ETV Bharat / state

ଘରେ ପଶି ବୃଦ୍ଧାଙ୍କୁ ହତ୍ୟା ଘଟଣା, ଚେନ୍ନାଇରୁ ଅଭିଯୁକ୍ତ ଗିରଫ

author img

By ETV Bharat Odisha Team

Published : Feb 27, 2024, 10:26 AM IST

Etv Bharat
Etv Bharat

Jagatsinghpur Elderly Woman Murder Case: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଓଗରପୁର ଗ୍ରାମରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ବୃଦ୍ଧା ମାଆ ମୃତ ଘଟଣା । ଚେନ୍ନାଇରୁ ଅଭିଯୁକ୍ତ ଗିରଫ । ଅଧିକ ପଢ଼ନ୍ତୁ

ବୃଦ୍ଧାଙ୍କୁ ହତ୍ୟା

ଜଗତସିଂହପୁର: ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ଓଗରପୁର ଗ୍ରାମରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ବୃଦ୍ଧା ମାଆଙ୍କ ମୃତ୍ୟୁ ଏବଂ ପୁଅ-ବୋହୂ ଗୁରୁତର ଘଟଣାର ପର୍ଦ୍ଦାଫାସ । ମୁଖ୍ୟ ଅଭିଯୁକ୍ତ ଓଗରପୁର ଗାଁର ବିକ୍ରମ ବିଶ୍ୱାଳକୁ ଗିରଫ କରି ସ୍କ୍ରିନ ରିକ୍ରିଏସନ କରିବା ପରେ କୋର୍ଟ ଚାଲାଣ କରିଛି ବାଲିକୁଦା ପୋଲିସ । ତେବେ ଅଭିଯୁକ୍ତ ଚେନ୍ନାଇରେ ରହୁଥିବା ବେଳେ ସେଠାରୁ ବାଇକରେ ଆସି ରାତିରେ ହତ୍ୟାକାଣ୍ଡ ଘଟାଇବା ପରେ ପୁନର୍ବାର ବାଇକ ନେଇ ଚେନ୍ନାଇ ଚାଲି ଯାଇଥିଲା । ଜମିବାଡ଼ି ବିବାଦକୁ ନେଇ ଏଭଳି କାଣ୍ଡ ଘଟାଇ ଥିବାର ପୋଲିସ ଆଗରେ ସ୍ବୀକାର କରିଛି ଅଭିଯୁକ୍ତ ବିକ୍ରମ ।

ସୂଚନା ଅନୁସାରେ, ଜଗତସିଂହପୁର ବାଲିକୁଦା ଥାନା ଓଗରପୁର ଗାଁର ମାନିଆ ବିଶ୍ୱାଳ ଓ ସେହି ଗାଁର ବିକ୍ରମ ବିଶ୍ୱାଳଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା । ଯାହାକୁ ନେଇ ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । ବିକ୍ରମ ବିଶ୍ୱାଳ ଚେନ୍ନାଇରେ କାମ କରୁଥିବା ବେଳେ ଘଟଣା ଦିନ ଅର୍ଥାତ ଫେବୃୟାରୀ 19 ତାରିଖ ରାତିରେ ବାଇକ ଯୋଗେ ଚେନ୍ନାଇରୁ ଆସିଥିଲା । ବିଳମ୍ବିତ ରାତିରେ ଓଗରପୁର ଗାଁରେ ପହଞ୍ଚିବା ସହ ମୁଁହରେ ଏକ କଳାମୁଖା ପିନ୍ଧି ମାନିଆ ବିଶ୍ୱାଳଙ୍କ ଘର କବାଟ ବାଡେଇଥିଲା । ତେବେ ବୃଦ୍ଧା ମାନିଆ ବିଶ୍ୱାଳ କବାଟ ଖୋଲିବା ପରେ ମୁଖାପିନ୍ଧି ଆସିଥିବା ବିକ୍ରମ ହଠାତ ଭୁଜାଲି ବାହାର କରି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଘରେ ପଶି ହାଣି ପକାଇଲେ ଦୁର୍ବୃତ୍ତ; ମାଆ ମୃତ, ପୁଅ-ବୋହୂ ଗୁରୁତର

ସେପଟେ ବିକ୍ରମର ଆକ୍ରମଣରେ ବୃଦ୍ଧା ଜଣଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିତ୍କାର କରିବାରୁ ବୃଦ୍ଧାଙ୍କ ପୁଅ ରାକେଶ ବିଶ୍ୱାଳ ଓ ବୋହୂ ସୁଭଦ୍ରା ବିଶ୍ୱାଳ ଦୌଡ ଆସିଥିଲେ । ପୁଅ ବୋହୂକୁ ଦେଖି ସେମାନଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲା ବିକ୍ରମ । ସେମାନେ ଚିତ୍କାର କରିବାରୁ ବିକ୍ରମ ଘଟଣାସ୍ଥଳରୁ ପଳାଇ ଯାଇଥିଲା । ସେହି ରାତିରେ ବାଇକ ଯୋଗେ ଚେନ୍ନାଇ ଚାଲିଯାଇଥିଲା ବିକ୍ରମ । ପରେ ଘଟଣାସ୍ଥଳ ହିଁ ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଉଭୟ ପୁଅ ବୋହୂଙ୍କୁ ଗ୍ରାମବାସୀଙ୍କ ଦ୍ୱାରା ପ୍ରଥମେ ବାଲିକୁଦା ପରେ ଜଗତସିଂହପୁର ସ୍ଥାନାନ୍ତର କରାଯାଇଥିଲା । ଅନ୍ୟପକ୍ଷେ ଘଟଣା ସମ୍ପର୍କରେ ସୂଚନା ପାଇ ବାଲିକୁଦା ଥାନା ପୋଲିସ ଘଟଣାସ୍ଥରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ବାଲିକୁଦା ପୋଲିସ ତଦନ୍ତ କରି ଅଭିଯୁକ୍ତ ବିକ୍ରମକୁ ଚେନ୍ନାଇରୁ ଗିରଫ କରି ଗତକାଲି (ସୋମବାର) କୋର୍ଟ ଚାଲାଣ କରିଛି । ସେପଟେ ବର୍ତ୍ତମାନ ବୃଦ୍ଧା ମାନିଆଙ୍କ ପୁଅ ଓ ବୋହୂ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.