ETV Bharat / state

ନିରାଶ ହେଲେ ସାମ୍ବାଦିକ, ଶେଷ କ୍ୟାବିନେଟରେ କିଛି ଘୋଷଣା କଲେନି ସରକାର

author img

By ETV Bharat Odisha Team

Published : Mar 16, 2024, 10:11 PM IST

ନିରାଶ ହେଲେ ସାମ୍ବାଦିକ
ନିରାଶ ହେଲେ ସାମ୍ବାଦିକ

Journalists Protest: ଭତ୍ତା ପେନସନ ଓ ସୁରକ୍ଷା ବୀମା ଲାଗୁକରିବା ପାଇଁ ସାମ୍ବାଦିକଙ୍କ ଅଭିନବ ପ୍ରତିଭା । ଗୋପରୁ ଭୁବନେଶ୍ବର ଯାଏଁ ପଦଯାତ୍ରା କଲେ ସାମ୍ବାଦିକ । ଅଧିକ ପଢ଼ନ୍ତୁ,

ନିରାଶ ହେଲେ ସାମ୍ବାଦିକ

ଭୁବନେଶ୍ବର: ଭତ୍ତା ପେନସନ ଓ ସୁରକ୍ଷା ବୀମା ଲାଗୁକରିବା ପାଇଁ ସାମ୍ବାଦିକଙ୍କ ଅଭିନବ ପ୍ରତିଭା । ଗୋପରୁ ଭୁବନେଶ୍ବର ଯାଏଁ ପଦଯାତ୍ରା କଲେ ସାମ୍ବାଦିକ । ପେଟରେ ନିଜ ଦାବିକୁ ପେପର ମଧ୍ୟମରେ ଲଗାଇ ସାମ୍ବାଦିକଙ୍କ ଅଧିକାର ଓ ସୁରକ୍ଷା ପାଇଁ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ତେବେ ଗତକାଲିଠାରୁ ଏହି ପଦଯାତ୍ରା ଗୋପର ସାମ୍ବାଦିକ ସଂଘ ପକ୍ଷରୁ କରାଯାଇଥିବା ବେଳେ ଆଜି ସେମାନେ ଭୁବନେଶ୍ବରରେ ପହଞ୍ଚି ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କର ଦାବି ଜଣାଇବାକୁ ଆସିଥିବା ବେଳେ ଶିଶୁ ଭବନ ଛକରେ ସାମ୍ବାଦିକ ମାନଙ୍କୁ ଅଟକାଇଥିଲା ପୋଲିସ।

ନବୀନ ପଟ୍ଟନାୟକଙ୍କ ସହ ଭେଟ ହେବା ପାଇଁ ବିରୋଧ କରିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଯାଇ ଗୋପର ସାମ୍ବାଦିକ ଭାଇମାନେ ନିଜର ଦାବି ଜଣାଇଛନ୍ତି। ଆଶା ଥିଲା ରାଜ୍ୟ କ୍ୟାବିନେଟରେ ସାମ୍ବାଦିକଙ୍କ ସ୍ବାର୍ଥରେ କିଛି ଘୋଷଣା ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ସାମ୍ବାଦିକ ମାନେ ଅଭିନବ ଉପାୟରେ ପାଦରେ ଚାଲିଚାଲି ଭୁବନେଶ୍ବର ଯାଏ ଆସିଥିଲେ । ହେଲେ ବିଜେଡି ଶାସନର ଏହି ସରକାରର ଆଜି ଶେଷ କ୍ୟାବିନେଟରେ ସାମ୍ବାଦିକଙ୍କ ପାଇଁ କିଛି ଘୋଷଣା ହେଲା ନାହିଁ। ପ୍ରତିବାଦ ଓ ଦାବି ପରେ ବି କିଛି ଘୋଷଣା ନହେବାରୁ ନିରାଶ ହୋଇଥିବା ବେଳେ ସମାନ ଦାବିକୁ ନେଇ ଆମେ ପୁଣି ନୂଆ ବା ଗଠିତ ସରକାରଙ୍କୁ ଆମ ଦାବି ଉପସ୍ଥାପନା କରିବୁ ବୋଲି କହିଛନ୍ତି ଆନ୍ଦୋଳନକାରୀ। ଲୋକଙ୍କର ସ୍ବର ସାଜୁଥିବା ଓ ସମାଜର ସମସ୍ୟାକୁ ସମ୍ନାକୁ ଆଣୁଥିବା ସାମ୍ବାଦିକ ଟିଏ ଅହରହ କାମ କରିଥାଏ । ସରକରଙ୍କ କଥା ଲୋକଙ୍କ ପାଖରେ ଆଉ ଲୋକଙ୍କ ସମସ୍ୟା ସରକାରଙ୍କ ପାଖରେ ପହଞ୍ଚାଇ ଥାଏ ।

ଏହା ମଧ୍ୟ ପଢ଼ନ୍ତୁ.... ସାମ୍ବାଦିକଙ୍କ ଦାବିକୁ ସରକାରଙ୍କ ଅଣଦେଖା, ନବୀନ ନିବାସ ଯାଏଁ ପଦଯାତ୍ରାରେ ଗୋପର ସାମ୍ବାଦିକ ସଂଘ

ଏହି ଭିତରେ ସେ ନିଜକୁ ଭୁଲିଯାଏ କାମକୁ ନେଇ ତାର ପାରିଶ୍ରମିକ ବି ନଥାଏ। ତଥାପି ସେ ସମାଜର ହିତରେ କାର୍ଯ୍ୟକରେ । ସାମ୍ବାଦିକଙ୍କ ସୁରକ୍ଷା ଓ ଅଧିକାର ପାଇଁ ସାମ୍ବାଦିକଙ୍କ ସ୍ବାର୍ଥରେ ସରକାର କିଛି ଘୋଷଣା କରନ୍ତୁ ବୋଲି ପତ୍ରକାର ଟିଏ ଆଜି ନିଜ ପାଇଁ ସ୍ବର ଉଠାଇଥିଲା । ଆଉ ଶାନ୍ତିପୂର୍ଣ ଭାବରେ ପ୍ରତିବାଦ କରି ସରକାରଙ୍କୁ ତା ଦାବି ପୁରାଣ ପାଇଁ ଅନୁରୋଧ କରିଛନ୍ତି । ସାମ୍ବାଦିକ ସୁରକ୍ଷା ଆଇନ, ମାସିକ ବେତନ , ରାଜ୍ୟରେ ପ୍ରେସ ଏକାଡେମୀ ଗଠନ, ସାମ୍ବାଦିକଙ୍କ ପାଇଁ ପେନସନ ବ୍ୟବସ୍ଥା ଲାଗୁ , ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନାରେ ସାମ୍ବାଦିକଙ୍କ ପିତା ମାତାଙ୍କୁ ସାମିଲ କରିବା ସହ ବୀମାରାଶି ବୃଦ୍ଧି ଆଦି ବିଭିନ୍ନ ଦାବି ସମ୍ପର୍କରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପାଇଁ ଯାଇଥିଲେ । ତେବେ ଗଣମାଧ୍ୟମ ପ୍ରତିନିଧିଙ୍କ ଏହି ଅଭିନବ ପଦଯାତ୍ରାକୁ ନିମାପଡା ପ୍ରେସ କ୍ଳବ ଓ ମାତୃଶକ୍ତି ଫାଉଣ୍ଡେସନ ପକ୍ଷରୁ ନିମାପଡାରେ ସ୍ବାଗତ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.