ETV Bharat / state

'କମିଛି ଶିକାର, ଶିକାରୀଙ୍କ ଉପରେ ନଜର ରଖିବେ AI ଓ ଏକ୍ସ ଆର୍ମୀ' - Hunting decreased in Shimilipal

author img

By ETV Bharat Odisha Team

Published : Apr 9, 2024, 4:28 PM IST

PCCF Sushant Nanda
PCCF Sushant Nanda

PCCF Sushant Nanda Press meet: ଜଙ୍ଗଲରେ ଶିକାର କମିଥିବା ବେଳେ ଶିକାର ଓ ବନ୍ୟପ୍ରାଣୀଙ୍କ ଉପରେ ଏଆଇ କ୍ୟାମେରା ନଜର ରଖିଛି ବୋଲି କହିଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ । ଅଧିକ ପଢନ୍ତୁ

PCCF Sushant Nanda

ଭୁବନେଶ୍ୱର: ଜଙ୍ଗଲ ଜଗୁଛି ଏଆଇ କ୍ୟାମେରା । ପଣା ସଂକ୍ରାନ୍ତି ସମୟରେ ଶିକାରୀଙ୍କ ଉପରେ ରହିବ କଡା ନଜର । ଶିକାରୀଙ୍କ ଉପରେ ନଜର ରଖିବେ ଏଆଇ ଏବଂ ଏକ୍ସ ଆର୍ମୀ । ଅନ୍ୟପଟେ ଶିମିଳିପାଳ ଓ ଅନ୍ୟାନ୍ୟ ଜଙ୍ଗଲରେ ଶିକାର ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇଥିବା ନେଇ କହିଛନ୍ତି ବନ୍ୟପ୍ରାଣୀ ପିିସିସିଏଫ ସୁଶାନ୍ତ ନନ୍ଦ । ଶିକାରୀଙ୍କ ପ୍ରାଦୂର୍ଭାବ କମିଥିବା କହିଛନ୍ତି ପିସିସିଏଫ ।

ବନ୍ୟାପ୍ରାଣୀ ପିପିଏସଫ ସୁଶାନ୍ତ ନନ୍ଦ କହିଛନ୍ତି ଯେ, ଶିମିଳିପାଳରେ ବନ ବିଭାଗ ପକ୍ଷରୁ ଶିକାରୀଙ୍କ ଉପରେ କଡା ନଜର ରଖାଯାଇଛି । ବର୍ତ୍ତମାନ ସମୟରେ ଶିକାରର ମାତ୍ରା କମିଛି । ପଣା ସଂକ୍ରାନ୍ତି ସମୟରେ ଶିକାର ଅଧିକ ହେଉଥିବା ବେଳେ ଚଳିତ ବର୍ଷ ତାହା ବନ୍ଦ ରହିଛି । ବନବିଭାଗ ଟିମ୍ ସହ ଏଆଇ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଶିକାରୀଙ୍କ ଉପରେ କଡା ନଜର ରଖାଯାଇଛି । ଏହା ସହ ଜେଟିଏଫ୍ ଏବଂ ଏକ୍ସ ଆର୍ମୀମାନେ ମଧ୍ୟ ମିଳିତ ଭାବେ ଜଙ୍ଗଲରେ କାମ କରୁଛନ୍ତି । ଯେଉଁଥିପାଇଁ ଶିମିଳିପାଳରେ ଶିକାରୀ ମାନଙ୍କ ପ୍ରାଦୁର୍ଭାବ କମିଛି ।

ସେ ଆଉମଧ୍ୟ କହିଛନ୍ତି ଯେ, କୁଲଢ଼ିଆ ଜଙ୍ଗଲରେ ମଧ୍ୟ ଚଢାଉ ବଢାଇ ଦିଆଯାଇଛି । ଶିକାରକୁ ବନ୍ଦ କରିବା ପାଇଁ ପ୍ରୟାସ କରାଯାଉଛି । କୁଲଢିଆ ଜଙ୍ଗଲରେ ଏକ୍ସଆର୍ମୀମାନଙ୍କୁ ନିୟୋଜିତ କରିବାକୁ ଯୋଜନା ଚାଲିଛି । ଏହି ଜଙ୍ଗଲ ଅଞ୍ଚଳରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ କରାଯିବା ସହ ଶିକାରୀମାନଙ୍କୁ ମଧ୍ୟ ଗିରଫ କରାଯାଇଛି । ଆଉମଧ୍ୟ ସାତକୋଶିଆ ପାଇଁ ଷ୍ଟ୍ରାଇକିଂ ଫୋର୍ସ ଗଠନ କରାଯାଇଛି । ଏହି ଫୋର୍ସ ସାତକୋଶିଆ ଟାଇଗର ରିଜର୍ଭରେ କାମ କରିବେ । ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦିଆଯିବ ।

ଏହାମଧ୍ୟ ପଢନ୍ତୁ.. ଓଡ଼ିଶା ଜଙ୍ଗଲରେ ଶିକାରୀ ଧରୁଛି AI କ୍ୟାମେରା ! - AI Camera Fixed In Forest

ଅନ୍ୟପଟେ ଠୁମୁକାରେ ଦୁଇଟି ଡିଭିଜନ ମୁତୟନ ହେବେ । ସେମାନେ ସାତକୋଶିଆ ଏବଂ ଶିମିଳିପାଳ ଜଙ୍ଗଲରେ ପଇଁତରା ମାରିବେ ବୋଲି ପିସିସିଏଫ କହିଛନ୍ତି । ଚନ୍ଦକା ଜଙ୍ଗଲ ଚାରି ପାଖରେ ୱାଚ ଟାୱାର କରାଯିବ । ୨୪ ଘଣ୍ଟା ବନ କର୍ମଚାରୀ ଜଙ୍ଗଲରେ ନିୟୋଜିତ ରହିବେ । ଜଙ୍ଗଲରେ ଏଆଇ କ୍ୟାମେରା ଲଗାଯାଇଛି । ଉଭୟ ବନ୍ୟଜନ୍ତୁ ଏବଂ ଶିକାରୀ ଉପରେ ଏହି କ୍ୟାମେରା ନଜର ରଖୁଥିବା ନେଇ କହିଛନ୍ତି ପିସିସିଏଫ ।

ଅନ୍ୟପଟେ ଶିମିଳିପାଳରୁ ପଣା ସଂକ୍ରାନ୍ତି ଅବସରରେ ଅଖଣ୍ଡ ଶିକାର ଭାବରେ ଏକ ଗାଆଁରୁ ୪୦ ଜଣ ଲୋକ ଆସିଥିଲେ । ସମ୍ବରକୁ ଶିକାର କରିବା ସମୟରେ ବନ କର୍ମଚାରୀ ସେମାନଙ୍କୁ ଚିହ୍ନଟ କରିଥିଲେ । ସେମାନଙ୍କ ମଧ୍ୟରୁ କିଛି ଗିରଫ ହୋଇଥିବା ବେଳେ କିଛି ଜଣ ଫେରାର ହୋଇଯାଇଛନ୍ତି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ସୁଶାନ୍ତ ନନ୍ଦ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.