ETV Bharat / state

ଚେକିଂ ବେଳେ କାରରୁ ପୁଳା ପୁଳା ଟଙ୍କା ଜବତ - Cash Seized

author img

By ETV Bharat Odisha Team

Published : May 3, 2024, 3:53 PM IST

Cash Seized From Car
Cash Seized From Car (Cash Seized From Car)

Cash Seized From Car: ରାଜଧାନୀର ବ୍ଲକିଂ ଓ ଚେକିଂକୁ କଡାକଡି କରିଛି ପୋଲିସ । ଚେକିଂ ସମୟରେ କାରରୁ ଜବତ ହେଲା 2 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା । ଅଧିକ ପଢନ୍ତୁ

ଭୁବନେଶ୍ୱର: ନିର୍ବାଚନକୁ ଦୃଷ୍ଟିରେ ରଖି ରାଜଧାନୀର ବ୍ଲକିଂ ଓ ଚେକିଂକୁ ଜୋରଦାର କରାଯାଇଛି । ଚେକିଂ ସମୟରେ ଏକ କାରରୁ ଜବତ ହେଲା ପୁଳା ପୁଳା ଟଙ୍କା । ନନ୍ଦନକାନନ ବାରଙ୍ଗ ରାସ୍ତାର ଆଶୀର୍ବାଦ ଗାର୍ଡେନ ନିକଟରେ ଯାଞ୍ଚ ସମୟରେ ଏକ କଳା ରଙ୍ଗର କାରରୁ ୨,୦୫,୦୦୦ ଟଙ୍କା ଜବତ କରିଛି ଏସ୍ଏସଟି ୨ ଟିମ୍ ଓ ପୋଲିସ । ଟଙ୍କା ସମ୍ବନ୍ଧରେ ଗାଡି ଡ୍ରାଇଭରକୁ ପଚାରିବାରୁ ସିଠିକ ଉତ୍ତର ପାଇନଥିଲା ପୋଲିସ । ତେଣୁ ଟଙ୍କା ପୋଲିସ ଜବତ କରିଥିଲା । ଟଙ୍କା ଫେରସ୍ତ ପାଇବା ପାଇଁ ଖୋର୍ଦ୍ଧା ସ୍ଥିତ ଡିଷ୍ଟ୍ରିକ ଗ୍ରିଭାନ୍ସ କମିଟି ନିକଟରୁ ଅନୁମତି ପତ୍ର ଆଣିବାକୁ ହେବ ବୋଲି ଡ୍ରାଇଭରଙ୍କୁ ସୂଚିତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ନିର୍ବାଚନ ପାଇଁ ଚେକିଂ ଜୋରଦାର, ଭୁବନେଶ୍ୱରରୁ ଟଙ୍କା ନେଇ ଯାଉଥିବା ଗାଡି ଜବତ - Cash Seized From A Car

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି (ଗୁରୁବାର) ଅପରାହ୍ନ ୪ଟାରେ ଏସ୍ଏସଟି ୨ ଟିମ୍ ଓ ପୋଲିସ ପାର୍ଟି ମିଳିତ ଭାବେ ନନ୍ଦନକାନନ ବାରଙ୍ଗ ରାସ୍ତାର ଆଶୀର୍ବାଦ ଗାର୍ଡେନ ନିକଟରେ ଯାଞ୍ଚ ଅଭିଯାନ ପ୍ରକ୍ରିୟା ଜାରି ରକିଥିଲେ । ଏହି ସମୟରେ ଏକ କଳା ରଙ୍ଗର କାରକୁ ପୋଲିସ ଯାଞ୍ଚ ପାଇଁ ଅଟକାଇଥିଲା । ଯାଞ୍ଚ ସମୟରେ ଉକ୍ତ ଗାଡ଼ି ମଧ୍ୟରୁ ମୋଟ ୨,୦୫,୦୦୦ ଟଙ୍କା ଜବତ କରାଯାଇଥିଲା । ପଚରାଉଚରା ବେଳେ ସଂପୃକ୍ତ ଗାଡ଼ିର ମାଲିକ ତଥା ଡ୍ରାଇଭର ମନୋଜ କୁମାର ଅଗ୍ରୱାଲ ଟଙ୍କା ସମ୍ପର୍କରେ ସଠିକ୍ ତଥ୍ୟ ପ୍ରଦାନ କରିବାରେ ଅସମର୍ଥ ହୋଇଥିଲେ । ଫଳରେ ତାଙ୍କ ନିକଟରୁ ଉକ୍ତ ଟଙ୍କା ଜବତ କରାଯାଇଥିଲା ।

ନିର୍ବାଚନ ଆଚରସଂହିତା ଲାଗୁ ହେବା ପରେ ସହରର କୋଣ କୋଣରେ ପୋଲିସ ପକ୍ଷରୁ ଚେକିଂକୁ କଡାକଡି କରାଯାଇଛି । ବିଭିନ୍ନ ଥାନା ଅଞ୍ଚଳ ସମେତ ଟ୍ରାଫିକ ଥାନା ପୋଲିସ ଚେକିଂ ଜାରି ରଖିଛନ୍ତି । ବିଶେଷ କରି ରାତ୍ରି ସମୟରେ ଟଙ୍କା କାରବାର, ମଦ କାରବାର, ଅସ୍ତ୍ରଶସ୍ତ୍ର କାରବାର ଓ ବେଆଇନ ସାମଗ୍ରୀ ତଥା ଗିଫ୍ଟ ଆଇଟମ ଭଳି ଜିନିଷକୁ ନଜରରେ ରଖାଯାଇଛି । ଗତ 28 ତାରିଖରେ ଚନ୍ଦ୍ରଶେଖରପୁରରେ ସାଢେ ୩ ଲକ୍ଷ ଟଙ୍କା ସହ ତମାଣ୍ଡୋରେ 5ଟି ଚୋରା ମୋରମ ବୋଝେଇ ଟ୍ରକ ଜବତ ହୋଇଥିଲା । ରାତିରେ ଚେକିଂ ବେଳେ ନଗଦ ଟଙ୍କା ଯାଉଥିବା ଗାଡି ସହ 5ଟି ଚୋରା ମୋଟର ସାଇକେଲ ଜବତ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.