ETV Bharat / state

ପଞ୍ଚଭୂତରେ ବିଲୀନ ହେଲା ଯବାନ ନବଘନଙ୍କ ମରଶରୀର, କାର୍ଗିଲ ଯୁଦ୍ଧରେ ଥିଲେ ସାମିଲ

author img

By ETV Bharat Odisha Team

Published : Feb 3, 2024, 11:59 AM IST

Jawan Nabaghana Behera
ପଞ୍ଚଭୁତରେ ବିଲୀନ ହେଲା ଯବାନ ନବଘନଙ୍କ ମରଶରୀର

Jawan Nabaghana Behera last rites performed: ପୁରୀ ଜିଲ୍ଲା କାକଟପୁର ବ୍ଲକ ଜଗନ୍ନାଥ ପଡ଼ା ଗାଁର ବିଏସଏଫ ଯବାନ ନବଘନ ବେହେରାଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ । ଅଧିକ ପଢନ୍ତୁ

ପଞ୍ଚଭୁତରେ ବିଲୀନ ହେଲା ଯବାନ ନବଘନଙ୍କ ମରଶରୀର

ନିମାପଡା: ବିଏସଏଫ ଯବାନଙ୍କ ଅକାଳ ବିୟୋଗରେ ସ୍ତବ୍ଧ ପୁରୀ ଜିଲ୍ଲା କାକଟପୁର ବ୍ଲକ ଜଗନ୍ନାଥ ପଡ଼ା ଗାଁ । ଏହି ଗ୍ରାମର ନବଘନ ବେହେରା ଦୀର୍ଘ ବର୍ଷ ଧରି ସେନାରେ ସାମିଲ ହୋଇ ଦେଶମାତୃକାର ରକ୍ଷା କରିଆସୁଥିଲେ । ହେଲେ ଗତ କିଛି ଦିନ ହେବ ଅସୁସ୍ଥତା ହେତୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା ବେଳେ ତାଙ୍କର ମୃତ୍ୟୁ ଘଟିିଛି । ଶୁକ୍ରବାର ଦିନ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଯବାନକୁ ହରାଇ ସମଗ୍ର ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି ।

ଏହାମଧ୍ୟ ପଢନ୍ତୁ.. ପଞ୍ଚଭୂତରେ ଲୀନ ହେଲେ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ, ଝୁରୁଛି ଜନ୍ମମାଟି

ନୀରବ ହୋଇ ଯାଇଛି ଗାଁ । ଝୁରୁଛି ଗାଁ ମାଟି, ଝୁରିଛି ଦେଶ ଓ ନିଜ ଆତ୍ମୀୟ । ପଞ୍ଚଭୁତ ଲୀନ ହୋଇଛି ଯବାନ ନବଘନ ବେହେରାଙ୍କ ମରଶରୀର । ନିଜ ଦେଶମାତୃକାକୁ ରକ୍ଷା କରି ଶେଷରେ ସମସ୍ତଙ୍କୁ ସ୍ତବ୍ଧ କରି ଚାଲିଯାଇଛନ୍ତି ଯବାନ ନବଘନ ବେହେରା । ଜୀବନ ଦୀପ ଲିଭିଯାଇ ଥିଲେ ମଧ୍ୟ ଅନେକ ମନରେ ସୃଷ୍ଟି କରିଛନ୍ତି ଦେଶପ୍ରେମ । ୧୯୯୧ ମସିହାରେ ସୀମା ସୁରକ୍ଷା ବଳରେ ଯୋଗ ଦେଇଥିଲେ ନବଘନ । ସେବେଠୁ ଦେଶମାତୃକା ପାଇଁ ନିଷ୍ଠାର ସହ କାମ କରିଆସୁଥିଲେ । କାରଗିଲ ଯୁଦ୍ଧରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଲଢ଼ିଥିଲେ ନବଘନ ।

ଏହାମଧ୍ୟ ପଢନ୍ତୁ..ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟିରେ ଯବାନଙ୍କ ଶେଷକୃତ୍ୟ

ଗତ କିଛି ଦିନ ହେବ ଅସୁସ୍ଥତା ହେତୁ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ନବଘନ । ଯବାନଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । କାନ୍ଦବୋବାଳିରେ ଫାଟି ପଡିଥିଲା ଗାଁ । ଦୂରଦୂରାନ୍ତରରୁ ଅନେକ ଲୋକ ଯବାନଙ୍କ ମରଶରୀରର ଶେଷ ଦର୍ଶନ ନିମନ୍ତେ ଭିଡ ଜମାଇଥିଲେ । କାକଟପୁର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ, ଚେୟାରମ୍ୟାନ ଶ୍ରୀଧର ନାୟକ, ପୁରୀ ଜିଲ୍ଲା ଯାଦବ ସଂଘ ସଭାପତି, କାକଟପୁର ବିଡିଓ, ତହସିଲଦାର ଓ କାକଟପୁର ନିର୍ବାଚନୀ ମଣ୍ଡଳୀର କାଦୁଆ ନୂଆ ଗାଁ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ପହଞ୍ଚି ପାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶୁକ୍ରବାର ଦିନ ରାଷ୍ଟ୍ରୀୟ ମର୍ଯ୍ୟାଦାଦର ସହ ନିଜ ଜଗନ୍ନାଥ ପଡା ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ପରେ ତାଙ୍କ ପୁଅ ମୁଖାଗ୍ନି ଦେଇଛନ୍ତି l


ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.