ETV Bharat / state

ରାତିରେ ଛାତ୍ରଛାତ୍ରୀ ବୁଲିଲେ ଚନ୍ଦକା ଅଭୟାରଣ୍ୟ, ଜଙ୍ଗଲ ସଫାରୀର ମଜା ନେଲେ

author img

By ETV Bharat Odisha Team

Published : Jan 29, 2024, 9:04 PM IST

Updated : Jan 29, 2024, 9:14 PM IST

Night Safari in Chandaka sanctuary
Night Safari in Chandaka sanctuary

Night Safari starts in Chandaka sanctuary: ଚନ୍ଦକା ଅଭୟାରଣ୍ୟରେ ଆରମ୍ଭ ହେଲା ନାଇଟ୍‌ ସଫାରୀ । ପ୍ରଥମ ଦିନରେ ରାତିରେ ଅଭୟାରଣ୍ୟ ବୁଲିଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ରାତିରେ ଛାତ୍ରଛାତ୍ରୀ ବୁଲିଲେ ଚନ୍ଦକା ଅଭୟାରଣ୍ୟ, ଜଙ୍ଗଲ ସଫାରୀର ମଜା ନେଲେ

ଭୁବନେଶ୍ବର: ରାତିରେ ଚନ୍ଦକା ଅଭୟାରଣ୍ୟ ବୁଲିଲେ ଛାତ୍ରଛାତ୍ରୀ । ସନ୍ଧ୍ୟା ସମୟରେ ଅଭୟାରଣ୍ୟରେ ଛାତ୍ରଛାତ୍ରୀ ସମୟ କାଟିବା ପରେ ବାହାରିଥିଲେ ସଫାରୀରେ । ତେବେ ଆଜିଠୁ ଅଭୟାରଣ୍ୟରେ ନାଇଟ ନକଚରାଲ ଟ୍ରେଲ ଆରମ୍ଭ ହୋଇଥିବା ବେଳେ ଛାତ୍ରଛାତ୍ରୀ ନାଇଟ୍‌ ସଫାରୀରେ ବାହାରିଛନ୍ତି । ଛାତ୍ରଛାତ୍ରୀଙ୍କ ସମେତ ବନ କର୍ମଚାରୀମାନେ ମଧ୍ୟ ଜଙ୍ଗଲ ସଫାରୀ ଭ୍ରମଣ କରିଛନ୍ତି ।

ରାତି ସାଢ଼େ ୯ଟା ଯାଏଁ ଖୋଲା ରହିବ ସଫାରୀ, ଆଉ ଚାଲିବ ଟ୍ରେଲ । ଯେଉଁମାନେ ଦିନରେ ସମୟ ପାଉନାହାନ୍ତି ସେମାନେ ସନ୍ଧ୍ୟା ସମୟରେ ଅଭୟାରଣ୍ୟ ବୁଲିବାର ସୁଯୋଗ ପାଇପାରିବେ । ଏହା ଯୋଗୁଁ ଛାତ୍ରଛାତ୍ରୀ ଓ ରିସର୍ଚ୍ଚ ସ୍କଲାର ଅଧିକ ଉପକୃତ ହେବେ । ଏଠାରେ ଛାତ୍ରଛାତ୍ରୀ ଆଉ ପର୍ଯ୍ୟଟକ ହରିଣ, ବାରହା, ସମ୍ବର, ହାତୀ ସମେତ ଅନ୍ୟ ରାତ୍ରିଚର ପ୍ରାଣୀଙ୍କୁ ଦେଖିପାରିବେ । ସେମାନଙ୍କ ବିଶେଷ ଭାବରେ ସମ୍ପର୍କରେ ଜାଣିପାରିବେ । ରାତି ସାଢ଼େ ୯ଟାରୁ ସକାଳ ସାଢ଼େ ୯ଟା ଯାଏଁ ବନ୍ଦ ରହିବ ସଫାରୀ ।

ଏହା ବି ପଢନ୍ତୁ- ଚନ୍ଦକାରେ ଆରମ୍ଭ ହେବ "ନାଇଟ ନକଚରାଲ ଟ୍ରେଲ", ରାତିରେ ବୁଲିବାର ମଜା ନେବେ ଲୋକେ

ସୂଚନା ଅନୁଯାୟୀ, ଚନ୍ଦକା ଏବଂ ଡମପଡ଼ା ଜଙ୍ଗଲରେ ଥିବା ଭରତପୁର ପାର୍ଶ୍ଵରୁ ଏହି ଅଭିନବ ପଦକ୍ଷେପ ଆରମ୍ଭ ହୋଇଛି । ଏହା ଭାରତର ବିଭିନ୍ନ ଅଭ୍ୟାୟାରଣ୍ୟରେ ଏହି ପରିଯୋଜନା ହୋଇସାରିଛି । ଏଥିରେ ବିଶେଷ ଭାବରେ ଦୁଇ ପ୍ରକାରର ସୁବିଧା ମିଳିବ । ଛାତ୍ରଛାତ୍ରୀ ଏବଂ ମେଧାବୀ ଛାତ୍ରଛାତ୍ରୀ ସେଠାରେ ରିସର୍ଚ୍ଚ ମଧ୍ୟ କରିପାରିବେ । ଏହାସହ ମଧ୍ୟ ସାଧାରଣ ଲୋକେ ରାତିରେ ବୁଲିବାର ମଜା ଉଠାଇ ପାରିବେ । ଚନ୍ଦକା ଜଙ୍ଗଲରେ ଅନେକ ଜୀବଜନ୍ତୁ ରହିଥିବା ବେଳେ ସମ୍ବରଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଚେଷ୍ଟା ଚାଲିଛି ।

ସପ୍ତପାଣିରୁ ଅନେକ ସମ୍ବର ଆସିବା ନେଇ ମଧ୍ୟ ଚେଷ୍ଟା ଚାଲିଛି । ପ୍ରତ୍ୟେକ ଦିନ ଦୁଇଟି ଗାଡି ଭରତପୁର ପାର୍ଶ୍ଵରେ ବାହାରିବ । ଯାହା ରାତି ୯ଟା ୩୦ ପର୍ଯ୍ୟନ୍ତ ଏହାର ମଜା ନେଇପାରିବେ । ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର ଜଗନ୍ନାଥ ପ୍ରସାଦ ଭରତପୁର ୧୯ ବର୍ଗ କି.ମି ଜଙ୍ଗଲ ଜମି ଏବଂ ବିଭିନ୍ନ ପ୍ରକାରର ଉଦ୍ଭିଦ ସମେତ ବିଭିନ୍ନ ଜୀବଜନ୍ତୁଙ୍କୁ ଦେଖିବାକୁ ମିଳେ। ଭୁବନେଶ୍ବରର ଉପକଣ୍ଠରେ ବିଶ୍ବବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ରହିଛି । ଯାହା ଅବକାଶ ସମୟରେ ଜଙ୍ଗଲରେ ସନ୍ଧ୍ୟାରେ ଜଙ୍ଗଲ ସଫାରୀ କରିବାର ମଜା ନେଇପାରିବେ । ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀଙ୍କ ସମେତ ବନ କର୍ମଚାରୀମାନେ ମଧ୍ୟ ସହଯୋଗରେ ଜଙ୍ଗଲ ସଫାରୀ ଭ୍ରମଣ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 29, 2024, 9:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.