ETV Bharat / state

ପରିକ୍ରମା ପ୍ରକଳ୍ପ ନାଁରେ ହରିଲୁଟ୍ ଅଭିଯୋଗ, CBIର ଦ୍ୱାରସ୍ଥ ହେଲା ଜଗନ୍ନାଥ ସେନା

author img

By ETV Bharat Odisha Team

Published : Feb 18, 2024, 9:29 AM IST

Corruption In Parikrama Project
Corruption In Parikrama Project

Corruption In Parikrama Project: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗ । ଏନେଇ CBIର ଦ୍ବାରସ୍ଥ ହୋଇଛି ଜଗନ୍ନାଥ ସେନା । ଅଧିକ ପଢନ୍ତୁ

Corruption In Parikrama Project

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଦୁର୍ନୀତି ଅଭିଯୋଗ ଆଣି CBIର ଦ୍ୱାରସ୍ଥ ହେଲା ଜଗନ୍ନାଥ ସେନା । ସଂଗଠନ ପକ୍ଷରୁ ଭୁବନେଶ୍ୱର CBI ଅଫିସରେ ଅଭିଯୋଗ ପତ୍ର ପ୍ରଦାନ କରାଯାଇ ଘଟଣାର ତଦନ୍ତ‌ ଦାବି ହୋଇଛି । ଲୋକଙ୍କ ଟଙ୍କାରେ ପ୍ରକଳ୍ପ ନିର୍ମାଣ ଆଳରେ ବଡ଼ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।

ପ୍ରିୟଦର୍ଶନ କହିଛନ୍ତି, "ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣରେ ୧୪ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଏଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କେବଳ ଶୌଚାଳୟ ନିର୍ମାଣ, ବାହାରବେଢା ଓ ଶ୍ରୀସେତୁ ନିର୍ମାଣ କରି ୪୨ଶହ କୋଟି ଖର୍ଚ୍ଚ କରାଯାଇଛି ଯାହକି ଏକ ବଡ଼ ଧରଣର ଦୁର୍ନୀତି । ଏହି ଦୁର୍ନୀତିରେ କିଛି ନିର୍ଦ୍ଦିଷ୍ଟ ଲୋକ ସାମିଲ ଅଛନ୍ତି । ଏପରିକି କେନ୍ଦ୍ର ସରକାରଙ୍କର ୭୦ ପ୍ରତିଶତ ଟଙ୍କା ଏହି ଜରିଆରେ ହରିଲୁଟ ହୋଇଛି ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆରଟିଆଇରେ ଯେଉଁ ତଥ୍ୟ ମଗାଯାଇଥିଲା ତାହା ସାଙ୍ଘାତିକ । ଗରିବ ଲୋକଙ୍କ ଟ୍ୟାକ୍ସ ପଇସାରେ ଏପରି ପ୍ରକଳ୍ପ ନିର୍ମାଣ ହୋଇଛି । ଏଥିରେ କେନ୍ଦ୍ର ସରକାରଙ୍କର ମଧ୍ୟ ୭୦ ପ୍ରତିଶତ ଟଙ୍କା ରହିଛି । ଜଗନ୍ନାଥଙ୍କ ନାଁରେ ଏମାନେ କିପରି ଦୁର୍ନୀତି କରିଛନ୍ତି ତାହା ସାମ୍ନାକୁ ଆସୁ । ସିବିଆଇ ଏହାର ତଦନ୍ତ କରୁ । ଯଦି ସତ୍‌ ସାହାସ ଅଛି ରାଜ୍ୟ ସରକାର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲନ୍ତୁ । ଯିଏ ଜଗନ୍ନାଥଙ୍କ ସହ ଖେଳ ଖେଳିଛି ତାଙ୍କୁ ଜେଲରେ ପୁରାଇବା ପାଇଁ ଜଗନ୍ନାଥ ସେନା ଲଢେଇ ଜାରି ରଖିବ‌ ।

ଏହା ମଧ୍ୟ ପଢନ୍ତୁ...ଦୁର୍ନୀତି ଅଭିଯୋଗ ନେଇ ପ୍ରଫୁଲ୍ଲ ସାମଲ ଓ ପାଣ୍ଡିଆନଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ

ସରକାରୀ ଅର୍ଥକୁ ହରିଲୁଟ କରି ନିର୍ବାଚନ ପାଇଁ ଟଙ୍କା ଯୋଗାଡ଼ କରାଯାଇଥିବା ଅଭିଯୋଗ ଆଣିଛି ଜଗନ୍ନାଥ ସେନା । ଏହାସହ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ତଦନ୍ତ ପରିସରକୁ ଅଣାଯାଉ ବୋଲି ଜଗନ୍ନାଥ ସେନା ପକ୍ଷରୁ ଦାବି କରାଯାଇଛି । ଏହି ଦୁର୍ନୀତି ପଛରେ ରାଜ୍ୟ ସରକାର ଓ କିଛି ନିର୍ଦ୍ଦିଷ୍ଟ ଲୋକ ରହିଛନ୍ତି । ତେଣୁ ସେମାନଙ୍କୁ ତଦନ୍ତ ପରିସରକୁ ନେଇ ତଦନ୍ତ କଲେ ପୁରା ଘଟଣାର ସତ ସାମ୍ନାକୁ ଆସିବ ବୋଲି କହିଛି ଜଗନ୍ନାଥ ସେନା । ଜନ ସଚେତନତା ପାଇଁ ସେମାନେ ଏପରି ସିବିଆଇରେ ଦ୍ୱାରସ୍ଥ ହୋଇଥିବା କହିଛନ୍ତି । ଏନେଇ ଦିଲ୍ଲୀ ସ୍ଥିତ ସିବିଆଇ କାର୍ଯାଳୟରେ ଗତ ୯ ତାରିଖରେ ଅଭିଯୋଗ କରିଥିଲେ । ପରେ ଭୁବନେଶ୍ୱର ସିବିଆଇ ଅଫିସରେ ପହଞ୍ଚି ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.