ETV Bharat / state

'ଆମ ଓଡ଼ିଶା ନବୀନ ଓଡ଼ିଶା'ରେ ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧିଙ୍କୁ ସାମିଲ କର: ହାଇକୋର୍ଟ

author img

By ETV Bharat Odisha Team

Published : Feb 7, 2024, 3:37 PM IST

Updated : Feb 7, 2024, 4:10 PM IST

Ama Odisha Nabin Odisha: ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ହାଇକୋର୍ଟଙ୍କ ଝଟକା । ନିର୍ବାଚିତ ଜନପ୍ରତିନିଧିଙ୍କ ସହଭାଗିତାରେ ପ୍ରକଳ୍ପ ଚୟନ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଅଧିକ ପଢ଼ନ୍ତୁ,

Ama Odisha Nabin Odisha
ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଝଟକା

ଆମ ଓଡ଼ିଶା ନବୀନ ଓଡ଼ିଶା

କଟକ: ହାଇକୋର୍ଟରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ପ୍ରସଙ୍ଗ । ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଝଟକା। ଏହି ଯୋଜନାରେ ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧିଙ୍କୁ ସାମିଲ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚିତ ଜନପ୍ରତିନିଧିଙ୍କ ସହଭାଗିତାରେ ପ୍ରକଳ୍ପ ଚୟନ ପାଇଁ ନିର୍ଦ୍ଦେଶ କରିବାକୁ ଦିଆଯାଇଛି ନିର୍ଦ୍ଦେଶ।

ସୂଚନା ମୁତାବକ, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତି ଗ୍ରାମ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ ରାଜ୍ୟ ସରକାର। ବିଡିଓଙ୍କ ଜରିଆରେ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଥିଲା ବ୍ୟବସ୍ଥା । ତେଣୁ ଏହି ଯୋଜନାରେ ସାମିଲ ହେବା ପାଇଁ ହାଇକୋର୍ଟରେ ଏକାଧିକ ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧି ଆବେଦନ କରିଥିଲେ । ଏହି ଘଟଣାକୁ ନେଇ ବିରୋଧୀ ତୀବ୍ର ସମାଲୋଚନା ମଧ୍ୟ କରିଥିଲେ । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଉପରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ଥିବା ସତ୍ତ୍ବେ ବିଜ୍ଞାପନ ଦେଇ ଯୋଜନାକୁ କେମିତି ଶୁଭାରମ୍ଭ କଲେ ବୋଲି ବିରୋଧୀ ସମାଲୋଚନା କରିଥିଲେ । ଏଥିସହ "ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା" ସମ୍ବିଧାନ ଓ ପଞ୍ଚାୟତ ବ୍ୟବସ୍ଥା ବିରୋଧୀ ବୋଲି ଦର୍ଶାଇ ହାଇକୋର୍ଟରେ ଏକ ଯାଚିକା ଦାଖଲ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ - ସକାଳ ୭ରୁ ସନ୍ଧ୍ୟା ୯ ପର୍ଯ୍ୟନ୍ତ ସହର ଭିତରେ ପଶିପାରିବନି ବାଲି ବୋଝେଇ ଗାଡି: ହାଇକୋର୍ଟ

ଯାଚିକାରେ ଦର୍ଶାଯାଇଥିଲା ଯେ,'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନାରେ ପ୍ରତି ପଞ୍ଚାୟତରେ ୫୦ ଲକ୍ଷ ଲେଖାଏଁ ଟଙ୍କା ଖର୍ଚ୍ଚ ହେବାର ନିଷ୍ପତ୍ତି ସରକାର ନେଇଛନ୍ତି l ମାତ୍ର ଏହି ଯୋଜନା କାର୍ଯ୍ୟକାରୀ କଲାବେଳେ ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ ପ୍ରତିନିଧି କିମ୍ବା ଗ୍ରାମସଭାକୁ ସଂଶ୍ଳିଷ୍ଟ କରାଯାଇନାହିଁ l ଏହା ସମ୍ବିଧାନର ୭୩ତମ ସଂଶୋଧନ ଆଇନର ବିରୁଦ୍ଧାଚରଣ କରୁଛି । ଅନୁସୂଚିତ ଅଞ୍ଚଳରେ ଗ୍ରାମସଭାର ବିନା ଅନୁମୋଦନରେ କୌଣସି କାର୍ଯ୍ୟ ବା ପ୍ରକଳ୍ପ ହୋଇ ପାରିବ ନାହିଁ ବୋଲି ଆଇନ କହୁଛି । ମାତ୍ର ତାହାକୁ ସରକାର ଖାତିର ନ କରି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ପ୍ରଣୟନ କରିଛନ୍ତି । ତେଣୁ ସେଥିରେ ରୋକ ଲଗାଇବାକୁ କଂଗ୍ରେସ ହାଇକୋର୍ଟରେ ଆବେଦନ କରିଥିଲା । ହାଇକୋର୍ଟ ଏହି ଆବେଦନକୁ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ନୋଟିସ କରିଥିଲେ । ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ l ମାତ୍ର ରାଜ୍ୟ ସରକାର ବିଭିନ୍ନ ଖବର କାଗଜରେ ବିଜ୍ଞାପନ ଜରିଆରେ ଏହି ଯୋଜନାର ଘୋଷଣା କରୁଛନ୍ତି l ତେବେ ମାମଲା ହାକୋର୍ଟରେ ଶୁଣାଣି ହେବାକୁ ଥିବା ବେଳେ ରାଜ୍ୟ ସରକାରଙ୍କ ଏଭଳି ବିଜ୍ଞାପନ ବେଆଇନ ବୋଲି କୋର୍ଟଙ୍କୁ ଅବଗତ କରିଥିଲେ ଆବେଦନକାରୀ।

ଇଟିଭି ଭାରତ, କଟକ

Last Updated :Feb 7, 2024, 4:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.