ETV Bharat / state

କଟକରେ ଜଣ୍ଡିସ ସ୍ଥିତି ନିୟନ୍ତ୍ରଣାଧୀନ: କମିଶନର - Jaundice Under Control

author img

By ETV Bharat Odisha Team

Published : Apr 20, 2024, 8:55 PM IST

Jaundice Under Control
Jaundice Under Control

Jaundice Under Control: ସିଏମସି ଅଧୀନରେ ଥିବା ରାଜେନ୍ଦ୍ରନଗରରେ ଗତ କିଛି ଦିନ ହେବ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ସ୍ଥିିତି ନିୟନ୍ତ୍ରଣାଧୀନ ଥିବା ସୂଚନା ଦେଇଛନ୍ତି ସିଏମସି କମିଶନର । ଅଧିକ ପଢନ୍ତୁ

Jaundice Under Control

କଟକ: ଜଣ୍ଡିସ ସ୍ଥିତିରେ ଆସିଲାଣି ସୁଧାର । ଏଯାବତ୍ ସରକାରୀ ସ୍ତରରେ 11 ଜଣ ଜଣ୍ଡିସ ରୋଗୀ ଚିହ୍ନଟ ହୋଇଛନ୍ତି । ସିଏମସି ଅଧୀନରେ ଥିବା 52 ନମ୍ବର ୱାର୍ଡ ରାଜେନ୍ଦ୍ରନଗର ଗତ କିଛି ଦିନ ହେବ ଜଣ୍ଡିସ ପ୍ରଭାବିତ ହୋଇଥଲା । ପ୍ରଥମ ଦିନ 3 ଜଣ ଚିହ୍ନଟ ହୋଇଥିଲେ । ଏହାପରେ 48 ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଥିଲା । କିନ୍ତୁ ସେଥିରୁ 8 ଜଣ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହି ୱାର୍ଡରେ ଅଧିକ ଜଣ୍ଡିସ ନ ବ୍ୟାପିବା ପାଇଁ ୱାଟକୋ (WATCO)କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି । ଶୀଘ୍ର ପାନୀୟ ଜଳ ପାଇପ ପରିବର୍ତ୍ତନ କରିବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି । ଆଉ ସମ୍ପୃକ୍ତ ଅଞ୍ଚଳରେ ମଧ୍ୟ ପାଇପ ପରିବର୍ତ୍ତନ କରାଯାଇଛି ।

ଏନେଇ ସିଏମସି କମିଶନର ବିଜୟ କୁମାର ଦାସ କହିଛନ୍ତି, "ବର୍ତ୍ତମାନ ରାଜେନ୍ଦ୍ର ନଗରରେ ପାଣି ନମୁନା ଯାଞ୍ଚ କରାଯାଉଛି । ଏପରିକି ଯେଉଁମାନଙ୍କଠାରେ ଲକ୍ଷଣ ଦୃଷ୍ଟିଗୋଚର ହେଉଛି ସେମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଉଛି । ଏହାସହ ହାଲୋଜିନ ବଟିକା , ଓଆରଏସ (ORS) ଓ ଅନ୍ୟାନ୍ୟ ଡାକ୍ତରୀ ସେବା ଜାରି ରଖିଛନ୍ତି ଆଶା କର୍ମୀ । ଜଣ୍ଡିସ ସ୍ଥିତି ସମୀକ୍ଷା କରିବା ପାଇଁ ସିଏମସି ଓ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୋଟିଏ ଲେଖାଏଁ ଟିମ ଗଠନ କରାଯାଇଥିଲା । ସଂକ୍ରମିତ ଅଞ୍ଚଳରେ ପ୍ରତିଦିନ ସର୍ଭିଲାନ୍ସ ଟିମ ମଧ୍ୟ କାମ କରୁଛନ୍ତି ।"

ଏହା ବି ପଢନ୍ତୁ...କଟକରେ ଜଣ୍ଡିସ ସଂକ୍ରମିତଙ୍କ ତଥ୍ୟ ଲୁଚାଉଛି ସ୍ୱାସ୍ଥ୍ୟ ବିଭାଗ: କଂଗ୍ରେସ କର୍ପୋରେଟର - Jaundice Outbreak

ସେ ଆହୁରି କହିଛନ୍ତି, "ଯାହା ଅନୁମାନ କରାଯାଉଛି ଏହି ସଂଖ୍ୟାରୁ ଅଧିକ ସଂଖ୍ୟକ ଆକ୍ରାନ୍ତ ଆଉ ଚିହ୍ନଟ ହେବେନାହିଁ ବୋଲି ଆଶା ରଖିଛି ସିଏମସି । ବିଗତ କିଛି ସପ୍ତାହ ଧରି କଟକର ଏହି ରାଜେନ୍ଦ୍ରନଗର ଅଞ୍ଚଳରେ ଜଣ୍ଡିସ ଭୟ ଲାଗି ରହିଥିଲା । ସିଏମସିର ତ୍ୱରିତ ପଦକ୍ଷେପ ଯୋଗୁ ବର୍ତ୍ତମାନ ଜଣ୍ଡିସ ଆୟତ୍ତ ହୋଇଛି ।" ଆଗାମୀ ଦିନରେ ଯେପରି କଟକରେ କେଉଁ ୱାର୍ଡରେ ଜଣ୍ଡିସ ନବ୍ୟାପିବ ସେନେଇ ଧ୍ୟାନ ଦିଆଯାଉଛି ବୋଲି କହିଛନ୍ତି ସିଏମସି କମିଶନର । ସେହିପରି କେନ୍ଦୁଝରରେ ମଧ୍ୟ ଜଣ୍ଡିସ ରୋଗୀ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଛି । କଲେଜ ହଷ୍ଟେଲରୁ ୨୮ ଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ପ୍ରିନ୍ସିପାଲଙ୍କଠାରୁ ଖବର ପାଇବା ପରେ ଡାକ୍ତରୀ ଟିମ୍ ହଷ୍ଟେଲରେ ପହଞ୍ଚି ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.