ETV Bharat / politics

ଦୁର୍ନୀତି ଅଭିଯୋଗ ନେଇ ପ୍ରଫୁଲ୍ଲ ସାମଲ ଓ ପାଣ୍ଡିଆନଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ

author img

By ETV Bharat Odisha Team

Published : Feb 15, 2024, 9:04 PM IST

Congress Burnt Effigy: ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ । ଯାହାକୁ ନେଇ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରଫୁଲ୍ଲ ସାମଲ ଏବଂ 5T ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଅଧିକ ପଢନ୍ତୁ

ଦୁର୍ନୀତି ଅଭିଯୋଗ ନେଇ କଂଗ୍ରେସର  ପ୍ରଫୁଲ୍ଲ ସାମଲ ଏବଂ ଭିକେ ପାଣ୍ଡିଆନଙ୍କ କୁଶପୁତ୍ତଳିକା ଦାହ
ଦୁର୍ନୀତି ଅଭିଯୋଗ ନେଇ କଂଗ୍ରେସର ପ୍ରଫୁଲ୍ଲ ସାମଲ ଏବଂ ଭିକେ ପାଣ୍ଡିଆନଙ୍କ କୁଶପୁତ୍ତଳିକା ଦାହ

ଦୁର୍ନୀତି ଅଭିଯୋଗ ନେଇ କଂଗ୍ରେସର ପ୍ରଫୁଲ୍ଲ ସାମଲ ଏବଂ ଭିକେ ପାଣ୍ଡିଆନଙ୍କ କୁଶପୁତ୍ତଳିକା ଦାହ

ଭଦ୍ରକ: ଗୋଟେ ପଟେ ରାଜ୍ୟସଭା ପାଇଁ ସମର୍ଥନ ଦେବା ପରେ ଆରମ୍ଭ ହୋଇଛି ଖୋଦ୍ ବିଜେଡି ନେତାଙ୍କ ଉପରେ ଇଡି ରେଡ୍ । ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ବିଭିନ୍ନ ସ୍ଥାନରେ ଘରେ ଇଡ଼ି ପକ୍ଷରୁ ରେଡ ଜାରି ରହିଛି । ଯାହାକୁ ନେଇ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରଫୁଲ୍ଲ ସାମଲ ଏବଂ 5T ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।

ସୂଚନା ଅନୁଯାୟୀ ବରପଦା ଇଞ୍ଜିନିୟରିଂ କଲେଜରେ 2015 ମସିହାରୁ କଲେଜ ପରିଚାଳନା ଦାୟିତ୍ବରେ ଥିବା ସୋସାଇଟି ଏବଂ କର୍ମଚାରୀ ମାନଙ୍କ ମଧ୍ୟରେ ଆର୍ଥିକ ଅନିମିୟତତା ନେଇ ବିବାଦ ଆରମ୍ଭ ହୋଇଥିଲା । ଫଳରେ କଲେଜ କର୍ମଚାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ବରପଦା ଇଞ୍ଜିନିୟରିଂ କଲେଜରେ ଦୀର୍ଘ ଦିନ ଧରି 30 କୋଟି ଟଙ୍କାର ଅର୍ଥ ହଡପ ହୋଇଥିବାର ଅଭିଯୋଗ ହୋଇଥିଲା । ଏନେଇ ଭଦ୍ରକ ବନ୍ଦ ସମେତ ଏକାଧିକ ବାର ପ୍ରତିବାଦ କରିଥିଲେ ଇଞ୍ଜିନିୟରିଂ କଲେଜର କର୍ମଚାରୀ ମାନେ । ବର୍ଷ ବର୍ଷ ଧରି ଦରମା ନପାଇ କଲେଜ ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବିଧାନସଭା ଓ ବିଧାୟକଙ୍କ ବାସଭବନ ଆଗରେ ନ୍ୟାୟ ପାଇଁ ପ୍ରତିବାଦ କରି ନିରାଶ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ:କୃଷକଙ୍କ ବିକାଶ ନାଁରେ ବିନାଶ କରୁଛନ୍ତି କେନ୍ଦ୍ର ସରକାର: କଂଗ୍ରେସ

ଏହି ବିବାଦ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବା ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ କଲେଜ ପରିଚାଳନା ସୋସାଇଟି ପ୍ରତି ମାସ 7 ତାରିଖ ମଧ୍ୟରେ କଲେଜ କର୍ମଚାରୀ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦରମା ପ୍ରଦାନ କରିବା ପାଇଁ ବାଧ୍ୟ ବୋଲି ନିର୍ଦ୍ଦେଶ ଦେଇଥିଲେ । ଯାହାକୁ କଲେଜ ପରିଚାଳନା ସୋସାଇଟି ପାଳନ କରି କଲେଜକୁ ଚଳାଇ ଆସିଥିଲା । ହେଲେ କଲେଜ କର୍ମଚାରୀ ମାନଙ୍କୁ ସେମାନଙ୍କ 17 ମାସର ବକେୟା ଦରମା ଅଦ୍ୟାବଧି ପ୍ରଦାନ କରାଯାଇ ନାହିଁ ବୋଲି ଜଣାପଡିଛି । ଅନ୍ୟ ପକ୍ଷରେ ଟଙ୍କା ହଡ଼ପ କରିବା ଘଟଣାରେ ବିଧାୟକ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁତ୍ର ପ୍ରୟସକାନ୍ତି ସାମଲ ଛନ୍ଦି ହୋଇ ଯାଇଥିଲେ । ତେଣୁ ଏହି ଦୁର୍ନୀତି ଘଟଣାକୁ ନେଇ ଅତୀତରେ ଭିଜିଲାନ୍ସ ଏବଂ ଇଡି ପକ୍ଷରୁ ରେଡ କରିବା ପାଇଁ ଦାବି ହୋଇ ଆସୁଥିଲା ।

ତେବେ ଆଜି ଇଡି ରେଡ କରୁ ଥିବା ବେଳେ, ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଶୋଭାଯାତ୍ରା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ବାହାରି, ସ୍ଥାନୀୟ ରାଜଘାଟ ଛକଠାରେ ପହଞ୍ଚି ପ୍ରତିବାଦ ପ୍ରଦର୍ଶନ କରାଯିବା ସହ ବିଧାୟକ ପ୍ରଫୁଲ୍ଲ ସାମଲ ଏବଂ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ବିରୋଧରେ ନାରାବାଜି ଦିଆଯିବା ସହିତ ଉଭୟଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏଥିସହ ତୁରନ୍ତ ବିଧାୟକ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁତ୍ର ପ୍ରୟସକାନ୍ତି ସାମଲଙ୍କୁ ଗିରଫ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଅନ୍ୟଥା ଏନେଇ ଆଗାମୀ ଦିନରେ ଦିନରେ ତୀବ୍ର ଆନ୍ଦୋଳନ କରିବା ସହିତ ଆବଶ୍ୟକ ପଡିଲେ ଆଇନକୁ ହାତକୁ ନେବା ପାଇଁ କଂଗ୍ରେସ ପଛାଇବ ନାହିଁ ବୋଲି ଜିଲ୍ଲା କଂଗ୍ରେସ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.