ETV Bharat / state

ମହାପ୍ରଭୁଙ୍କ ଦର୍ଶନ କଲେ ଗଜପତି ମହାରାଜଙ୍କ ସପରିବାର

author img

By ETV Bharat Odisha Team

Published : Feb 24, 2024, 1:41 PM IST

ମହାପ୍ରଭୁଙ୍କ ଦର୍ଶନ କଲେ ଗଜପତି ମହାରାଜ
ମହାପ୍ରଭୁଙ୍କ ଦର୍ଶନ କଲେ ଗଜପତି ମହାରାଜ

Gajapati Maharaj Prayer at Srimandir: ମହାପ୍ରଭୁଙ୍କ ଦର୍ଶନ କଲେ ଗଜପତି ମହାରାଜଙ୍କ ସପରିବାର । ପରିକ୍ରମା ପ୍ରକଳ୍ପକୁ ପ୍ରଂଶସା କରିବା ସହିତ ନାଟ ମଣ୍ଡପର ଆବଶ୍ୟକତା ରହିଥିବା କଥା କହିଛନ୍ତି । ଅଧିକ ପଢନ୍ତୁ

ମହାପ୍ରଭୁଙ୍କ ଦର୍ଶନ କଲେ ଗଜପତି ମହାରାଜ

ପୁରୀ: ମହାପ୍ରଭୁଙ୍କ ଦର୍ଶନ କଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ଗଜପତି ମହାରାଜ ଶ୍ରୀମନ୍ଦିରରେ ଭିତରକାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାରାଣୀ ଲୀଳାବତୀ ପାଟମହାଦେଇ, ରାଜକୁମାରୀ କୁମାରମଣିଙ୍କ ସହ ସପରିବାର ଦର୍ଶନ କରିଛନ୍ତି । ସପରିବାର ଦର୍ଶନ କରି ବେଶ୍ ଖୁସି ଥିବା ବେଳେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ପୂର୍ବାପେକ୍ଷା ଭକ୍ତମାନଙ୍କର ଆଗ୍ରହ ବଢ଼ିଥିବା ନେଇ ସେ କହିଛନ୍ତି ।

ପରମ୍ପରା ମୁତାବକ, ଗଜପତି ମହାରାଜା ସପରିବାର ଦର୍ଶନ ପାଇଁ ଶ୍ରୀମନ୍ଦିର ଦକ୍ଷିଣ ଦ୍ବାରରେ ପ୍ରବେଶ କରି ପ୍ରଥମେ ବଟ ଗଣେଶଙ୍କୁ ଦର୍ଶନ କରିଥିଲେ । ସେଠାରୁ ଯାଇ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିଥିଲେ । ପରେ ବେଢ଼ା ଭିତରେ ଥିବା ବିଭିନ୍ନ ଦେବଦେବୀ ମନ୍ଦିରକୁ ଯାଇ ଦର୍ଶନ କରିଥଲେ । ଏହା ପରେ ଦକ୍ଷିଣ ଦ୍ବାର ଦେଇ ଫେରି ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଏକ ହଜାର ଫୁଟ ପାହାଡ଼ ଶିଖରରେ ବିରାଜିବେ ରାମଲାଲା, ଯୋଗଦେବେ ଆଦିଗୁରୁ ଶଙ୍କରାଚାର୍ଯ୍ୟ


ତେବେ କାଳିଆ ସାଆନ୍ତଙ୍କୁ ଦର୍ଶନ କରିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି, "ମହାପ୍ରଭୁଙ୍କ କରୁଣାରୁ ଆମେ ସପରିବାର ଆସି ଦର୍ଶନ କରିବାର ସୌଭାଗ୍ୟ ପାଇଲୁ । ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ଆଗମନ ବୃଦ୍ଧି ପାଇଛି । ବିଶେଷକରି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ପୂର୍ବାପେକ୍ଷା ଭକ୍ତମାନଙ୍କର ଆଗ୍ରହ ବଢ଼ିଛି । ପରିକ୍ରମା ପ୍ରକଳ୍ପ ଅନେକଙ୍କୁ ଆକୃଷ୍ଟ କରୁଛି । ଭକ୍ତମାନେ ମଧ୍ୟ ଆଗ ଅପେକ୍ଷା ଅଧିକ ସୁବିଧା ପାଉଛନ୍ତି । ସରକାର ଓ ପ୍ରଶାସନ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଆହୁରି ଯୋଜନା ପ୍ରସ୍ତୁତ କରିଛନ୍ତି । ଉକ୍ତ ଯୋଜନାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବେ ବୋଲି ସେ ଆଶା ରଖିଛି ।"

ଏହା ମଧ୍ୟ ପଢନ୍ତୁ: ଏପ୍ରିଲରେ ସରିବ ନାଟ ମଣ୍ଡପ ମରାମତି, ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ହେବା ନେଇ ଗଜପତି ମହାରାଜ କହିଛନ୍ତି, " ଅନେକ ଦିନ ଧରି ଚର୍ଚ୍ଚା ହେଉଥିବା କାର୍ଯ୍ୟକୁ ହାତକୁ ନିଆଯାଇଛି । ନାଟମଣ୍ଡପ ମରାମତିର ଆବଶ୍ୟକତା ଥିଲା । ଯୋଜନା ଅନୁଯାୟୀ କାମ ଆରମ୍ଭ ହୋଇଛି । ଏହି ମରାମତି କାର୍ଯ୍ୟ ଖୁବ ଶୀଘ୍ର ଶେଷ ହେବ । ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ପରେ ବିମଳାଙ୍କ ମନ୍ଦିର, ଲକ୍ଷ୍ନୀ ମନ୍ଦିରରେ ଦର୍ଶନ କରିଥିଲେ । ପରେ ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କ ଆଶୀର୍ବାଦ ନେଇଥିଲେ । ଗଜପତିଙ୍କ ସହ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଅନ୍ୟ ପ୍ରଶାସନିକ ଅଧିକାରୀ, ଶ୍ରୀମନ୍ଦିର ପୁରୋହିତ, ରାଜ ପୁରୋହିତ, ରାଜଗୁରୁ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ପୁରୀ:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.