ETV Bharat / state

ପ୍ରକାଶ ପାଇଲା ICSE ପରୀକ୍ଷା ଫଳ, ଦଶମରେ ମୋହିତ ଓ ଦ୍ବାଦଶରେ ସୁବର୍ଣ୍ଣିକା ରାଉରକେଲା ଟପ୍ପର - ICSE RESULT OUT

author img

By ETV Bharat Odisha Team

Published : May 6, 2024, 9:59 PM IST

ICSE 10th And 12th Toppers From Rourkela: ପ୍ରକାଶ ପାଇଛି ଦେଶରେ ICSE ରେଜଲ୍ଟ । ଦଶମରେ କୋଏଲ ନଗରର ମୋହିତ ପଣ୍ଡା ଏବଂ ଦ୍ବାଦଶରେ ସୁବର୍ଣ୍ଣିକା ପ୍ରଧାନ ରାଉରକେଲା ସହରର ଟପ୍ପର ହୋଇଛନ୍ତି । ଅଧିକ ପଢନ୍ତୁ

ICSE 10th And 12th Toppers From Rourkela
ICSE 10th And 12th Toppers From Rourkela (Etv Bharat)

ICSE 10th And 12th Toppers From Rourkela (ETV BHARAT ODISHA)

ରାଉରକେଲା: ପ୍ରକାଶ ପାଇଛି ଚଳିତବର୍ଷର ଭାରତୀୟ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀର ପରୀକ୍ଷାଫଳ । ରାଉରକେଲା ସହରରେ ଏଥର ଉଚ୍ଚକୋଟୀର ହୋଇଛି ICSE ରେଜଲ୍ଟ । ଏଥର ପୁଅଙ୍କ ତୁଳନାରେ ଝିଅମାନେ ଅଧିକ ଭଲ ପ୍ରଦର୍ଶନ କରିଛନ୍ତି । କେବଳ ରାଉରକେଲା ନୁହେଁ ବରଂ ସମ୍ପୂର୍ଣ୍ଣ ଜିଲ୍ଲାରେ ଏଥର ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି ଝିଅ । ଦଶମରେ କୋଏଲ ନଗରର ମୋହିତ ପଣ୍ଡା ଏବଂ ଦ୍ବାଦଶରେ ସୁବର୍ଣ୍ଣିକା ପ୍ରଧାନ ରାଉରକେଲା ସହରର ଟପ୍ପର ହୋଇଛନ୍ତି । ଦଶମରେ ମୋହିତ ପଣ୍ଡା 99.4 ପ୍ରତିଶତ ମାର୍କ ରଖିଥିବା ବେଳେ ଦ୍ଵାଦଶ ରେ ସୁବର୍ଣ୍ଣିକା ପ୍ରଧାନ 97 ପ୍ରତିଶତ ମାର୍କ ରଖିଛନ୍ତି ।

ରାଉରକେଲା ସହରର ଦଶମ ଶ୍ରେଣୀରେ ମୋହିତ ପଣ୍ଡା (99.4%), ଶିପ୍ରା ସ୍ବରୂପା ମିଶ୍ର (95%) ଓ ଅନୁରାଗ ନାୟକ ଯଥାକ୍ରମେ ପ୍ରଥମ ୩ଟି ସ୍ଥାନ ଅକ୍ତିଆର କରିଛନ୍ତି । ତେବେ ସମସ୍ତ ଛାତ୍ରଛାତ୍ରୀ ବର୍ତ୍ତମାନ ଖୁସି ଥିବା ବେଳେ ପରିବାର ଲୋକେ ଗର୍ବିତ ଅନୁଭବ କରିଛନ୍ତି । ସମ୍ପୂର୍ଣ୍ଣ ପରିବାରରେ ବର୍ତ୍ତମାନ କୃତିତ୍ବ ପାଇଥିବା ଛାତ୍ରଛାତ୍ରୀ ମାନଙ୍କ ପ୍ରଶଂସା ହେଉଛି । ସୂଚନାଯୋଗ୍ୟ ଯେ ସାରା ଦେଶରେ ଦ୍ବାଦଶରେ ପାସ୍ ହାର 98.19 ପ୍ରତିଶତ ରହିଛି । ଚଳିତ ବର୍ଷ ଆଇଏସସି ଦ୍ବାଦଶ ପରୀକ୍ଷା ଫେବୃଆରୀ 12 ତାରିଖରୁ ଆରମ୍ଭ ହୋଇ ଏପ୍ରିଲ 3 ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ପ୍ରାୟ 1 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଚଳିତ ବର୍ଷ ଛାତ୍ରଙ୍କଠାରୁ ଭଲ ପ୍ରଦର୍ଶନ କରିଛନ୍ତି ଛାତ୍ରୀ ।

ଏହା ମଧ୍ୟ ପଢନ୍ତୁ.... ଆରମ୍ଭ ହେଲା OJEE ପରୀକ୍ଷା, 60 କେନ୍ଦ୍ରରେ ପରୀକ୍ଷା ଦେବେ 65 ହଜାର 742 ପରୀକ୍ଷାର୍ଥୀ - OJEE 2024

ଦ୍ଵାଦଶ ଫଳାଫଳ ଅନୁଯାୟୀ ଛାତ୍ରୀମାନଙ୍କର ପାସ୍ ହାର98.92 ପ୍ରତିଶତ ରହିଥିବା ବେଳେ ଅନ୍ୟ ପକ୍ଷରେ ପୁଅ ମଧ୍ୟ କମ ନାହାଁନ୍ତି ପୁଅ ମାନଙ୍କର ପାସ୍ ହାର 97.53 ପ୍ରତିଶତ ରହିଛି । ଅନ୍ୟ ପକ୍ଷରେ ଆଇସିଏସଇ ଦଶମ ପରୀକ୍ଷା ଫେବୃଆରୀ 21ରୁ ମାର୍ଚ୍ଚ 28 ପର୍ଯ୍ୟନ୍ତ ହୋଇଥିବା ବେଳେ ଦଶମରେ ପାସ୍ ହାର ମୋଟ 99.47 ପ୍ରତିଶତ ରହିଛି । ତେବେ ଚଳିତ ବର୍ଷ 2 ଲକ୍ଷ 43 ହଜାର 617 ଜଣ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିଲେ । ତେବେ ଛାତ୍ରୀମାନଙ୍କର ପାସ୍ ହାର 99.65 ପ୍ରତିଶତ ହୋଇଥିବା ବେଳେ ଛାତ୍ରମାନଙ୍କ ପାସ୍ ହାର 99.31 ପ୍ରତିଶତ ରହିଛି । ସମସ୍ତ ରାଉରକେଲା ସହରର ଟପ୍ପର ଛାତ୍ରଛାତ୍ରୀ ଖୁବ ଖୁସି ଥିବା ବେଳେ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ନେଇ ଆଶୀର୍ବାଦ ଦେଇଛନ୍ତି ପରିବାର ଲୋକ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.