଘରୁ ପଳାଇ ଆସିବା ପରେ ଏଠାରେ ରାଜା ପାଖେ ରହି କାମ କରୁଥିଲେ । ଉଭୟ ଲିଙ୍ଗୀପୁରରେ ଏକ ଭଡା ଘରେ ରହିଆସୁଥିଲେ । ହେଲେ ସେକ ରାଜା ପଶ୍ଚିମବଙ୍ଗ ଯିବା ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ଯାହାକୁ ମହିଳା ଜଣଙ୍କ ସହି ନପାରି ଜୀବନ ହାରିଥିଲେ । ପରେ ରାଜା ଭୟଭୀତ ହୋଇ ତା'ର ଦୁଇ ସହଯୋଗୀ ଭାଗ୍ୟ ଡାକୁଆ ଓ ସାଙ୍ଗକୁ ଡାକି ମୃତଦେହକୁ ବାଇକରେ ନେଇ ନଦୀପଠାକୁ ଯାଉଥିଲେ । ପ୍ରମାଣ ନଷ୍ଟ କରିବାକୁ ଯୋଜନା କରିବା ବେଳେ ବାଟରେ ଲୋକଙ୍କ ହାବୁଡରେ ପଡି ଫସିଥିବା ନେଇ ସେମାନେ ପୋଲିସ ନିକଟରେ ବୟାନ ଦେଇଛନ୍ତି ।

ଏହା ବି ପଢନ୍ତୁ...ଖରସ୍ରୋତା ନଦୀକୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର,ପରିବାର ପକ୍ଷରୁ ହତ୍ୟା ଅଭିଯୋଗ - Youths Body Found Suspiciously

ଏନେଇ ପୋଲିସ ସେମାନଙ୍କ ବୟାନ ରେକର୍ଡ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଝିଅକୁ ହତ୍ୟା କରାଯାଇଥିବା ନେଇ ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ୩୦ ଜାନୁଆରୀ ୨୦୨୧ରେ ଖଣ୍ଡଗିରି ଥାନା ଅଞ୍ଚଳରେ ଏକ ଗେଷ୍ଟ ହାଉସରେ ଠିକ ଝରାଫୁଲଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଆଉ ତା'ର ପୁରୁଷ ବନ୍ଧୁ ମୃତଦେହକୁ ଏକ ସ୍କୁଟି ଯୋଗେ ବାଇକରେ ନିଜର ଜଣେ ସାଙ୍ଗ ସହ ନେଇ ଯାଜପୁର କୁଆଖିଆ ଅଞ୍ଚଳକୁ ଯିବା ବାଟରେ ଲୋକଙ୍କ ହାବୁଡରେ‌ ପଡିଥିଲା । ପରବର୍ତ୍ତୀ ସମୟରେ ଏହି ହତ୍ୟା ମାମଲାରେ ପୁରୁଷ ବନ୍ଧୁ ଓ ତା'ର ସହଯୋଗୀ ଗିରଫ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.