ETV Bharat / state

ମେଗା ପାନୀୟଜଳ ପ୍ରକଳ୍ପରେ ଶ୍ରମିକ ଅଶାନ୍ତି, ତାଲା ପକାଇ ପ୍ରତିବାଦ

author img

By ETV Bharat Odisha Team

Published : Feb 4, 2024, 7:54 AM IST

ତିନି ମାସ ହେଲା ପ୍ରାପ୍ୟ ପାଇ ନାହାନ୍ତି ଶ୍ରମିକ
ତିନି ମାସ ହେଲା ପ୍ରାପ୍ୟ ପାଇ ନାହାନ୍ତି ଶ୍ରମିକ

Labour Protest: ଦୀର୍ଘ ତିନି ମାସ ହେଲା ପାଇପ ଲାଇନ୍ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ମିଳୁନାହିଁ ପ୍ରାପ୍ୟ । ବାରମ୍ବାର ଶ୍ରମିକଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ଆସିଛି । ସେନେଇ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଅଧିକ ପଢ଼ନ୍ତୁ

ତିନି ମାସ ହେଲା ପ୍ରାପ୍ୟ ପାଇ ନାହାନ୍ତି ଶ୍ରମିକ

ବୌଦ୍ଧ: ଦୀର୍ଘ ତିନି ମାସ ହେଲା ପାଇପ ଲାଇନ୍ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ମିଳୁନାହିଁ ପ୍ରାପ୍ୟ । ବାରମ୍ବାର ଶ୍ରମିକଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ଆସିଛି । ସେନେଇ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ତେଣୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ ମାନେ । ବିକ୍ଷୋଭ କରିବା ସହିତ ପ୍ରୋଜେକ୍ଟ କାର୍ଯ୍ୟାଳୟରେ ତାଲା ଲଗାଇଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଖରେ କିଛି ସୂଚନା ନଥିବା ସେ କହିଛନ୍ତି ।

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ନିର୍ମାଣ ହୋଇଥିଲା ମେଗା ପାନୀୟଜଳ ପ୍ରକଳ୍ପ । ସେହି ଜଳ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଆଣିଛନ୍ତି ଅଭିଯୋଗ । ତେବେ ତାଙ୍କ ଅଭିଯୋଗ ମୁତାବକ ଦୀର୍ଘ ତିନି ମାସ ହେବ ତାଙ୍କୁ ତାଙ୍କ ପ୍ରାପ୍ୟ ମିଳି ନାହିଁ । ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁ ତାଙ୍କର ପାଉଣା ତାଙ୍କୁ ମିଳୁ ନଥିବା କହିଛନ୍ତି ଶ୍ରମିକମାନେ । ବାରମ୍ବାର ଅଭିଯୋଗ ମଧ୍ୟ କରିଛନ୍ତି । ହେଲେ ତାଙ୍କ ଗୁହାରି କେହି ଶୁଣି ନଥିଲେ । ଅନ୍ୟପଟେ ଠିକାଦାର ଦିନ ପରେ ଦିନ ଗଡ଼ାଇ ଚାଲିଥିଲା । ତେଣୁ ବାଧ୍ୟ ହୋଇ ପ୍ରୋଜେକ୍ଟ କାର୍ଯ୍ୟାଳୟରେ ତାଲା ଲଗାଇଥିଲେ ଶ୍ରମିକ । ସେହି କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ମଧ୍ୟ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.... ଜମି ଅଧିଗ୍ରହଣ ପ୍ରକ୍ରିୟାରେ ବିଳମ୍ବ; ଆଗେଇ ପାରୁନି ତାଳଚେର-ବିମଳାଗଡ଼ ରେଳପଥ

ବୌଦ୍ଧ ଜିଲ୍ଲାର ତେଲନଦୀ କୂଳରେ ଲୋକାପଡା ଠାରେ କଣ୍ଟାମାଳ ବ୍ଲକ, ମହାନଦୀ କୂଳରେ ସୁବର୍ଣ୍ଣପୁର ଠାରେ ବୌଦ୍ଧ ବ୍ଲକ ଓ ହରଭଙ୍ଗା ବ୍ଲକ ନିମନ୍ତେ ପାଣିଘରା ଠାରେ ତିନୋଟି ବୃହତ ପାନୀୟଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରାଯାଇଛି । କଣ୍ଟାମାଳ ବ୍ଲକ ଓ ବୌଦ୍ଧ ବ୍ଲକ ନିମନ୍ତେ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ହେଲେ ମଧ୍ୟ ଲୋକଙ୍କ କାମରେ ଲାଗୁନାହିଁ । ସେପଟେ ଠିକା ସଂସ୍ଥାର ମନୋମୁଖୀ କାର୍ଯ୍ୟ ଯୋଗୁଁ ଗତ ତିନି ମାସ ହେଲା ପାଇପ ଲାଇନ୍ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦିଆଯାଉ ନାହିଁ । ପୂର୍ବରୁ ଏହି ସମସ୍ୟା ସମ୍ପର୍କରେ ଶ୍ରମିକ ମାନେ ସ୍ଥାନୀୟ ପୋଲିସ ଓ ଶ୍ରମ ବିଭାଗକୁ ଜଣାଇଥିଲେ । କିନ୍ତୁ କୌଣସି ସୁଫଳ ନମିଳିବାରୁ ଗତକାଲି ଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଖରେ କିଛି ସୂଚନା ନଥିବା ସେ କହିଛନ୍ତି । ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବେ ପ୍ରତିଶୃତି ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.