ETV Bharat / state

ସମ୍ବଲପୁରରେ ଆରମ୍ଭ ହେଲା ଲକ୍ଷ୍ମୀ ବସ ସେବା, ଦୈନିକ ଗଡ଼ିବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ

author img

By ETV Bharat Odisha Team

Published : Feb 19, 2024, 7:00 PM IST

ସମ୍ବଲପୁରରେ ଆରମ୍ଭ ହେଲା ଲକ୍ଷ୍ମୀ ବସ ସେବା , ଦୈନିକ ଗଡ଼ିବ ଶ୍ରୀଜଗନ୍ନାଥ ଏକ୍‌ସପ୍ରେସ
ସମ୍ବଲପୁରରେ ଆରମ୍ଭ ହେଲା ଲକ୍ଷ୍ମୀ ବସ ସେବା , ଦୈନିକ ଗଡ଼ିବ ଶ୍ରୀଜଗନ୍ନାଥ ଏକ୍‌ସପ୍ରେସ

Laccmi Bus Service Starts In Sambalpur:ସମ୍ବଲପୁର ଜିଲ୍ଲାରେ ଆଜିଠୁ ଗଡ଼ିଲା ଲକ୍ଷ୍ମୀ ବସ ।ଏହି ବସ ସେବା ଦ୍ବାର ଜିଲ୍ଲାର ୭ଲକ୍ଷ ୨୮ହଜାର ଲୋକ ଉପକୃତ ହେବେ । ସେହିପରି ଆସନ୍ତା ୨୫ତାରିଖରୁ ସମ୍ବଲପୁରରୁ ପୁରୀକୁ ଶ୍ରୀଜଗନ୍ନାଥ ଏକ୍‌ସପ୍ରେସ ଦୈନିକ ଯାତାୟତ କରିବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ

ସମ୍ବଲପୁରରେ ଆରମ୍ଭ ହେଲା ଲକ୍ଷ୍ମୀ ବସ ସେବା , ଦୈନିକ ଗଡ଼ିବ ଶ୍ରୀଜଗନ୍ନାଥ ଏକ୍‌ସପ୍ରେସ

ସମ୍ବଲପୁର: ଆଜିଠୁ ସମ୍ବଲପୁର ଜିଲ୍ଲାରେ ଆରମ୍ଭ ହୋଇଛି ଲକ୍ଷ୍ମୀ ବସ ସେବା । ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ଜରିଆରେ ସମ୍ବଲପୁର, ସୁବର୍ଣ୍ଣପୁର, କଟକ, ଝାରସୁଗୁଡା, କନ୍ଧମାଳ ଜିଲ୍ଲାରେ ଏହି ବସ ଯୋଜନାର ଶୁଭାରମ୍ଭ କରିଛନ୍ତି । ସମ୍ବଲପୁରର ୯ଟି ବ୍ଲକର ୯୭ଟି ପଞ୍ଚାୟତରେ ୩୧ଟି ବସ ଚାଲିବାକୁ ଥିବାବେଳେ ଆଜି ୧୨ଟି ବସର ଶୁଭାରମ୍ଭ କରାଯାଇଛି ।ଏହା ଦ୍ୱାରା ସମ୍ବଲପୁର ଜିଲ୍ଲାର ୭ଲକ୍ଷ ୨୮ହଜାର ଲୋକ ଉପକୃତ ହେବେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି," ଗାଁ ଲୋକେ ଲକ୍ଷ୍ମୀ ବସ ଜରିଆରେ ସୁବିଧାରେ ଏବଂ କମ୍ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିପାରିବେ । ଏହି ବସ ଆମର ଜୀବନ ଯାତ୍ରାକୁ ସହଜ କରିବ । ଘରେ ଘରେ ସମୃଦ୍ଧି ଆଣିବ । ମୁଁ ଲୋକଙ୍କ ଇଚ୍ଛାକୁ ସମ୍ମାନ ଦିଏ । 'ମୋ ସରକାର'ର ସବୁ କାର୍ଯ୍ୟକ୍ରମ ଲୋକମତ ଭିତ୍ତିରେ ଆଧାରିତ । ଲକ୍ଷ୍ମୀ ଯୋଜନା ମଧ୍ୟ ଲୋକଙ୍କ ଇଚ୍ଛାରୁ କାର୍ଯ୍ୟକାରୀ କରାଯାଇଛି । ୫ଟି ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକଙ୍କ ଅସୁବିଧାକୁ ଅନୁଭବ କରିଥିଲୁ । ଲୋକଙ୍କ ପ୍ରସ୍ତାବକୁ ଅନୁଶୀଳନ କରି ଗାଁ ଲୋକଙ୍କର ଯୋଗାଯୋଗ ସମସ୍ୟା ଦୂର କରିବା ପାଇଁ ଏହି ବସ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ ଚଳାଚଳର ସୁବିଧା କରାଯାଇଛି । ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ ଚାଲିବ । ଏହାର ପରିଚଳନା ଦାୟିତ୍ବ ମିଶନ ଶକ୍ତି ମାଆଙ୍କୁ ଦିଆଯାଇଛି ।"

ସେହିପରି ସେ ଆହୁରି ମଧ୍ୟ କହିଛନ୍ତି, "ଲକ୍ଷ୍ମୀ ବସ ଗାଁର ଅର୍ଥନୀତିକୁ ମଜଭୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ଆମର ଲକ୍ଷ୍ୟ ରହିଛି । ଗାଁର ଅର୍ଥନୀତିକୁ ମଜବୁତ କରିବା ଆମର ଲକ୍ଷ୍ୟ । ଲକ୍ଷ୍ମୀ ବସ ଏଥିରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ । ଗାଁର ମାଆ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କା ମୂଲ୍ୟରେ ଏହି ବସରେ ଯାତାୟତ କରିପାରିବେ ।" ସେପଟେ ସମ୍ବଲପୁରରେ ଆୟୋଜତ କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ.......ଝାରସୁଗୁଡ଼ାରେ ଗଡ଼ିଲା ଲଷ୍ମୀ ବସ୍, ଭର୍ଚ୍ଚୁଆଲରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସେହିପରି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆ କହିଥିଲେ, "ଆସନ୍ତା ୨୫ ତାରିଖରୁ ସମ୍ବଲପୁରରୁ ପୁରୀକୁ ଶ୍ରୀଜଗନ୍ନାଥ ଏକ୍‌ସପ୍ରେସ ଦୈନିକ ଯାତାୟତ କରିବ ।ଏହା ସହ ଏକ ନମ୍ବର ସ୍ଥାନରେ ଅଧିଷ୍ଠିତ ହେବାକୁ ହେଲେ, କଠିନ ପରିଶ୍ରମ ଓ ତ୍ୟାଗ ଦରକାର । ମୁଖ୍ୟମନ୍ତ୍ରୀ ହେଉଛନ୍ତି ତାର ପ୍ରକୃଷ୍ଟ ଉଦାହରଣ । ଗତ ୨୪ ବର୍ଷ ଧରି ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ସ୍ଥାନରେ ରହିଛନ୍ତି ।" ଆଜି ୫ଟି ଜିଲ୍ଲାର ୭୦୦ଟି ପଞ୍ଚାୟତରେ ୨୦୫ଟି ବସ ଚାଲି ଥିବାବେଳେ ଏହା ଦ୍ୱାରା ୪୪ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ।

ସମ୍ବଲପୁର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.