ETV Bharat / state

ଓଡ଼ିଶା ଜଙ୍ଗଲରେ ଶିକାରୀ ଧରୁଛି AI କ୍ୟାମେରା ! - AI Camera Fixed In Forest

author img

By ETV Bharat Odisha Team

Published : Apr 8, 2024, 9:28 PM IST

ଜଙ୍ଗଲରେ ଖଞ୍ଜା ଯାଇଛି AI କ୍ୟାମେରା
ଜଙ୍ଗଲରେ ଖଞ୍ଜା ଯାଇଛି AI କ୍ୟାମେରା

AI Camera Fixed In Forest: ଜଙ୍ଗଲରୁ ଅବାଧ ଶିକାରକୁ ଏଡାଇବା ପାଇଁ ବନ ବିଭାଗର ସ୍ୱତନ୍ତ୍ର ଯୋଜନା । ଜଙ୍ଗଲରେ ଖଞ୍ଜା ଯାଇଛି AI କ୍ୟାମେରା । ଅଧିକ ପଢ଼ନ୍ତୁ

ଜଙ୍ଗଲରେ ଖଞ୍ଜା ଯାଇଛି AI କ୍ୟାମେରା

ଭୁବନେଶ୍ବର: ବନ ବିଭାଗକୁ ବଡ ସଫଳତା । ଆନ୍ତଃରାଜ୍ୟ ଜଙ୍ଗଲୀ ଶିକାର ରାକେଟର ପର୍ଦ୍ଦାଫାସ । ଗଜପତିରୁ ଧରା ପଡିଛନ୍ତି ରାକେଟର ୭ ଜଣ ସଦସ୍ୟ । ସେମାନଙ୍କ ଠାରୁ ୫ଟି କଲରପତାରିଆ ଓ ବଜ୍ରକାପ୍ତା ଛାଲ ଜବତ ହୋଇଛି । ରାକେଟର ମୁଖ୍ଯ ଅଭିଯୁକ୍ତ ଫେରାର ରହିଥିବା ବେଳେ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ତେବେ ରାଜ୍ୟ ବାହାରକୁ ବନ୍ୟପ୍ରାଣୀ ଅଙ୍ଗ ଚାଲାଣ ନେଇ ବଡ଼ ରାକେଟ କାମ କରୁଥିବା ବେଳେ ଅବାଧ ଶୀକାରକୁ ବନ୍ଦ କରିବା ପାଇଁ ବନ ବିଭାଗ ପକ୍ଷରୁ ଜଙ୍ଗଲରେ ଏଆଇ କ୍ୟାମେରା ଖଞ୍ଜା ଯାଇଥିବା ନେଇ କହିଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ ।

ସୁଶାନ୍ତ ନନ୍ଦ କହିଛନ୍ତି, "ଗଜପତିରୁ 5ଟି କଲରପତାରିଆ ବାଘର ଛାଲ, ଫିକ୍ସିଂ କ୍ୟାଟ ଛାଲ ସହ ବଜ୍ରକାପ୍ତା ଛାଲ ଜବତ କରାଯାଇଛି । ଦକ୍ଷିଣ ପୂର୍ବ ଦେଶରେ ବାଘ ହାଡ଼ ଓ ଚର୍ବିରୁ ପ୍ରସ୍ତୁତ ତେଲର ଚାହିଦା ରହିଥିବାରୁ ଏଭଳି ଚୋରା ଚାଲାଣ କରାଯାଉଛି । ଓଡିଶା ଜଙ୍ଗଲକୁ ଶିକାରୀମୁକ୍ତ କରିବାକୁ ସ୍ୱତନ୍ତ୍ର ଯୋଜନା କରାଯାଇଛି । ଏଆଇ ସହାୟତାରେ ଶିକାରୀ ଦମନ ଚାଲିଛି । ଜଙ୍ଗଲରେ କ୍ୟାମେରା ଖଞ୍ଜା ଯାଇଛି । ଏହି କ୍ୟାମେରା ବିନା ଫ୍ଲାସରେ ଶିକାରୀର ଫଟୋ ଉଠାଉଛି । ଆଗକୁ କୁଲଡିହା ଓ ସାତକୋଶିଆରେ ଏହି କ୍ୟାମେରା ଲଗାଯିବ । କୁଲଡିହାରେ ବି ଦୁଇ ବନ କର୍ମଚାରୀଙ୍କୁ ଗୁଳି କରାଯିବା ପରେ ଅନେକ ଶିକାରୀଙ୍କୁ ଗିରଫ କରାଯାଇଛି । ଆଗକୁ ଏକ୍ସ ଆର୍ମି ଅଫିସରଙ୍କୁ କୁଲଡିହାରେ ନିୟୋଜିତ କରାଯିବ । ସାତକୋଶିଆ ପାଇଁ ସ୍ୱତନ୍ତ୍ର ଜେଟିଏଫ ଗଠିତ ହୋଇଛି । ଶିକାରୀ ଜଗିବା ପାଇଁ ଚନ୍ଦକାରେ ତିଆରି ୭ଟି ୱାଚ ଟାୱାର । ଏହାସହ ଶୀଘ୍ର ଏକ୍ସ ଆର୍ମି ଟିମ ନିୟୋଜିତ ହେବେ ।"



ଏହା ମଧ୍ୟ ପଢ଼ନ୍ତୁ...ବନବିଭାଗକୁ ସଫଳତା: ୫ କଲରାପତରିଆ ବାଘ ଛାଲ ଜବତ, ୭ ମାଫିଆ ଗିରଫ - Tiger Skin Smuggling

ସୂଚନା ଅନୁଯାୟୀ, ଦିନକୁ ଦିନ ଜଙ୍ଗଲରେ ଶିକାରୀମାନଙ୍କ ଦୌରାତ୍ମା ବଢିବାରେ ଲାଗିଛି । କେତେ ବେଳେ ବନ କର୍ମଚାରୀଙ୍କୁ ଆକ୍ରମଣ କଲେଣି ତ ଆଉ କେତେବେଳେ ଜଙ୍ଗଲୀ ବନ୍ୟଜନ୍ତୁଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ଶିକାରୀ । ଏହାସହ ଜଙ୍ଗଲ ମଧ୍ୟରେ ଅବାଧ ପ୍ରବେଶ କରି ଜଙ୍ଗଲ ନଷ୍ଟ କରୁଛନ୍ତି । ତେଣୁ ଏନେଇ ବନ ବିଭାଗ ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ ହୋଇଛି । ଏଥିରେ ପାଖାପାଖି ୨୧ ଜଣ ଶିକାରୀ ଗିରଫ ହୋଇଥିବା ବେଳେ ଅନେକ ଗୁଡ଼ିଏ ମାରଣଆସ୍ତ୍ର ସମେତ ଦେଶୀ ବନ୍ଧୁକକୁ ମଧ୍ୟ ଜବତ କରିଛି ବନ ବିଭାଗ । ସେପଟେ ମାର୍ଚ୍ଚ ୧୯ ତାରିଖରେ ବାଲେଶ୍ଵର ଜିଲ୍ଲା କୁଲଢିଆ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ 2 ବନ କର୍ମଚାରୀ ଗୁରୁତର ଭାବରେ ଆହାତ ହୋଇଥିଲେ । ଜଙ୍ଗଲ ମଧ୍ୟରେ ଅବାଧ ପ୍ରବେଶ କରୁଥିବା କିଛି ଶିକାରୀ ଅଚାନକ ଭାବରେ ବନ କର୍ମଚାରୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ ।



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.