ETV Bharat / state

ଡରାଉଛି କିଡନୀ ରୋଗ: ହରଭଙ୍ଗା ବ୍ଲକରେ ସ୍ଥିତି ସଙ୍ଗୀନ, ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି

author img

By ETV Bharat Odisha Team

Published : Feb 4, 2024, 9:11 PM IST

Kidney Patients In Boudh
Kidney Patients In Boudh

Kidney Patients In Boudh: ବୌଦ୍ଧ ଜିଲ୍ଲାରେ ଗତ କିଛି ବର୍ଷ ମଧ୍ୟରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଅନେକଙ୍କ ଜୀବନ ଯାଇଛି । ବର୍ତ୍ତମାନ ମଧ୍ୟ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଏଥିପ୍ରତି ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି । ଅଧିକ ପଢନ୍ତୁ

Kidney Patients In Boudh

ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ କାୟା ବିସ୍ତାର କରିବାରେ ଲାଗିଛି କିଡନୀ ରୋଗ । ଗତ କିଛି ବର୍ଷ ମଧ୍ୟରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଅନେକଙ୍କ ଜୀବନ ଯାଇଛି । ବର୍ତ୍ତମାନ ମଧ୍ୟ ଅନେକ କିଡନୀ ରୋଗୀ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ଦୂଷିତ ପାନୀୟଜଳ ବ୍ୟବହାର ଯୋଗୁଁ ଏହି କିଡନୀ ରୋଗ ବ୍ୟାପିବାରେ ଲାଗିଥିବା ଆଶଙ୍କା କରାଯାଉଛି । ସ୍ବାସ୍ଥ୍ୟ ବିଭାଗ ଏନେଇ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲାର ୩ ଟି ବ୍ଲକରେ ଅନେକ କିଡନୀ ରୋଗୀ ଚିହ୍ନଟ ହେଉଛନ୍ତି । ବିଶେଷ ଭାବରେ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ଏହି କିଡନୀ ରୋଗ ବ୍ୟାପିବାରେ ଲାଗିଛି । ଏହି କିଡନୀ ରୋଗ ୩ ଶହରୁ ଉର୍ଦ୍ଧ୍ବ ରୋଗୀଙ୍କ ମୃତ୍ୟୁର କାରଣ ହୋଇଛି। ହରଭଙ୍ଗା ବ୍ଲକର ଜବଲପୁର ଭଳି ଗ୍ରାମରେ ଏହି କିଡନୀ ରୋଗ ଯୋଗୁଁ ଅନେକ ପରିବାର ପୁରୁଷ ଶୂନ୍ୟ ହୋଇପଡ଼ିଛି। ଜବଲପୁର ଭଳି ହରଭଙ୍ଗା ବ୍ଲକର ଶତାଧିକ ଗ୍ରାମରେ କିଡନୀ ରୋଗ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଭଳି ସ୍ଥିତି ଉପୁଜୁଛି । ତେଣୁ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ଚିକିତ୍ସା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ଏହା ବି ପଢନ୍ତୁ...ଡରାଉଛି କିଡନୀ ରୋଗ, ପୁରୁଷ ଶୂନ୍ୟ ହୋଇଯାଉଛି ଗାଁ !

ଏହା ବି ପଢନ୍ତୁ...ଖାଇବା ସମୟରେ ଲୁଣ ପକାଇ ଖାଉଥିଲେ ସାବଧାନ, ହୋଇପାରେ କ୍ରୋନିକ କିଡନୀ ରୋଗ

ଏହା ବି ପଢନ୍ତୁ...ମାଆଙ୍କୁ କିଡନୀ ରୋଗ, ପାଠପଢ଼ା ଛାଡ଼ି ଘର ଚଳାଉଛନ୍ତି ପୁଅ ଝିଅ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 'ନିରାମୟ ଯୋଜନା' ମାଧ୍ୟମରେ କିଡନୀ ରୋଗୀଙ୍କୁ ମାଗଣା ଔଷଧ ସହିତ କିଡନୀ ରୋଗୀଙ୍କ ପାଇଁ ମାଗଣାରେ ଡାଏଲିସିସ ସେବା ମଧ୍ୟ ଯୋଗାଇ ଦିଆଯାଉଛି। ତେବେ ଏହି ଚିକିତ୍ସା କିଡନୀ ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ହେଉନଥିବାରୁ ହରଭଙ୍ଗା ବ୍ଲକରେ ଏକ କିଡନୀ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ଦାବି ହୋଇଛି । ଏହାବ୍ୟତୀତ ଏହି କିଡନୀ ରୋଗ ବ୍ୟାପିବାର କାରଣ ଓ ନିରାକରଣ ଉପରେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବାକୁ ଦାବି ହୋଇଛି । ବର୍ତ୍ତମାନ ବୌଦ୍ଧ ଜିଲ୍ଲାର ନୂତନ ଜିଲ୍ଲାପାଳ ଜେ. ସୋନାଲ ଜିଲ୍ଲାର ସ୍ବାସ୍ଥ୍ୟସେବାକୁ ଅଧିକ ଗୁରୁତ୍ବ ପ୍ରଦାନ କରିଛନ୍ତି । ତେବେ ହରଭଙ୍ଗା ବ୍ଲକର ଲୋକେ ଏନେଇ ପଦକ୍ଷେପ ଗ୍ରହଣ ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ।


ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.