ETV Bharat / state

ବାଲେଶ୍ୱରରେ ଆରମ୍ଭ ହେଲା ଲକ୍ଷ୍ମୀ ବସ ସେବା, ୪୬ ବ୍ଲକ ପାଇଁ ଗଡ଼ିବ ୧୦ ବସ

author img

By ETV Bharat Odisha Team

Published : Feb 21, 2024, 10:42 PM IST

ବାଲେଶ୍ୱରରେ ଆରମ୍ଭ ହୋଇଛି ଲକ୍ଷ୍ମୀ ବସ ସେବା
ବାଲେଶ୍ୱରରେ ଆରମ୍ଭ ହୋଇଛି ଲକ୍ଷ୍ମୀ ବସ ସେବା

Laccmi bus service Inaugurated in Balasore: ଆଜିଠାରୁ ବାଲେଶ୍ବର ଜିଲ୍ଲାର ବିଭିନ୍ନ ବ୍ଲକକୁ ଗଡ଼ିଲା ଲକ୍ଷ୍ମୀ ବସ । ଭିସି ମାଧ୍ୟମରେ ଏହାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି। ଅଧିକ ପଢ଼ନ୍ତୁ,

ବାଲେଶ୍ୱରରେ ଆରମ୍ଭ ହୋଇଛି ଲକ୍ଷ୍ମୀ ବସ ସେବା

ବାଲେଶ୍ୱର: ଆଜିଠାରୁ ବାଲେଶ୍ବର ଜିଲ୍ଲାର ବିଭିନ୍ନ ବ୍ଲକକୁ ଗଡ଼ିଲା ଲକ୍ଷ୍ମୀ ବସ । ଭିସି ମାଧ୍ୟମରେ ଏହାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି। ଜିଲ୍ଲାର ପୋଲିସ ଲାଇନ ରିଜର୍ଭ ପଡ଼ିଆରେ ଆୟୋଜିତ ହୋଇଥିଲା ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଯୋଗ ଦେଇଥିଲେ । ସଦର ବିଧାୟକ ସ୍ୱରୂପ ଦାସ, ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଏବଂ ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ‘‘ମୋ ସରକାର ହେଉଛି ଲୋକଙ୍କ ସରକାର। ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ଓଡ଼ିଶା ସରକାର ଯୋଜନା କରିଥାନ୍ତି। 5T ତଥା ନବୀନ ଓଡିଶା ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ପରେ ଲୋକଙ୍କ ଅସୁବିଧାକୁ ଅନୁଭବ କରି ଗାଁ ଲୋକଙ୍କର ଯୋଗାଯୋଗ ସମସ୍ୟାକୁ ଦୂର କରିବା ପାଇଁ ଲକ୍ଷ୍ମୀ ବସ ଯୋଜନା ପ୍ରସ୍ତୁତ କରାଯାଇଥିଲା । ’’ 5T ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମହିଳାମାନଙ୍କୁ ବସ ପରିଚାଳନାର ଦାଇତ୍ୱ ଦିଆଯାଇଛି। ଯେଉଁଥିରେ ମିଶନ ଶକ୍ତିର ମହିଳାମାନେ କଣ୍ଡକ୍ଟର ଭାବେ ନିଯୁକ୍ତ ହୋଇଛନ୍ତି। ମହିଳାମାନଙ୍କୁ ରୋଜଗାରର ମାଧ୍ୟମ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ମହିଳାମାନେ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ... ଲକ୍ଷ୍ୟ ଅପରାଜୟ; ଭଣ୍ଡାର ଖୋଲିଛନ୍ତି ସରକାର, ୯ଦିନରେ ୧୩ ବଡ ଘୋଷଣା

ତେବେ ପଞ୍ଚାୟତରୁ ବ୍ଲକକୁ ୪୬ ଗୋଟି ଓ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟକୁ ୧୦ ଗୋଟି ଲକ୍ଷ୍ମୀ ବସ ଚାଲିବା ଦ୍ୱାରା ଜିଲ୍ଲାର ସମସ୍ତ ୩୫୬ ପଞ୍ଚାୟତବାସୀ ଉପକୃତ ହୋଇପାରିବା ନେଇ ଆଶା ପ୍ରକଟ କରାଯାଇଛି।ଏହି କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକାର୍ତ୍ତିକ ପାଣ୍ଡିଆନ ଉଦ୍‌ବୋଧନ ଦେଇ କହିଥିଲେ ଯେ, ‘‘ଖୁବ ଶୀଘ୍ର ମିଶନଶକ୍ତି ମା’ ମାନଙ୍କ ପାଇଁ ଅଧିକ ୫ ଲକ୍ଷ ଟଙ୍କାର ଲୋନ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିବା ନେଇ ଯୋଜନା ଚାଲିଛି।’’ ଏହି ଅବସରରେ ପୋଲିସ ଲାଇନ ପଡିଆରୁ ଉଦଘାଟିତ ଲକ୍ଷ୍ମୀ ବସରେ ଅତିଥିମାନେ ଯାତ୍ରା କରି କୁରୁଡ଼ା ଜ୍ୟୋତି ହସ୍ପିଟାଲ ସ୍ଥିତ ଲକ୍ଷ୍ମୀ ବସ ଷ୍ଟପକୁ ଉଦଘାଟନ କରିଥିଲେ।

ନିକଟରେ ଆରମ୍ଭ ହୋଇଥିବା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା ବିଷୟରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘‘ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଭବ ନେବା ପାଇଁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା ଆରମ୍ଭ କରାଯାଇଛି। ଏଥିରେ ମା’ ମାନଙ୍କ ପାଇଁ ବସ୍‌ ଟିକେଟ ମୂଲ୍ୟ ଅଧା କରାଯାଇଛି। ଗ୍ରାମାଞ୍ଚଳ ଲୋକମାନେ ସୁବିଧାରେ ଏବଂ କମ ଖର୍ଚ୍ଚରେ ତାଙ୍କର ଦୈନନ୍ଦିନ କାର୍ଯ୍ୟ ପାଇଁ ଘର ପାଖରୁ ଏହି ବସ୍‌କୁ ବ୍ୟବହାର କରିପାରିବେ।’’

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.