ETV Bharat / state

ବୌଦ୍ଧରେ ବଢୁଛି ଗ୍ରୀଷ୍ମପ୍ରବାହ; ଝାଞ୍ଜିପବନ ସହ ଗୁଳୁଗୁଳି, ସନ୍ତୁଳି ହେଲେଣି ଜିଲ୍ଲାବାସୀ - HeatWave In Boudh

author img

By ETV Bharat Odisha Team

Published : Apr 19, 2024, 2:24 PM IST

ବୌଦ୍ଧରେ ବଢୁଛି ଗ୍ରୀଷ୍ମପ୍ରବାହ; ଝାଞ୍ଜିପବନ ସହ ଗୁଳୁଗୁଳି, ସନ୍ତୁଳି ହେଲେଣି ଜିଲ୍ଲାବାସୀ
ବୌଦ୍ଧରେ ବଢୁଛି ଗ୍ରୀଷ୍ମପ୍ରବାହ; ଝାଞ୍ଜିପବନ ସହ ଗୁଳୁଗୁଳି, ସନ୍ତୁଳି ହେଲେଣି ଜିଲ୍ଲାବାସୀ

HeatWave In Boudh: ବୌଦ୍ଧରେ ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବଢିବାରେ ଲାଗିଛି । ଗତ କିଛି ଦିନ ହେଲା ପାରଦ ପ୍ରାୟ ୪୫ ଡିଗ୍ରୀ ପାଖାପାଖି ରହୁଥିବା ବେଳେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଲେଣି ଜିଲ୍ଲାବାସୀ ।

ବୌଦ୍ଧରେ ବଢୁଛି ଗ୍ରୀଷ୍ମପ୍ରବାହ; ଝାଞ୍ଜିପବନ ସହ ଗୁଳୁଗୁଳି, ସନ୍ତୁଳି ହେଲେଣି ଜିଲ୍ଲାବାସୀ

ବୌଦ୍ଧ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଝାଞ୍ଜି ପବନ, ସେଥିରେ ପୁଣି ବଳି ଯାଉଛି ଗୁଳଗୁଳି । ସତେ ଯେପରି ତତଲା କଡେଇରେ ଭାଜି ହୋଇଯାଉଛି ବୌଦ୍ଧ । ଖରା, ଗରମ, ଗୁଳୁଗୁଳି ସାଙ୍ଗକୁ ଅଣାୟତ୍ତ କରୁଛି ସିଭିୟର୍ ହିଟ୍ ୱେବ୍ । ଗତ କିଛି ଦିନ ହେଲା ପାରଦ ପ୍ରାୟ ୪୫ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚି ଥିବା ବେଳେ ଦିନ ତମାମ ଆକାଶରୁ ଅଗ୍ନି ବର୍ଷା ହେଉଥିବା ଭଳି ମନେ ହେଉଛି । ଆଉ ଏଭଳି ସମୟରେ ଉପାନ୍ତ ଅଞ୍ଚଳରେ ପାନୀୟଜଳ କଷ୍ଟ ମଧ୍ୟ ଦେଖିବାକୁ ମିଳିଛି । ସେପଟେ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଦେଖି ପ୍ରଶାସନ ପକ୍ଷରୁ ଲୋକଙ୍କ ପାଇଁ ସୁବିଧା ସହ ସତର୍କ ରହିବାକୁ ସୂଚନା ଦିଆଯାଉଥିବା କହିଛନ୍ତି ଜିଲ୍ଲାପାଳ ।

ରାଜ୍ୟର ଏବେ ସର୍ବାଧିକ ତାପମାତ୍ରା ଥିବା ୪ ଜିଲ୍ଲା ମଧ୍ୟରୁ ଅନ୍ୟତମ ବୈଦ୍ଧ ଜିଲ୍ଲା । ମହାନଦୀ, ତେଲନଦୀ କୂଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲା ବର୍ତ୍ତମାନ ଅତ୍ୟନ୍ତ ଉତ୍ତପ୍ତ ଜିଲ୍ଲାର ମାନ୍ୟତା ପାଇଛି । ବୌଦ୍ଧ ଜିଲ୍ଲାର ତାପମାତ୍ରା ପ୍ରାୟ ୪୫ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚି ଥିବା ବେଳେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି । ଦିନ ୧୦ରୁ ସଂଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ଅତି ଜରୁରୀ ନଥିଲେ ଲୋକେ ଘରୁ ବାହରିବାକୁ ଅମଙ୍ଗ ହେଉଛନ୍ତି ।

ବୌଦ୍ଧ ଜିଲ୍ଲାର କେତେକ ଅଞ୍ଚଳରେ ବିଦ୍ୟୁତ ସେବା ଠିକରେ ପହଞ୍ଚି ପାରୁନଥିବା କାରଣରୁ ଗରିବ ହିତାଧିକାରୀ ମାନେ ଅନ୍ଧାର ଓ ଗରମ ଭିତରେ ରହିବାକୁ ବାଧ୍ୟ ହେଉଛନ୍ତି । ବୌଦ୍ଧ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ରେ ପାନୀୟଜଳର ସୁବିଧା, ବିଦ୍ୟାଳୟ, ଅଙ୍ଗନବାଡି ଉପରେ ସ୍ବତନ୍ତ୍ର ଦୃଷ୍ଟି ଓ ବିଭିନ୍ନ ସ୍ଥାନରେ ନିର୍ମାଣ କାର୍ଯ୍ୟ କରୁଥିବା ଶ୍ରମିକ ଙ୍କୁ ଖରା ସମୟରେ ନିୟୋଜିତ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ଅଗ୍ନିବର୍ଷାରୁ ନାହିଁ ନିସ୍ତାର, ଆହୁରି 4 ଦିନ ଜାଳିବ

କିନ୍ତୁ ହରଭଙ୍ଗା ବ୍ଲକର ଅନେକ ଉପାନ୍ତ ଅଞ୍ଚଳରେ ପାନୀୟଜଳ ର ଉତ୍କଟ ଅଭାବରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଦିନ ଗୋଟାଏ ପର୍ଯ୍ୟନ୍ତ କେତେକ ଠିକା ସଂସ୍ଥାର ଶ୍ରମିକ ମାନେ କାର୍ଯ୍ୟରେ ନିୟୋଜିତ ଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସରକାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡ଼ିକୁ ସାମୟିକ ଛୁଟି ଘୋଷଣା କରିଥିବା ବେଳେ ଆଗକୁ ଅତ୍ୟଧିକ ତାତି ପାଇଁ ଛୁଟି ବୃଦ୍ଧି କରିବାକୁ ଦାବି ଉଠିଛି । ସେପଟେ ଜିଲ୍ଲାର ଗ୍ରୀଷ୍ମପ୍ରବାହ ଦେଖି ପ୍ରଶାସନିକ ସ୍ତରରେ ସମସ୍ତ ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.