ETV Bharat / state

ବାଲିଘାଟକୁ ନେଇ ଟଣାଓଟରା, ଦୁଇ ଗୋଷ୍ଠୀ ମୁହାଁମୁହିଁ

author img

By ETV Bharat Odisha Team

Published : Feb 11, 2024, 7:32 PM IST

ବାଲି ଘାଟକୁ ନେଇ ଟଣା ଓଟରା, ଦୁଇ ଗୋଷ୍ଠୀ ମୁହାଁମୁହିଁ
ବାଲି ଘାଟକୁ ନେଇ ଟଣା ଓଟରା, ଦୁଇ ଗୋଷ୍ଠୀ ମୁହାଁମୁହିଁ

Sand Mining Case: ବଳଦା ବାଲି ଘାଟକୁ ନେଇ ଆରମ୍ଭ ହୋଇଛି ବିବାଦ । ଘାଟ ଚଲାଇବା ପାଇଁ ଦୁଇ ପକ୍ଷ ମୁହାଁମୁହିଁ ହୋଇଛନ୍ତି । ଅଧିକ ପଢନ୍ତୁ

ବାଲି ଘାଟକୁ ନେଇ ଟଣା ଓଟରା, ଦୁଇ ଗୋଷ୍ଠୀ ମୁହାଁମୁହିଁ

ନିଆଳି: ବାଲି ଘାଟକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଗୋଟିଏ ବାଲି ଘାଟକୁ ଦୁଇ ଲିଜଧାରୀ ଚଳାଇବା ପାଇଁ ଜିଦ୍ । ଏଭଲି ଏକ ଘଟଣା ଘଟିଛି କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଧୀନସ୍ଥ ଦେବୀ ନଦୀର ବଳଦା ବାଲି ଘାଟରେ । ପରିସ୍ଥିତି ଏଭଳି ହୋଇଥିଲା ଯେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଛି ।

ସୂଚନାଯୋଗ୍ୟ ଆଜି କଟକ ଗୋବିନ୍ଦପୁର ଦେବୀ ନଦୀର ବଳଦା ବାଲି ଘାଟକୁ ନେଇ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ବାଲି ଘାଟରୁ ବାଲି ଉଠାଇବା ପାଇଁ ଦୁଇ ଗୋଷ୍ଠୀ ସାମ୍ନାସାମ୍ନି ହୋଇଥିଲେ । ଉଭୟ ଗୋଷ୍ଠୀ ବାଲି ଘାଟରୁ ବାଲି ଉଠାଇବା ପାଇଁ ଜିଦ ଧରିଥିଲେ । ତେବେ ଘଟଣା ସ୍ଥଳେ ପରିସ୍ଥିତ ଅଶାନ୍ତ ହୋଇଥିଲା । ଖବର ପାଇଁ ଗୋବିନ୍ଦପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଏହାପରେ ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରିଥିଲା ।

ସେପଟେ ଦେବୀ ନଦୀର ବଳଦା ବାଲି ଘାଟକୁ ଜୈନିକ ଏକ ବ୍ୟକ୍ତି କଣ୍ଟାପଡ଼ା ତହସିଲଦାରଙ୍କ ଠାରୁ ଲିଜରେ ନେଇଥିଲେ । ପରବର୍ତ୍ତୀ ସମୟରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଏଗ୍ରିମେଣ୍ଟ ଅନୁସାରେ ଏହି ବାଲି ଘାଟକୁ ଚଲାଇବ ପାଇଁ ଲିଜ ସୂତ୍ରରୁ ସମ୍ପୃକ୍ତ ବାଲି ଘାଟ ମାଲିକ ଦେଇଥିବା ନେଇ ଅଭିଯୋଗ ହୋଇଛି । ତେବେ ଗତ ଦୁଇ ବର୍ଷ ଲିଜ ସୂତ୍ରରେ ନେଇଥିବା ବ୍ୟକ୍ତି ଚଳାଇଥିଲେ । ହେଲେ କିଛି ଦିନ ପରେ ବାଲି ଘାଟକୁ ବନ୍ଦ କରି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ.....ସକାଳ ୭ରୁ ସନ୍ଧ୍ୟା ୯ ପର୍ଯ୍ୟନ୍ତ ସହର ଭିତରେ ପଶିପାରିବନି ବାଲି ବୋଝେଇ ଗାଡି: ହାଇକୋର୍ଟ

ଏହାପରେ ଆଜି ଆଉ ଜଣେ ଅର୍ଥାତ୍ ଦ୍ବିତୀୟ ପକ୍ଷ ହାଇକୋର୍ଟ ନିର୍ଦ୍ଦେଶନାମା ଅନୁସାରେ ବଳଦା ବାଲି ଘାଟକୁ ଚଲାଇବା ପାଇଁ ଦେବୀ ନଦୀକୁ ଆସିଥିଲେ । ଖବର ପାଇ ପୂର୍ବରୁ ଲିଜ ସୂତ୍ରରେ ନେଇଥିବା ପ୍ରଥମ ପକ୍ଷ ଓ ସମର୍ଥକ ପହଞ୍ଚି ଦ୍ବିତୀୟ ପକ୍ଷଙ୍କୁ ବାଲିଘାଟକୁ ଚଳାଇବା ପାଇଁ ବିରୋଧ କରିଥିଲେ । ଯାହାଫଳରେ ଉଭୟଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟ ଗୋଷ୍ଠୀ ସହିତ ଆଲୋଚନା କରିଥିଲେ । ଏହା ପରେ ହାଇକୋର୍ଟର କାଗଜ ପତ୍ର ଦେଖିବା ସହିତ ପ୍ରକୃତ ବାଲିଘାଟ ମାଲିକ ଏବଂ କଟକ ସାଇନ୍ସ ଅଧିକାରୀ ସହିତ ଆଲୋଚନା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିଆଯିବ ବୋଲି ସୂଚନା ଦେଇଛନ୍ତି । ଆଜି ଏହି ବାଲି ଘାଟକୁ ଚଲାଇବା ପାଇଁ ଦ୍ବିତୀୟ ପକ୍ଷଙ୍କ ଏକ ହାଇକୋର୍ଟଙ୍କ ନିର୍ଦ୍ଦେଶ ନାମା ଆଣିଥିଲେ ସୁଦ୍ଧା ପୋଲିସ ସନ୍ତୁଷ୍ଟ ହୋଇପାରିନଥିଲା କି ବାଲି ଘାଟକୁ ଚଲାଇବା ପାଇଁ କୌଣସି ନିର୍ଦ୍ଦେଶ ଦେଇନଥିଲା ।

ଇଟିଭି ଭାରତ,ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.