ETV Bharat / state

କଂଗ୍ରେସରେ ମିଶିଲେ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ପୁଅ ଚିତ୍ରଭାନୁ ମହାନ୍ତି - Chitrabhanu Mohanty joins congress

author img

By ETV Bharat Odisha Team

Published : May 7, 2024, 5:40 PM IST

Chitrabhanu Mohanty joins Congress: ହାତ ଧରିଲେ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ପୁଅ ଚିତ୍ରଭାନୁ ମହାନ୍ତି । ଅଧିକ ପଢନ୍ତୁ

Chitrabhanu Mohanty
Chitrabhanu Mohanty (ETV Bharat Odisha)

ହାତ ଧରିଲେ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ପୁଅ ଚିତ୍ରଭାନୁ ମହାନ୍ତି (ETV Bharat Odisha)

କଟକ: ସୁଦୃଢ ହେଉଛି କଂଗ୍ରେସର ହାତମୁଠା । କଂଗ୍ରେସରେ ମିଶିଲେ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ପୁଅ ଚିତ୍ରଭାନୁ ମହାନ୍ତି । କଟକ ଟାଉନହଲ ଠାରେ ସେ ଦଳରେ ସାମିଲ ହୋଇଛନ୍ତି । ଏହାସହ ବିଜେଡି ଓ ବିଜେପି ଦୁଇ ଦଳର ଶତାଧିକ କର୍ମୀ ଆଜି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । କଂଗ୍ରେସ ପକ୍ଷରୁ ମିଶ୍ରଣ ପର୍ବର ଆୟୋଜିତ କରାଯାଇଥିବା ବେଳେ ଆହୁରି ସଶକ୍ତ ହୋଇଛି ଦଳ ।

ବାରବାଟୀ କଟକ କଂଗ୍ରେସ ବିଧାୟିକା ପ୍ରାର୍ଥୀ ସୋଫିଆ ଫିର୍ଦ୍ଦୋସ ସେମାନଙ୍କୁ ଜାତୀୟ କଂଗ୍ରେସର ଉତ୍ତରୀୟ ଦେବା ସହ ପୁଷ୍ପ ଗୁଚ୍ଛ ଦେଇ କଂଗ୍ରେସ ଦଳକୁ ସ୍ୱାଗତ କରିଥିଲେ । ତେବେ ଦଳରେ ଯୋଗଦେବା ପରେ ଚିତ୍ରଭାନୁ କହିଛନ୍ତି, "କଟକ ବାରବାଟୀ କଟକ ନିର୍ବାଚନ ମଣ୍ଡଳୀ ପାଇଁ ମହମ୍ମଦ ମୋକିମ ଯାହା କରିଛନ୍ତି ତାହା ଦେଖି ମତେ ବହୁତ ଖୁସି ଲାଗୁଛି । ସେ ବିଧାୟକ ପଦ ଜିତିଲା ପରେ ମଧ୍ୟ ବଦଳି ଯାଇ ନଥିଲେ ବରଂ ବାରବାଟୀ କଟକ ନିର୍ବାଚନ ମଣ୍ଡଳୀ ବାସୀଙ୍କ ଉନ୍ନତି ପାଇଁ ସବୁବେଳେ କାର୍ଯ୍ୟ କରିଛନ୍ତି । ଏହାସହ ସେ ସମସ୍ତ ଲୋକମାନଙ୍କ ପାଇଁ ସବୁବେଳେ ଛିଡା ହୋଇଛନ୍ତି l ଆଜି କଂଗ୍ରେସର ଏହି ମିଶ୍ରଣ ପର୍ବରେ ମୁଁ ନିଜକୁ ସାମିଲ କରି ଜାତୀୟ କଂଗ୍ରେସରେ ମିଶି ନିଜକୁ ବହୁତ ଗର୍ବ ଅନୁଭବ କରୁଛି ।"

ଏହା ମଧ୍ୟ ପଢନ୍ତୁ: ବିନା ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଲେ ସୋଫିଆ ଫିରଦୋସ - Sofia Firdous File Nomination

ତେବେ ମିଶ୍ରଣ ପର୍ବରେ କଂଗ୍ରେସ ପ୍ରାର୍ଥୀ ସୋଫିଆ କହିଛନ୍ତି, " ଆଜି ଏତେ ସଂଖ୍ୟାରେ ଯୁବକ ମାନେ ବିଭିନ୍ନ ରାଜନୈତିକ ଦଳରୁ ଆସି ସ୍ୱତ୍ତ ପ୍ରବୃତ ଭାବରେ ମିଶିଥିବାରୁ ମତେ ବହୁତ ଖୁସି ଲାଗୁଛି । ଯେହେତୁ ମୁଁ ଜଣେ ୟୁଥ ତେଣୁ ବାରବାଟୀ କଟକ ନିର୍ବାଚନ ମଣ୍ଡଳୀରେ ଯୁବକମାନେ ମତେ ବହୁତ ସମର୍ଥନ ମଧ୍ୟ କରୁଛନ୍ତି । ଯୁବକମାନେ ଚାହିଁଲେ ଦେଶରେ ତଥା ରାଜ୍ୟରେ ଥିବା ଏକଛତ୍ରବାଦ ଶାସନର ଅନ୍ତ ଘଟିବ । ଯେତେବେଳେ ଯିଏ ବି ପ୍ରମୁଖ ଦୁଇ ଦଳରୁ କଂଗ୍ରେସକୁ ଆସିବାକୁ ଚାହିଁବେ ସେମାନେ ନିର୍ଦ୍ବନ୍ଦ୍ବରେ ଦଳରେ ସାମିଲ ହୋଇ ପାରିବେ ।"

ପ୍ରକାଶଥାଉକି, କଟକ ବାରବାଟୀ ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବରେ ବର୍ତ୍ତମାନର ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ଉପରେ ଆସ୍ଥା ପ୍ରକଟ କରିଛି ଦଳ । ତେବେ ଅନ୍ୟ ପ୍ରାର୍ଥୀମାନେ ବିରାଟ ଶୋଭାଯାତ୍ରାରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ଯାଉଥିବା ବେଳେ ସୋଫିଆଙ୍କ ପାଖରେ କିଛି ଭିନ୍ନ ଦେଖିବାକୁ ମିଳିଛି । ମାତ୍ର ଅଳ୍ପ କିଛି କର୍ମୀଙ୍କ ସହ ଯାଇ ନାମାଙ୍କନ ଭରିଛନ୍ତି ସୋଫିଆ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.