ETV Bharat / state

ନୂଆପଡାରେ ଗଡ଼ିଲା ଲକ୍ଷ୍ମୀ ବସ, ଭର୍ଚ୍ଚୁଆଲରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Feb 21, 2024, 10:46 PM IST

ନୂଆପଡାରେ ଗଡ଼ିଲା ଲକ୍ଷ୍ମୀ ବସ, ଭର୍ଚ୍ଚୁଆଲରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ନୂଆପଡାରେ ଗଡ଼ିଲା ଲକ୍ଷ୍ମୀ ବସ, ଭର୍ଚ୍ଚୁଆଲରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Laccmi Bus Service Inaugurated in Nuapada: ଲକ୍ଷ୍ମୀ ବସ ଯୋଜନାରେ ସାମିଲ ହେଲା ନୂଆପଡା ଜିଲ୍ଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ଅଗଣିତ ଲୋକଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି । ଅଧିକ ପଢ଼ନ୍ତୁ,

ନୂଆପଡାରେ ଗଡ଼ିଲା ଲକ୍ଷ୍ମୀ ବସ, ଭର୍ଚ୍ଚୁଆଲରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ନୂଆପଡା: ଲକ୍ଷ୍ମୀ ବସ ଯୋଜନାରେ ସାମିଲ ହେଲା ନୂଆପଡା ଜିଲ୍ଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ଅଗଣିତ ଲୋକଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି । ଆଜି ଭିଡ଼ିଓ କନ୍‌ଫରେନ୍‌ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,5ଟି ଅଧକ୍ଷ ଭି.କେ.ପାଣ୍ଡିଆନ ସବୁଜ ପତାକା ଦେଖାଇ ନୂଆପଡା ଲକ୍ଷ୍ମୀ ବସ ଯୋଜନାର ଶୁଭ ଉଦଘାଟନ କରିଛନ୍ତି । ନୂଆପଡା ଜିଲ୍ଲା ପାଇଁ 30ଟି ଲକ୍ଷ୍ମୀ ବସ ସରକାର ମଞ୍ଜୁର କରିଥିବା ବେଳେ, ଆଜି ପ୍ରଥମ ପର୍ଯ୍ୟାୟରେ 11ଟି ବସ ମିଳିଥିବା ସୂଚନା ମିଳିଛି ।

ଆଜି ରାଜ୍ୟର ନୂଆପଡା, ଜଗତସିଂହପୁର, ବୌଦ୍ଧ, ଗଞ୍ଜାମ, ବାଲେଶ୍ଵର ଆଦି ପାଞ୍ଚ ଗୋଟି ଜିଲ୍ଲାରେ ଲକ୍ଷ୍ମୀ ବସ ଯୋଜନାର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହିକ୍ରମରେ ଆଜି ନୂଆପଡା ଜିଲ୍ଲା ପୋଲିସ ପଡିଆ ଠାରେ ଆୟୋଜିତ କରାଯାଇଥିଲା ଶୁଭ ଉଦଘାଟନି କାର୍ଯ୍ୟକ୍ରମ । ମୁଖ୍ୟ ଅତିଥି ଭାବରେ ରାଜ୍ୟ ଯୋଜନା ଓ ସଂଯୋଜକ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧକ୍ଷା ଡଲି ମାଝୀ, ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ ଆଦି ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନାକୁ ସ୍ବାଗତ କରିଥିଲେ । ଏହି ଯୋଜନା ପାଇଁ ସରକାରଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ ସିନାପାଲି, ବୋଡେନ, କୋମନା, ଖଡ଼ିଆଳ ବ୍ଲକ ସହିତ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଯୋଡିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ଲକ୍ଷ୍ମୀ ବସ । କେବଳ 5 ଟଙ୍କା ଖର୍ଚ୍ଚରେ ଗ୍ରାମ ପଞ୍ଚାୟତ ଠାରୁ ବ୍ଲକ ଜିଲ୍ଲା ସଦର ମହୁକମାକୁ କରିପାରିବେ ଜିଲ୍ଲାବାସୀ ।

ଏହା ମଧ୍ୟ ପଢ଼ନ୍ତୁ.... ୩୦ ଜିଲ୍ଲାର ୯୫% ପଞ୍ଚାୟତକୁ ବ୍ଲକ ସହ ଯୋଡିଲା ଲକ୍ଷ୍ମୀ

ଏହି ଯୋଜନା ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସୁଲଭ ଓ ନିର୍ଭରଯୋଗ୍ୟ ବସ ସେବା ଯୋଗାଇବ, ମହିଳା, ସ୍ଥାନୀୟ ସମ୍ପ୍ରଦାୟ ଓ ଛାତ୍ରଛାତ୍ରୀମାନଙ୍କର ସଶକ୍ତିକରଣ, ପର୍ଯ୍ୟଟନ ଓ ଆଞ୍ଚଳିକ ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ସହ ଯାତ୍ରୀ ଓ ସଡକ ସୁରକ୍ଷାକୁ ଗୁରୁତ୍ଵ ଦେଇ ସ୍ଵଚ୍ଛ ଏବଂ ବୈଷୟିକ ଜ୍ଞାନ କୌଶଳ ଦ୍ଵାରା ପରିଚାଳିତ ସାଧାରଣ ପରିବହନ ସେବା ଯୋଗାଇ ଦେବ ବୋଲି ସୂଚନା ମିଳିଛି । ଏହା ସହିତ ନିଜ ନିଜ ଆପତ୍ତି ଅଭିଯୋଗ ସିଧା ସଳଖ ପ୍ରତ୍ୟେକ ବ୍ଲକ ବିଡ଼ିଓ କିମ୍ବା ଜିଲ୍ଲାପାଳଙ୍କ ପଖାରେ ପହଞ୍ଚାଇ ହେବ ବୋଲି ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ କହିଛନ୍ତି । ସେହିଭଳି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଲକ୍ଷ୍ମୀ ବସ କଣ୍ଡକ୍ଟର ହୋଇ ବେଶ ଖୁସି ଥିବାବେଳେ, ପ୍ରାଇଭେଟ ଗାଡିରେ କାମ କରୁଥିବା ଡ୍ରାଇଭର ଲକ୍ଷ୍ମୀ ବସ ଡ୍ରାଇଭର ନିଯୁକ୍ତି ପାଇ ବେଶ ଖୁସିଥିବା କହିଛନ୍ତି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.