ETV Bharat / state

ନିଦାଘ ଖରାରେ ମିଳୁନାହିଁ ପିଇବା ପାଣି, ଗରା ବାଲ୍ଟି ଧରି ବ୍ଲକ କାର୍ଯ୍ୟାଳୟ ଘେରାଉ - Drinking Water Problem

author img

By ETV Bharat Odisha Team

Published : May 1, 2024, 11:24 AM IST

Kendrapara
Kendrapara

Drinking Water Problem Kendrapara: ପାନୀୟ ଜଳ ସମସ୍ୟାକୁ ନେଇ ତାତିଲେ ମହିଳା । ଗରା ବାଲଟି ଧରି ବିଡିଓଙ୍କ କାର୍ଯ୍ୟାଳୟ ଘେରାଉ କଲେ କେନ୍ଦ୍ରାପଡା ଜିଲ୍ଲା କାଉପଡା ପଞ୍ଚାୟତର ଶତାଧିକ ମହିଳା । ଅଧିକ ପଢନ୍ତୁ

ଗରା ବାଲ୍ଟି ଧରି ବ୍ଲକ କାର୍ଯ୍ୟାଳୟ ଘେରାଉ

କେନ୍ଦ୍ରାପଡା: ନିଦାଘ ଗ୍ରୀଷ୍ମ ସାଙ୍ଗକୁ ପିଇବା ପାଣିର ଯନ୍ତ୍ରଣା । ତାପମାତ୍ରା ବୃଦ୍ଧି ଯୋଗୁଁ ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ଲୋକେ ତ୍ରାହି ତ୍ରାହି ବୋଲି ଡାକୁଥିବା ବେଳେ ପିଇବା ପାଣି ନପାଇ ବାରମ୍ବାର ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ ହେବା ହୋଇଛନ୍ତି କେନ୍ଦ୍ରାପଡା ଡେରାବିଶ ବ୍ଲକ କାଉପଡ଼ା ପଞ୍ଚାୟତବାସୀ । ଯାହାକୁ ନେଇ ମଙ୍ଗଳବାର ଦିନ ଏକ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି କାଉପଡାର ମହିଳାମାନେ ।

ଏହାମଧ୍ୟ ପଢନ୍ତୁ.. ପାନୀୟ ଜଳ ପାଇଁ ହନ୍ତସନ୍ତ ଲୋକେ, ଗରା-ବାଲ୍ଟି ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ - Drinking Water Problem

ଖରା ତାତି ସାଙ୍ଗକୁ ପାନୀୟ ଜଳରେ ସମସ୍ୟା ବୋଝ ଉପରେ ନଳୀତା ବିଡା ସାଜିଛି । କେନ୍ଦ୍ରାପଡା ଜିଲ୍ଲା କାଉପଡା ପଞ୍ଚାୟତବାସୀ ଦୀର୍ଘ ଦିନ ହେଲା ପାନୀୟ ଜଳ ପାଇବାରେ ସମସ୍ୟା ଭୋଗୁଥିବା ବେଳେ ଏହି ସମସ୍ୟାର ସମାଧାନ ପାଇଁ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ, ଗାଁ ପାଇପରେ ଆସୁଥିବା ପିଇବା ପାଣି ଅତି ନିମ୍ନମାନର, ଉକ୍ତ ପାଣିରେ ଜିଆ, ଶିଉଳି ଭଳି ଯାବତୀୟ ମଇଳାମାନ ଆସୁଛି ଯାହା ପିଇବା ଅଯୋଗ୍ୟ । ଖାଲି ସେତିକି ନୁହେଁ ଅନେକ ସମୟରେ ପାଇପରେ ପାଣି ଆସୁନଥିବା ବେଳେ କର୍ମଚାରୀଙ୍କ ମନ ହେଲେ ପାଇପରେ ପାଣି ଆସୁଛି ।କେତେବେଳେ ରାତି ଅଧିଆ ତ ଆଉ କେତେବେଳେ ଖରାବେଳେ ଏହି ପାଣି ଆସୁଥିବା ବେଳେ ପିଇବା ପାଣି ପାଇବାରୁ ବେଳେବେଳେ ବଞ୍ଚିତ ହେଉଛନ୍ତି ଲୋକେ । ଏନେଇ ୱାର୍ଡ ମେମ୍ବରଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି ମହିଳାମାନେ ।

ଏହାମଧ୍ୟ ପଢନ୍ତୁ.. ଟାଙ୍କି ଅଛି ପାଣି ନାହିଁ, ଫେଲ୍ ମାରିଲା ବସୁଧା ଯୋଜନା ! - NIALI WATER PROBLEM


ମଙ୍ଗଳବାର ଦିନ ପିଇବା ପାଣି ଯୋଗାଇଦେବା ଦାବିରେ କାଉପଡ଼ା ପଞ୍ଚାୟତର ମହିଳାମାନେ ଅଭିନବ ଉପାୟରେ ଧାରଣାକୁ ଓହ୍ଲାଇଛନ୍ତି । ପାଣି ଯୋଗାଇ ଦିଅ କହି ହାତରେ ଗରା, ବାଲ୍ଟି ଧରି ବିଡ଼ିଓଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଧାରଣାରେ ବସି ରହିଥିଲେ ମହିଳାମାନେ । ସେପଟେ ବିଡ଼ିଓ କାର୍ଯ୍ୟାଳୟରେ ନଥିବା କାରଣରୁ ବିଡ଼ିଓଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଆନ୍ଦୋଳନରେ ସାମିଲ ଥିବା ମହିଳାମାନଙ୍କୁ ମଙ୍ଗଳବାର ଅପରାହ୍ନରେ ବୁଝାଇ ସୁଝାଇ ପଠାଇ ଦିଆଯାଇଥିବା ନେଇ ସୂଚନା ରହିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.