ETV Bharat / state

ହାତ ନଥିବାରୁ ହୋଇପାରୁନି ଆଧାର କାର୍ଡ, ସରକାରୀ ଯୋଜନାରୁ ବଞ୍ଚିତ ଶ୍ରୀମତି - Disabled Woman

author img

By ETV Bharat Odisha Team

Published : Mar 23, 2024, 3:37 PM IST

Etv Bharat
Etv Bharat

Sreemati Deprived Of Govt Schemes: ଭିନ୍ନକ୍ଷମ ହୋଇବି ସରକାରୀ ଯୋଜନାରୁ ବଞ୍ଚିତ ଶ୍ରୀମତି । ଗୋଟିଏ ପାପୁଲି ନଥିବାରୁ ହୋଇପାରୁନି ଆଧାର କାର୍ଡ । ଅଧିକ ପଢନ୍ତୁ

KALAHANDI SREEMATI SABAR

ଭବାନୀପାଟଣା: ସରକାରୀ ଯୋଜନା ରାସ୍ତାରେ କଣ୍ଟା ସାଜିଛି ଆଧାର କାର୍ଡ । ଆଧାର କାର୍ଡ ନଥିବାରୁ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଦୁର୍ବିସହ ଜୀବନ କାଟୁଛନ୍ତି ଭିନ୍ନକ୍ଷମ ଯୁବତୀ ଶ୍ରୀମତି ଶବର । ଶ୍ରୀମତିଙ୍କ ଘର କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଚିର୍କାଗାଁରେ । ଜନ୍ମରୁ ସେ ଭିନ୍ନକ୍ଷମ ହୋଇଥିବା ବେଳେ ବୟସ ଏବେ ୨୪ ଛୁଅଁଲାଣୀ । ଜନ୍ମରୁ ଡାହାଣ ହାତ କହୁଣୀ ପର୍ଯ୍ୟନ୍ତ ଥିବା ବେଳେ , ସଂଘର୍ଷମୟ ପରିସ୍ଥିତିରେ ଛୋଟରୁ ବଡ଼ ହୋଇଛନ୍ତି ସେ । ଗାଁରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ସରିବା ପରେ ଦୀର୍ଘ ତିନି କିମି ଚାଲି ଚାଲି ଜୟପାଟଣା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ୨୦୧୦ ମସିହାରୁ ତାଙ୍କୁ ଭିନ୍ନକ୍ଷମ ଭତ୍ତା ମିଳୁଛି ସତ କିନ୍ତୁ ଗୋଟିଏ ହାତ ପାପୁଲି ଯୋଗୁଁ ଆଧାର କାର୍ଡ ହୋଇପାରିନି । ଫଳରେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି । ଏମିତିକି ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିଲେ ସୁଦ୍ଧା ରାସନ ପାଇବାରୁ ବଞ୍ଚିତ ହୋଇଛନ୍ତି।

ଏହା ମଧ୍ୟ ପଢନ୍ତୁ-ମାଆଙ୍କ ଦେହାନ୍ତ ପରେ ବେସାହାରା ପରିବାର, ଶୁଦ୍ଧିକ୍ରିୟା ପାଇଁ ଭିକ୍ଷା ମାଗୁଛନ୍ତି ଭିନ୍ନକ୍ଷମ ଭାଇ-ଭଉଣୀ

ଶ୍ରୀମତୀଙ୍କ ପରିବାର କହିଲେ ଦୁଇ ଭଉଣୀ, ଗୋଟିଏ ଭାଇ ଓ ମା ବାପା । ଶ୍ରୀମତୀ ସବୁଠାରୁ ଛୋଟ ହୋଇଥିବା ବେଳେ , ବଡ଼ ଭାଇ ଓ ଭଉଣୀର ବିବାହ ହୋଇସାରିଛି । ମା, ବାପା, ଭାଇ ଓ ଭାଉଜ କୁଲି ମଜୁରୀ କରି ଶ୍ରୀମତୀଙ୍କୁ ଭରଣପୋଷଣ କରୁଛନ୍ତି । ଘରର ଆର୍ଥିକ ପରିସ୍ଥିତି ତଥା ଆଧାର କାର୍ଡ ନଥିବା ହେତୁ ଉଚ୍ଚ ଶିକ୍ଷା ତଥା ଅନ୍ୟ ସରକାରୀ ଯୋଜନା ଶ୍ରୀମତୀ ପାଖରେ ଅପହଞ୍ଚ ହୋଇଛି । ଆଧାର କାର୍ଡ ପାଇଁ ଶ୍ରୀମତୀ ଭବାନୀପାଟଣା , ଧର୍ମଗଡ଼ ଓ ଜୟପାଟଣାକୁ ଅନେକ ଥର ଯାଇ ଆବେଦନ କରିଥିଲେ ସୁଦ୍ଧା କୌଣସି ଲାଭ ହୋଇନାହିଁ । ସରକାରୀ ଯୋଜନା ବିଷୟରେ ଅଜ୍ଞ ଥିବା ଶ୍ରୀମତୀଙ୍କ ପରିବାର ପାଇଁ ସବୁ ଯୋଜନା ଆଉ ବ୍ୟବସ୍ଥା ସାତ ସପନ ହୋଇଛି । ଅନ୍ୟପଟେ ଶ୍ରୀମତୀଙ୍କୁ ସରକାର ଏକ କୁତ୍ରିମ ହାତ ଯୋଗାଇ ଦେଲେ ଜୀବନରେ ପରିବର୍ତ୍ତନ ଆସି ପାରେ ବୋଲି କହିଛନ୍ତି ସେ ।

ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହୋଇଛି। ଏନେଇ ସ୍ଥାନୀୟ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିଡ଼ିଓ ଙ୍କ ସହ ଆଲୋଚନା କରି ଶ୍ରୀମତୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି । ଖାଲି ଦେଖିବାକୁ ବାକି ରହିଲା କେବେ ମିଳୁଛି ଏହି ଭିନ୍ନକ୍ଷମ ଯୁବତୀଙ୍କୁ ସମସ୍ତଙ୍କ ସରକାରୀ ସୁବିଧା ଓ କେବେ ହେଉଛି ରାସନ କାର୍ଡ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.