ETV Bharat / state

ବୌଦ୍ଧରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର୍ - Ganja seized in Boudh

author img

By ETV Bharat Odisha Team

Published : Mar 26, 2024, 10:35 AM IST

Ganja seized in Boudh
Ganja seized in Boudh

Ganja seized in Boudh: ବୌଦ୍ଧରେ ବାହାର ରାଜ୍ୟକୁ ବେଆଇନ ଗଞ୍ଜେଇ ଚୋରାଚାଲାଣ ଉଦ୍ୟମ ବେଳେ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ । ଅଭିଯୁକ୍ତ ଫେରାର । ଅଧିକ ପଢନ୍ତୁ

Ganja seized in Boudh

ବୌଦ୍ଧ: ଗଞ୍ଜେଇ ଧରପଗଡରେ ବୌଦ୍ଧ ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । ବାହାର ରାଜ୍ୟକୁ ବେଆଇନ ଗଞ୍ଜେଇ ଚୋରାଚାଲାଣ ଉଦ୍ୟମ ବେଳେ ୧୦୭୮ କିଲୋଗ୍ରାମ ଗଞ୍ଜେଇ ଜବତ କଲା ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ କୋଟିରୁ ଊର୍ଦ୍ଧ୍ୱ ହେବା ନେଇ ସୂଚନା ରହିଛି । ତେବେ ଏହି ଚୋରାଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଏହାମଧ୍ୟ ପଢନ୍ତୁ.. ଗଞ୍ଜେଇ ଚାଲାଣରେ ଧରାପଡିଲେ ଶିକ୍ଷକ, ଭିଜିଲାନ୍ସ କେସରେ ଫସିଥିଲେ ଫୁଲବାଣିରେ - Ganja Seized FROM TEACHER

ସାଧାରଣ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ବ୍ୟସ୍ତ ଥିବାବେଳେ ଏହାର ଫାଇଦା ଉଠାଇବାରେ ଲାଗି ପଡିଛନ୍ତି ଗଞ୍ଜେଇ ମାଫିଆ । ସୋମବାର ଦିନ ବୌଦ୍ଧ ଥାନା ଅନ୍ତର୍ଗତ ପେଞ୍ଜାବାଲି ଗ୍ରାମ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ପୋଲିସ ଚଢାଉ କରି ଏକ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଜବତ କରିଥିବା ନେଇ ସୂଚନା ମିଳିଛି । ବୌଦ୍ଧ ପୋଲିସ ଏସପିଙ୍କ ନିର୍ଦ୍ଦେଶରେ ଏସଡିପିଓ, ଆଦର୍ଶ ଥାନା ଅଧିକାରୀ ସ୍ବତନ୍ତ୍ର ଟିମ୍ ସହିତ ପେଞ୍ଜାବାଲି ଅଞ୍ଚଳରେ ଚଢାଉ କରିଥିଲେ । ଦୂରରୁ ପୋଲିସକୁ ଦେଖି କିଛି ଗଞ୍ଜେଇ ବେପାରୀ ସେଠାରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ଉକ୍ତ ଅଞ୍ଚଳରୁ ୧୦୭୮ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି । ତେବେ ଚଳିତ ବର୍ଷ ବୌଦ୍ଧ ଜିଲ୍ଲା ପୋଲିସ ଗଞ୍ଜେଇ ଜବତ କରିବାରେ ରେକର୍ଡ଼ ସୃଷ୍ଟି କରିପାରିଥିବା ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ସଫା ହେଲାଣି ଜଙ୍ଗଲ, ଚେଇଁ ଶୋଇଛି ବୌଦ୍ଧ ବନ ବିଭାଗ ! ତାତିଲେ ଲୋକେ - Corruption Against Forest Dept

ଆଉ ମଧ୍ୟ ବାଉଁଶୁଣୀ ଥାନା ପକ୍ଷରୁ ଧରପଗଡ ସମୟରେ ତିଲପଙ୍ଗା ଗ୍ରାମର ଜଣେ ଯୁବକଙ୍କଠାରୁ ବିପୁଳ ଗଞ୍ଜେଇ ଜବତ କରାଯାଇଥିବା ସୂଚନା ମିଳିଛି । ଯୁବକ ଜଣକୁ ଗିରଫ କରାଯାଇ ତଦନ୍ତ କରାଯାଉଛି । ସେପଟେ କଣ୍ଟାମାଳ ଥାନା ଅନ୍ତର୍ଗତ କାନିସେମେଲ ଗ୍ରାମରୁ ପୋଲିସ ଚଢାଉ କରି ବିପୁଳ ପରିମାଣରେ ବେଆଇନ ଗଞ୍ଜେଇ ଜବତ କରିଛି । କେବଳ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପୋଲିସ 10 ହଜାର କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିସାରିଛି । ଜବତ ଗଞ୍ଜେଇଗୁଡିକୁ ସେରଗଡଠାରେ ପୋଡା ଯାଇଥିବା ବେଳେ ୩୫ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ ସହ ଅନେକ ଗାଡ଼ି ଜବତ କରାଯାଇଥିବା ଏସପି ରାଜପ୍ରସାଦ ସୂଚନା ଦେଇଛନ୍ତି ।


ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.