ETV Bharat / state

ରାଗିଂରେ ଲାଗୁନି ରୋକ୍, ସିନିୟରଙ୍କ ମାଡ଼ରେ ଭାଙ୍ଗିଲା ଜୁନିୟର ଛାତ୍ରୀଙ୍କ ହାତ

author img

By ETV Bharat Odisha Team

Published : Feb 22, 2024, 3:28 PM IST

Ragging in Private University in Bhubaneswar : ରାଜଧାନୀର ଏକ ଘରୋଇ ବିଶ୍ବବିଦ୍ୟାଳୟରୁ ଆସିଛି ରାଗିଂ ଅଭିଯୋଗ । ବିଶ୍ବବିଦ୍ୟାଳୟର ଜଣେ ପ୍ରଥମ ବର୍ଷ ଆଇନ ଛାତ୍ରୀଙ୍କୁ ତିନିଜଣ ସିନିୟର ଛାତ୍ରୀ ମାଡ଼ ମାରିଥିବା ହୋଇଛି ଅଭିଯୋଗ । ଅଧିକ ପଢନ୍ତୁ,

ରାଗିଂରେ ଲାଗୁନି ରୋକ୍, ରାଜଧାନୀରେ ଆଇନ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ
ରାଗିଂରେ ଲାଗୁନି ରୋକ୍, ରାଜଧାନୀରେ ଆଇନ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ

ଭୁବନେଶ୍ବର: ରାଜ୍ୟରେ ଥମୁନି ରାଗିଂ ଘଟଣା । ରାଜଧାନୀର ଏକ ଘରୋଇ ବିଶ୍ବବିଦ୍ୟାଳୟରୁ ଆସିଛି ରାଗିଂର ଅଭିଯୋଗ । ବିଶ୍ବବିଦ୍ୟାଳୟର ଜଣେ ପ୍ରଥମ ବର୍ଷ ଆଇନ୍ ଛାତ୍ରୀଙ୍କୁ ତିନିଜଣ ସିନିୟର ଛାତ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଉଚ୍ଚଶିକ୍ଷା ବିଭାଗର ଅନେକ ପ୍ରୟାସ ଓ ବାରମ୍ବାର ଚେତାବନୀ ସତ୍ତ୍ବେ ଶିକ୍ଷାନୁଷ୍ଠାନରେ ଘଟିଛି ରାଗିଂ । ଆଣ୍ଟି ରାଗିଂ ସେଲ୍ ଗଠନ ହୋଇଥିଲେ ମଧ୍ୟ ବାରମ୍ବାର ରାଗିଂ ହେଉଥିବା ଅଭିଯୋଗ । ସୂଚନା ଅନୁଯାୟୀ ବିଶ୍ବବିଦ୍ୟାଳୟର ଜଣେ ପ୍ରଥମ ବର୍ଷ ଆଇନ ଛାତ୍ରୀଙ୍କୁ ତିନିଜଣ ସିନିୟର ଛାତ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହା ସହ ତାଙ୍କର ହାତ ଫ୍ରାକ୍ଚର ହୋଇଥିବା ଅଭିଯୋଗ ଆଣିଛନ୍ତି ରାଗିଂର ଶିକାର ହୋଇଥିବା ଛାତ୍ରୀ।

ଏହି ସମ୍ପୂର୍ଣ ଘଟଣା ଘଟିଥିଲା ହଷ୍ଟେଲରେ । ଏ ଘଟଣାକୁ ନେଇ ଛାତ୍ରୀ ଜଣକ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ଉଚିତ ନ୍ୟାୟ ପାଇ ନଥିବାରୁ ପରିବାର ସହ ଏନେଇ ଭରତପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି । ଛାତ୍ରୀଙ୍କ ଅଭିଯୋଗ ମୁତାବକ ଭରତପୁର ଥାନା ପୋଲିସ ଏକ ମାମଲା ରୁଜୁ କରିଛି । ରାଗିଂ ଏବଂ ବିଭିନ୍ନ କାରଣ ପାଇଁ ବାରମ୍ବାର ନିର୍ଯାତନା ଲାଗି ଛାତ୍ରୀ ଜଣଙ୍କ ପ୍ରଥମ ସେମିଷ୍ଟର ଦେଇ ପାରିନାହାନ୍ତି । ଘଟଣା ସଂପର୍କରେ ଆଣ୍ଟି ରାଗିଂ ସେଲରେ ଅଭିଯୋଗ ସତ୍ତ୍ବେ ଏପର୍ଯ୍ୟନ୍ତ ନ୍ୟାୟ ନମିଳିବାରୁ ବିଶ୍ବବିଦ୍ୟାଳୟ ଛାଡ଼ିଦେବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ଅଭିଯୋଗକାରୀ ଛାତ୍ରୀ । ତେବେ ଏନେଇ ସଂପୃକ୍ତ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଏହା ମଧ୍ୟ ପଢନ୍ତୁ ... ଏମ୍‌କେସିଜି ରାଗିଂ ଘଟଣା: ଚାରି ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ପ୍ରକାଶଯୋଗ୍ୟ ଯେ ରାଗିଂକୁ ନେଇ ବାରମ୍ବାର କଡା ଚେତାବନୀ ଦେଇଆସୁଛି ୟୁଜିସି । ଯଦି କୌଣସି ଶିକ୍ଷାନୁଷ୍ଠାନ ରାଗିଂକୁ ରୋକିବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନେବାରେ ବିଫଳ ହୁଏ କିମ୍ବା ଏହି ନିୟମାବଳୀ ଅନୁଯାୟୀ କାର୍ଯ୍ୟ କରେ ନାହିଁ ତେବେ ୟୁଜିସି ଦ୍ଵାରା ଉକ୍ତ କଲେଜ ବିରୋଧରେ ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ।ର ବ୍ୟବସ୍ଥା ରହିଛି । ରାଗିଂ ସମ୍ବନ୍ଧୀୟ ଘଟଣା ଯୋଗୁଁ ମାନସିକ ସ୍ତରରେ ଭାଙ୍ଗିପଡିଥିବା ଛାତ୍ରଛାତ୍ରୀମାନେ ନ୍ୟାସନାଲ ଆଣ୍ଟି ରାଗିଂ ହେଲ୍ପଲାଇନକୁ 1800-180- 5522 କୁ କଲ କରିପାରିବେ କିମ୍ବା antiragging.in ରେ ଇମେଲ କରିପାରିବେ ବୋଲି ୟୁଜିସି ଜଣାଇଅଛି । ଏହା ସହ ଜରୁରୀକାଳୀନ ପରିସ୍ଥିତିରେ 08826455807 ନମ୍ବର ଯୋଗାଯୋଗ କରିବାକୁ ୟୁଜିସି ପକ୍ଷରୁ ପରାମର୍ଶ ଦିଆଯାଇଛି । ତେବେ ପ୍ରତିଟି କଲେଜରେ ଆଣ୍ଟି ରାଗିଂ ସେଲ ଗଠନ କରିବା ସହ ରାଗିଂ ଅଭିଯୋଗ ହେଉଥିଲେ ତୁରନ୍ତ ତଦନ୍ତ ପରିସରଭୁକ୍ତ କରିବା ସହ ତୁରନ୍ତ ନ୍ୟାୟ ଦେବା ପାଇଁ ନିର୍ଦ୍ଦେଶ ଦେଇଛି ୟୁଜିସି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.