ETV Bharat / state

ସରକାରୀ କ୍ବାଟରରୁ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

author img

By ETV Bharat Odisha Team

Published : Feb 29, 2024, 3:20 PM IST

ସରକାରୀ କ୍ବାଟରରୁ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର
ସରକାରୀ କ୍ବାଟରରୁ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର

Junior Engineer dead body found hanging inside home: ବୌଦ୍ଧ ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷଙ୍କ ସରକାରୀ କ୍ୱାର୍ଟରରୁ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

ସରକାରୀ କ୍ବାଟରରୁ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ବୌଦ୍ଧ: ବୌଦ୍ଧ ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସରକାରୀ କ୍ୱାର୍ଟରରୁ କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଉ ଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ, ପ୍ରଦୀପ କୁମାର ଘୋଷ ବୌଦ୍ଧ ଜଳ ସମ୍ପଦ ବିଭାଗରେ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ଘର ବାରିପଦା ହୋଇଥିବା ବେଳେ ସେ ବୌଦ୍ଧରେ ଗତ ୧୬ ମାସ ହେବ ଜଳ ସମ୍ପଦ ବିଭାଗରେ ଯନ୍ତ୍ରୀ ଭାବେ ଯୋଗ ଦେଇଥିଲେ । ତେବେ ଗତକାଲି(ବୁଧବାର) ଅପରାହ୍ନରେ ସେ ମଧ୍ୟାହ୍ନ ଭୋଜନ ସାରି ନିଜ ସରକାରୀ କ୍ବାଟରକୁ ବିଶ୍ରାମ ପାଇଁ ଯାଇଥିଲେ । ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କର କୌଣସି ଖବର ନ ଥିବାରୁ ସହଯୋଗୀମାନେ ତାଙ୍କ କ୍ବାଟର୍ସ କବାଟ ବାଡେଇଥିଲେ ହେଲେ ସେ ଶୁଣିନଥିଲେ କି କବାଟ ମଧ୍ୟ ଖୋଲି ନ ଥିଲେ । ଏନେଇ କବାଟ ଭାଙ୍ଗିବା ପରେ ପ୍ରଦୀପଙ୍କ ମୃତଦେହ ଦେଖିବାକୁ ପାଇଥିଲେ ।

ଏହା ମଧ୍ୟ ପଢନ୍ତୁ - ମାଟ୍ରିକ ପରୀକ୍ଷା ପୂର୍ବରୁ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଏହା ମଧ୍ୟ ପଢନ୍ତୁ- ଝିଅ ଅଜାତିରେ ବାହାହେବାରୁ ମାଆକୁ ମିଳିଲାନି ଚାରିକାନ୍ଧ, ଟ୍ରଲିରେ ବୁହାହେଲା ମୃତଦେହ

ଏନେଇ ଘଟଣା ସମ୍ପର୍କରେ ସୂଚନା ପାଇ ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଜି ସକାଳେ ମୃତ ଯନ୍ତ୍ରୀଙ୍କ ପରିବାର ବୌଦ୍ଧରେ ପହଞ୍ଚିବା ପରେ ତଥା ପୋଲିସର ପ୍ରାଥମିକ ତଦନ୍ତରୁ ତାଙ୍କର ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି । ତେବେ ମାତ୍ରାଧିକ କାର୍ଯ୍ୟର ଚାପ ବଢ଼ୁଥିବା ଯୋଗୁଁ ସେ ଜୀବନ ହାରିଥିବା କରିଥିବା ସନ୍ଦେହ କରାଯାଇଛି । କିନ୍ତୁ ମୃତ ଯନ୍ତ୍ରୀଙ୍କ ଭାଇ କାର୍ଯ୍ୟର ଚାପ କିମ୍ବା ଅନ୍ୟ କୌଣସି କାରଣରୁ ହତ୍ୟାର ସନ୍ଦେହ କରି ବୌଦ୍ଧ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି, ପ୍ରଦୀପଙ୍କ ଘର ବାରିପଦା ଓ ସେ ଅବିବାହିତ ଥିଲେ । ବୌଦ୍ଧ ଜିଲ୍ଲାର ରିଗେଶନ କଲୋନୀର ଏକ ସରକାରୀ କ୍ୱାର୍ଟରରେ ସେ ଏକୁଟିଆ ରହୁଥିଲେ । ତେବେ ମାନସିକ ବିକୃତି କାରଣରୁ ସେ ଜୀବନ ହାରିଥିବା ସନ୍ଦେହ କରାଯାଉଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.