ETV Bharat / state

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର - suspicious death of young man

author img

By ETV Bharat Odisha Team

Published : Mar 30, 2024, 8:06 AM IST

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର

Suspicious Death Of Young Man: ଭବାନୀପାଟଣା ସହରର ବାହାଦୁର ବଗିଚା ପଡ଼ାରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ ଜଣକ ହେଲେ ସେହି ଗ୍ରାମର ସାଗର ନାଏକ । ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଅଧିକ ପଢନ୍ତୁ

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର

ଭବାନୀପାଟଣା: ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଏକ ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହକୁ ଜବତ କରିଛି ପୋଲିସ । ସେପଟେ ମୃତକଙ୍କ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ବାହାଦୁର ବଗିଚା ପଡ଼ାରେ । ତେବେ ମୃତକ ହେଲେ ସେହି ଗ୍ରାମର ସାଗର ନାଏକ । ସେ ଗତ ଗୁରୁବାର ବିଳମ୍ବିତ ରାତିରେ ସାଙ୍ଗମାନଙ୍କ ସହ ଘରୁ ବାହାରକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ । ଗତକାଲି(ଶନିବାର) ତାଙ୍କର ମୃତ୍ୟୁର ଖବର ପାଇ ଥାନାରେ ଅଭିଯୋଗ କରିଥିଲା ପରିବାର । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ସୂଚନା ଅୁଯାୟୀ, ଗତକାଲି(ଶୁକ୍ରବାର) ଦିନ ଭବାନୀପାଟଣା ସହରର ବାହାଦୁର ବଗିଚା ପଡ଼ାର ଏକ ବନ୍ଦ ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ଟାଉନ ଥାନା ପୋଲିସ । ବାହାଦୁର ବଗିଚା ପଡ଼ାର ସେବକ କଲୋନିର ସାହିର ପରମେଶ୍ବର ନାଏକଙ୍କ ବଡ଼ପୁଅ ସାଗର ନାଏକ ଗତ ଗୁରୁବାର ବିଳମ୍ବିତ ରାତିରେ ଘରୁ ନିଜ ସାଙ୍ଗମାନଙ୍କ ବାହରକୁ ଯାଇ ଆଉ ଘରକୁ ଫେରିନଥିଲେ । ତେବେ ସାଗର ନ ଫେରିବାରୁ ପରିବାର ପକ୍ଷରୁ ଅନେକ ଖୋଜାଖୋଜି କରାଯାଇଥିଲା ।

ଶେଷରେ ସାହିର ଶେଷ ମୁଣ୍ଡରେ ଥିବା ଏକ ପରିତ୍ୟକ୍ତ ଆବାସ ଗୃହରେ ସାଗରଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ପରେ ସଙ୍ଗେସେଙ୍ଗେ ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ । ଖବର ପାଇ ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ପ୍ରଥମେ ମୃତଦେହ ଉଦ୍ଧାର କରିବା ସହ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଏହା ମଧ୍ୟ ପଢନ୍ତୁ ......ଭଉଣୀ ସହ ଝଗଡା କରୁଥିଲେ ଭିଣୋଇ, ଛୁରୀ ମାରିଦେଲା ଶାଳକ - Youngman Kills Brother In Law

ସେପଟେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହିଁ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି । ଅନ୍ୟପେଟେ ପରିବାର ଲୋକଙ୍କ ଅଭିଯୋଗ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ । ଅଭିଯୋଗ ଆଧାରରେ ପୋଲିସ ପ୍ରାଥମିକ ତଦନ୍ତରୁ ମୃତ ସାଗରଙ୍କ ସାଙ୍ଗ ରାମସାଗର ପଡ଼ାର ଇଲୁ ସରାପକୁ ଅଟକ ରଖି ପଚରାଉଚୁରା କରିଛି । ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।


ଇଟିଭି ଭାରତ, କଳାହାଣ୍ଡିି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.