ETV Bharat / state

କଟକରେ ଜଣ୍ଡିସ ସଂକ୍ରମିତଙ୍କ ତଥ୍ୟ ଲୁଚାଉଛି ସ୍ୱାସ୍ଥ୍ୟ ବିଭାଗ: କଂଗ୍ରେସ କର୍ପୋରେଟର - Jaundice Outbreak

author img

By ETV Bharat Odisha Team

Published : Apr 11, 2024, 9:46 AM IST

Congress On Jaundice Outbreak: ଜଣ୍ଡିସ ସ୍ଥିତିର ସମୀକ୍ଷା କଲେ କଂଗ୍ରେସ କର୍ପୋରେଟର । ସିଏମସି ଜଣ୍ଡିସ ସଂକ୍ରମିତଙ୍କ ତଥ୍ୟ ଲୁଚାଉଥିବା ନେଇ ଆଣିଲେ ଅଭିଯୋଗ । ଅଧିକ ପଢ଼ନ୍ତୁ ।

ଜଣ୍ଡିସ ସ୍ଥିତି ସମ୍ପର୍କରେ କଂଗ୍ରେସ କର୍ପୋରେଟରଙ୍କ ସମୀକ୍ଷା
ଜଣ୍ଡିସ ସ୍ଥିତି ସମ୍ପର୍କରେ କଂଗ୍ରେସ କର୍ପୋରେଟରଙ୍କ ସମୀକ୍ଷା

ଜଣ୍ଡିସ ସ୍ଥିତି ସମ୍ପର୍କରେ କଂଗ୍ରେସ କର୍ପୋରେଟରଙ୍କ ସମୀକ୍ଷା

କଟକ: ପୁଣି କଟକରେ ଡରାଉଛି ଜଣ୍ଡିସ । ମଙ୍ଗଳା ମନ୍ଦିର ପାଖ ପୋଷ୍ଟ ଅଫିସ ଲେନରୁ 11 ଜଣ ଜଣ୍ଡିସରେ ଆକ୍ରାନ୍ତ ହେବା ପରେ କଟକରେ ଆତଙ୍କ ଖେଳି ଯାଇଛି । ସେପଟେ ମହାନଗର ନିଗମର 52 ନମ୍ବର ୱାର୍ଡ ରାଜେନ୍ଦ୍ର ନଗର ଠାରେ ଜଣ୍ଡିସର ସ୍ଥିତି ସମ୍ପର୍କରେ କଂଗ୍ରେସର କର୍ପୋରେଟର ଗତକାଲି ସମୀକ୍ଷା କରିଛନ୍ତି । ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜଣ୍ଡିସକୁ ନିୟନ୍ତ୍ରଣ ପାଇଁ ସେଠାରେ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲା ଯାଇଛି । ମନ୍ଦିର ପରିସରରେ ଅସ୍ଥାୟୀ ଶିବିର ଖୋଲା ଯାଇଥିବାରୁ ଏହାକୁ ନେଇ କଂଗ୍ରେସ କର୍ପୋରେଟର ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥି ସହିତ ସିଏମସି କମିଶନରଙ୍କୁ କୈଫତ ତଲବ କରିଛନ୍ତି ।

କଂଗ୍ରେସ କର୍ପୋରେଟର ସନ୍ତୋଷ ଭୋଳ ଏବଂ କମେଶ୍ୱର ରାଓଙ୍କ ସମେତ କଂଗ୍ରେସକର୍ମୀ ମାନେ ରାଜେନ୍ଦ୍ର ନଗର ଅଞ୍ଚଳରେ ପାନୀୟ ଜଳ ଯୋଗାଉଥିବା ପାଇପ ଲାଇନର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ପାଇପ ଲାଇନ ଗୁଡ଼ିକ ଏକ ଅସ୍ବାସ୍ଥ୍ୟକର ପରିବେଶରେ ସଂଯୋଗ କରୁଥିବାରୁ ୱାଟକୋ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥି ସହିତ କଂଗ୍ରେସ କର୍ପୋରେଟର ମାନେ ଜଣ୍ଡିସ ପରିସ୍ଥିତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା ପାଇଁ ସିଏମସି କମିଶନରଙ୍କ ନିକଟରେ ଦାବି କରିଥିଲେ । ସେମାନେ ଅଭିଯୋଗ କରିଛନ୍ତି, ‘ଦୂଷିତ ପାଣି ଯୋଗୁଁ ରାଜେନ୍ଦ୍ର ନଗର ଅଞ୍ଚଳରେ ଜଣ୍ଡିସ ରୋଗ ଦେଖାଯାଇଛି । ତେବେ ନୂଆପଡ଼ାରେ ମଧ୍ୟ ଜଣ୍ଡିସ ରୋଗ ଚିହ୍ନଟ ହୋଇଛନ୍ତି । ଏହାର ପ୍ରତିକାର ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ବର୍ତ୍ତମାନ ସୁଦ୍ଧା ସରକାରୀ ସ୍ତରରେ ଉକ୍ତ ୱାର୍ଡରେ ସର୍ଭିଲାନ୍ସ ଜାରି ରହିଛି । ଆଶାକର୍ମୀ ମୁତୟନ ରହି ବଟିକା ଜଳ ବିଶୋଧନ କରିବା ପ୍ରଣାଳୀ ସମସ୍ତ ଦିଗରେ ଯାଞ୍ଚ କରୁଛନ୍ତି । ଏହାଛଡ଼ା 50ରୁ ଊର୍ଦ୍ଧ୍ବ ରକ୍ତ ନମୁନା ଟେଷ୍ଟ ପରେ 11 ଜଣେ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।’’ ତେବେ ବର୍ତ୍ତମାନ ସ୍ଥିତି ଯାହା ରହିଛି ତାହାର ଶୀଘ୍ର ସମାଧାନ କରିବା ପାଇଁ ଦାବି କରିଛି କଂଗ୍ରେସ ।

ଅନ୍ୟପଟେ ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, ସ୍ଥିତିରେ ସୁଧାର ଆଣିବା ସହିତ କିପରି ଜଣ୍ଡିସ ଶୀଘ୍ର କଣ୍ଟ୍ରୋଲକୁ ଆସିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ସିଏମସି ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୋଟିଏ ଲେଖାଏଁ ଟିମ ଗଠନ କରାଯାଇ ସତର୍କ କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ... କଟକରେ ନିୟନ୍ତ୍ରଣକୁ ଆସୁଛି ଜଣ୍ଡିସ: CDMO - Control On Jaundice Outbreak

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.