ETV Bharat / state

ସାମ୍ବାଦିକଙ୍କ ଦାବିକୁ ସରକାରଙ୍କ ଅଣଦେଖା, ନବୀନ ନିବାସ ଯାଏଁ ପଦଯାତ୍ରାରେ ଗୋପର ସାମ୍ବାଦିକ ସଂଘ

author img

By ETV Bharat Odisha Team

Published : Mar 15, 2024, 5:21 PM IST

Journalist Rally: ବିଭିନ୍ନ ଦାବି ପୂରଣ ନେଇ ସାମ୍ବାଦିକ ମାନଙ୍କର ନବୀନ ନିବାସ ଯାଏଁ ପଦଯାତ୍ରା । ରାଜ୍ୟରେ ସାମ୍ବାଦିକଙ୍କ ଦାବିକୁ ନେଇ ସାମ୍ବାଦିକଙ୍କ ଆନ୍ଦୋଳନ । ଅଧିକ ପଢ଼ନ୍ତୁ

ପଦଯାତ୍ରାରେ ଗୋପର ସାମ୍ବାଦିକ ସଂଘ
ପଦଯାତ୍ରାରେ ଗୋପର ସାମ୍ବାଦିକ ସଂଘ

ପଦଯାତ୍ରାରେ ଗୋପର ସାମ୍ବାଦିକ ସଂଘ

ନିମାପଡ଼ା: ବିଭିନ୍ନ ଦାବି ପୂରଣ ନେଇ ସାମ୍ବାଦିକ ମାନଙ୍କର ନବୀନ ନିବାସ ଯାଏଁ ପଦଯାତ୍ରା । ରାଜ୍ୟରେ ସାମ୍ବାଦିକଙ୍କ ଦାବିକୁ ସରକାରଙ୍କ ଅଣଦେଖାର ପ୍ରତିବାଦରେ ଗତକାଲି ରାଜ୍ୟରେ ସାମ୍ବାଦିକ ମାନେ କଳାବ୍ୟାଚ ପିନ୍ଧି ପ୍ରତିବାଦ ଜଣାଇଥିଲେ । ପରେ ଆଜି ପୁରୀ ଜିଲ୍ଲା ଗୋପ ବ୍ଲକର ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧି ମାନେ ରାଜ୍ୟରେ ସାମ୍ବାଦିକ ମାନଙ୍କ ବିଭିନ୍ନ ଦାବି ନେଇ ଗୋପରୁ ନବୀନ ନିବାସ 60 କିଲୋମିଟର ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରିଛନ୍ତି ।

ସାମ୍ବାଦିକ ସୁରକ୍ଷା ଆଇନ, ମାସିକ ବେତନ , ରାଜ୍ୟରେ ପ୍ରେସ ଏକାଡେମୀ ଗଠନ, ସାମ୍ବାଦିକଙ୍କ ପାଇଁ ପେନସନ ବ୍ୟବସ୍ଥା ଲାଗୁ , ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନାରେ ସାମ୍ବାଦିକଙ୍କ ପିତା ମାତାଙ୍କୁ ସାମିଲ କରିବା ସହ ବୀମାରାଶି ବୃଦ୍ଧି ଆଦି ବିଭିନ୍ନ ଦାବି ସମ୍ପର୍କରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପାଇଁ ଯାଇଛନ୍ତି । ତେବେ ଗଣମାଧ୍ୟମ ପ୍ରତିନିଧିଙ୍କ ଏହି ଅଭିନବ ପଦଯାତ୍ରାକୁ ନିମାପଡା ପ୍ରେସ କ୍ଳବ ଓ ମାତୃଶକ୍ତି ଫାଉଣ୍ଡେସନ ପକ୍ଷରୁ ନିମାପଡାରେ ସ୍ବାଗତ କରାଯାଇଛି । ପ୍ରେସ କ୍ଳବର ସଦସ୍ୟ ଓ ମାତୃଶକ୍ତି ସଂଗଠନର ମହିଳା ମାନେ ସେମାନଙ୍କୁ ଫୁଲମାଳ ଦେଇ ସ୍ବାଗତ କରିବା ସହିତ ସେମାନଙ୍କ ସହ ପଦଯାତ୍ରାରେ ସାମିଲ ହୋଇଛନ୍ତି । ବିନା ବେତନରେ ବିଭିନ୍ନ ସମୟରେ ଲୋକ ଲୋଚନରେ ଦେଶ ବିଦେଶରୁ ଆରମ୍ଭ କରି ଆଞ୍ଚଳିକ ସ୍ତରର ଟିକନିକ ଖବର ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ସାମ୍ବାଦିକ ।

ଏହା ମଧ୍ୟ ପଢ଼ନ୍ତୁ... ନିର୍ବାଚନ ପୂର୍ବରୁ ବିଭିନ୍ନ ଦାବି ଡ଼ମ ସମାଜର ଗଣଧାରଣା

ଅନେକ ସମୟରେ ଦେଖାଯାଏ ସାମ୍ବାଦିକ ମାନଙ୍କୁ ବିଭିନ୍ନ ମିଛ କେସରେ ଫସେଇବା, ବିଭିନ୍ନ ସ୍ତରରେ ସାମ୍ବାଦିକଙ୍କୁ ଉପେକ୍ଷା କରିବା ରାଜ୍ୟ ସରକାର କୌଣସି ଭତ୍ତା କିମ୍ବା ବେତନ ବ୍ୟବସ୍ଥା ନକରିବା ଭଳି ଅନେକ ସମସ୍ୟାରେ ସାମ୍ବାଦିକମାନେ ସନ୍ତୁଳିତ ହେଉଛନ୍ତି । ଅତୀତରେ ଅନେକ ଥର ପ୍ରତିବାଦ କରାଯାଇଛି, କିନ୍ତୁ ଏପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଚଳିତ ବର୍ଷ ରାଜ୍ୟ ସରକାର ସବୁ ବର୍ଗର କର୍ମଚାରୀ ମାନଙ୍କ ଠାରୁ ଆରମ୍ଭ କରି ନୋମିନି, ସରପଞ୍ଚ, ଜିଲ୍ଲାପରିଷଦ ସଭ୍ୟଙ୍କ ବେତନ ବୃଦ୍ଧି କରିଥିଲା ବେଳେ ସାମ୍ବାଦିକଙ୍କ ସମସ୍ୟା ଉପରେ ଗୁରୁତ୍ବାରୋପ କରୁ ନଥିବାରୁ ଏହି ପଦକ୍ଷେପ ନିଆଯାଇଛି । ଏହି ପଦଯାତ୍ରା ସମୟରେ କୋଣାର୍କ ନିମାପଡ଼ା ରାସ୍ତାର ସର୍ବପାଡ଼ା ଠାରେ ଏକ ବାଇକ ସାମ୍ବାଦିକ ସୁରେଶ କୁମାର ସାହୁଙ୍କୁ ଧକ୍କା ଦେବା ଫଳରେ ସେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.