ETV Bharat / state

ଜେଲ ଗଲେ ରସିକିଆ କନିଷ୍ଠ ଯନ୍ତ୍ରୀ, ଦୁଇ ଯୁବତୀଙ୍କ ସହ ପ୍ରେମ-ପ୍ରତାରଣା ଅଭିଯୋଗ

author img

By ETV Bharat Odisha Team

Published : Feb 12, 2024, 8:21 PM IST

ରସିକିଆ କନିଷ୍ଠ ଯନ୍ତ୍ରୀ ଗିରଫ
ରସିକିଆ କନିଷ୍ଠ ଯନ୍ତ୍ରୀ ଗିରଫ

Junior Engineer Arrested: ଦୁଇ ଜଣ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ରଖି ଜେଲ ଗଲେ କନିଷ୍ଠ ଯନ୍ତ୍ରୀ । ପଦାରେ ପଡ଼ିଲା ମୟୂରଭଞ୍ଜ କନିଷ୍ଠ ଯନ୍ତ୍ରୀଙ୍କ କଳା କାରନାମା । ଅଧିକ ପଢନ୍ତୁ

ରାଇରଙ୍ଗପୁର: ଦୁଇ ଦୁଇ ଜଣ ଯୁବତୀଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା । ବନ୍ଧା ହେଲେ ରସିକିଆ କନିଷ୍ଠ ଯନ୍ତ୍ରୀ । ପ୍ରଥମେ ସୋସିଆଲ ମିଡ଼ିଆରେ ଦେଖା ହୋଇଥିଲା । ଆଉ ତା' ପରେ ଆରମ୍ଭ ହେଲା ପ୍ରେମ । ସମ୍ପର୍କ ଘନିଷ୍ଠ ହେବା ପରେ କନିଷ୍ଠ ଯନ୍ତ୍ରୀ ଜଣକ ବିବାହର ପ୍ରତିଶୃତି ମଧ୍ୟ ଦେଇଥିଲେ । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଜଣେ ନୁହେଁ, ଦୁଇ ଦୁଇ ଜଣ ଯୁବତୀଙ୍କ ସହ ଏପରି କରିଥିଲେ କନିଷ୍ଠ ଯନ୍ତ୍ରୀ । ଯାହା ଏବେ ପଦାରେ ପଡ଼ିଛି । କନିଷ୍ଠ ଯନ୍ତ୍ରୀଙ୍କ କଳା କାରନାମା ଯୋଗୁଁ ଶେଷରେ ତାଙ୍କୁ ଜେଲ ଯିବାକୁ ପଡ଼ିଛି । ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଘଟଣା।


ଅଭିଯୋଗ ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ସୁନ୍ଦରଡିହି ଗ୍ରାମର ବାସିନ୍ଦା ତଥା ରାଇରଙ୍ଗପୁର ଜଳସେଚନ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି ଶୁକ୍ରା ସିଂ । ସେ ସୋସିଆଲ ମିଡ଼ିଆରୁ ଦୁଇ ଜଣ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ । ଚତୁର କନିଷ୍ଠ ଯନ୍ତ୍ରୀଙ୍କ ହାବୁଡରେ ଦୁଇ ଜଣ ନିରୀହ ଯୁବତୀ ପଡିଯାଇଥିଲେ । ସୋସିଆଲ ମିଡ଼ିଆ ଜରିଆରେ ପ୍ରଥମେ ଦୁହିଁଙ୍କ ସହିତ ଚାଟିଂ କରିବା ପରେ ପ୍ରେମ ସମ୍ପର୍କ ରଖି ଆସିଥିଲେ ଶୁକ୍ରା । ଯୁବତୀମାନଙ୍କ ଅଭିଯୋଗ ଅନୁଯାୟୀ, ପ୍ରେମ ଜାଲରେ ଉଭୟଙ୍କୁ ଫସାଇବା ପରେ ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ଦିନ ହେବ ଶାରୀରିକ ସମ୍ପର୍କ ମଧ୍ୟ ରଖି ଆସୁଥିଲେ ଏହି କନିଷ୍ଠ ଯନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ...ରସିକିଆ ଇଂରାଜୀ ଅଧ୍ୟାପକ, ପାଠପଢା ଛାଡି ବାକି ସବୁ ଆଲୋଚନା ଅଭିଯୋଗ

ଏହା ମଧ୍ୟ ପଢନ୍ତୁ...ରସିକିଆ ସାର୍‌: ଛାତ୍ରୀଙ୍କୁ ଦେଇବସିଲେ ମନ, ରାଜି ନହେବାରୁ ଏବେ ଦେଉଛନ୍ତି ହତ୍ୟା ଧମକ

ତେବେ କୌଣସି ମତେ ଉଭୟ ଯୁବତୀ କନିଷ୍ଠ ଯନ୍ତ୍ରୀଙ୍କ ବିଷୟରେ ସବୁ କଥା ଜାଣିବାକୁ ପାଇଥିଲେ । ଫଳରେ ନ୍ୟାୟ ଆଶାରେ ଦୁଇ ଯୁବତୀ ଶେଷରେ ବାରିପଦା ଟାଉନ ଥାନାର ଦ୍ବାରସ୍ଥ ହୋଇଥିଲେ । ଲିଖିତ ଅଭିଯୋଗ ପାଇବା ପରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ପରେ ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ବାରିପଦା ଟାଉନ ଥାନା ପୋଲିସ ଗିରଫ କରିଥିଲା । ଏଥି ସହ ଦୁଇ ଜଣ ଯୁବତୀଙ୍କ ଡାକ୍ତରୀ ପରୀକ୍ଷା କରାଯିବା ପରେ ଗିରଫ କନିଷ୍ଠ ଯନ୍ତ୍ରୀ ଶୁକ୍ରା ସିଂକୁ ବାରିପଦା କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.