ETV Bharat / state

ଏକ ହଜାର ଫୁଟ ପାହାଡ଼ ଶିଖରରେ ବିରାଜିବେ ରାମଲାଲା, ଯୋଗଦେବେ ଆଦିଗୁରୁ ଶଙ୍କରାଚାର୍ଯ୍ୟ

author img

By ETV Bharat Odisha Team

Published : Jan 20, 2024, 9:39 PM IST

Ram temple in Nayagarh: ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଦିନ ଓଡ଼ିଶାରେ ବି ଏକ ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ହେବ । ନଭଚୁମ୍ବି ପାହାଡ଼ ଏବଂ ନୀଳ ଆକାଶ ମଧ୍ୟରେ ବଉଳମାଳା ପଥରରେ ନୟାଗଡ଼ ଜିଲ୍ଲା ଫତେଗଡଠାରେ ଏହି ମନ୍ଦିର ନିର୍ମାଣ ହୋଇଛି । ଏହାର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜା ଯୋଗ ଦେବେ । ଅଧିକ ପଢନ୍ତୁ

Ram temple in Nayagarh:
ନୟାଗଡ ରାମ ମନ୍ଦିର
ବିରାଜିବେ ରାମଲାଲା

ଖୋର୍ଦ୍ଧା/ନୟାଗଡ: ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅଧିନ ଫତେଗଡଠାରେ ନିର୍ମାଣ ହୋଇଛି ଭବ୍ୟ ଶ୍ରୀରାମ ମନ୍ଦିର । ଏକ ହଜାର ଫୁଟ ପାହାଡ଼ ଶିଖରରେ ବଉଳମାଳା ପଥରରେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅତି ରମଣୀୟ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି । ନଭଚୁମ୍ବି ପାହାଡ଼ ଏବଂ ନୀଳ ଆକାଶ ମଧ୍ୟରେ ଏହି ପରିବେଶ ଅତ୍ୟନ୍ତ ମନୋରମ, ମନୋମୁଗ୍ଧକର ଏବଂ ଆକର୍ଷଣୀୟ । ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିର ସହିତ ଏଠାରେ ମଧ୍ୟ ମନ୍ଦିର ପ୍ରତିଷ୍ଠା ହେବା ସହ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହମାନଙ୍କୁ ପ୍ରତିଷ୍ଠା କରାଯିବ । ଏଥିରେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜା ଯୋଗ ଦେବେ । ପ୍ରଭୁ ଶ୍ରୀରାମଙ୍କ ଆଗମନକୁ ସ୍ବାଗତ କରିବା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଜୋରଦାରରେ ଆଗେଇ ଚାଲିଛି ।

ମନ୍ଦିର ନିର୍ମାଣରେ ନିୟୋଜିତ କାରିଗରମାନେ ଦିନରାତି ଏକ କରିଦେଇଛନ୍ତି । ପ୍ରଭୁଙ୍କ ଏହି ଭବ୍ୟ ମନ୍ଦିର ନିର୍ମାଣରେ 50ରୁ ଊର୍ଦ୍ଧ୍ବ କାରିଗର‌ 4 ବର୍ଷ ଧରି ମିଳିତ ଭାବେ ଲାଗି ପଡ଼ିଛନ୍ତି । ପାହାଡ ପାଦଦେଶରୁ ପ୍ରାୟ ଏକ ହଜାର ଫୁଟ ଉଚ୍ଚତାରୁ ଊର୍ଦ୍ଧ୍ବ ଅଙ୍କାବଙ୍କା ରାସ୍ତା ଦେଇ ପ୍ରାକୃତିକ ପରିବେଶ ମଧ୍ୟରେ ନିର୍ମାଣ ହୋଇଛି ମର୍ଯ୍ୟାଦାପୁରୁଷଙ୍କ ଏହି ମନ୍ଦିର । ଆସନ୍ତା 22 ତାରିଖ ଦିନ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମବେଦୀ ଅଯୋଧ୍ୟାରେ ତାଙ୍କର ଭବ୍ୟ ମନ୍ଦିର ପ୍ରତିଷ୍ଠା‌ ହେଉଥିବା ବେଳେ ଠିକ ସେହିଦିନ ଭାପୁର ବ୍ଲକ ଫତେଗଡ ରାମ ପାହାଡ଼ ଶିଖରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ହଜାର ହଜାର ଭକ୍ତ ସାମିଲ ହେବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ: ଅଯୋଧ୍ୟା ରାମମୟ: ପହଞ୍ଚିଲା ବିଶାଳ ଲଡୁ ଓ ତାଲା, ପାକିସ୍ତାନରୁ ଆସୁଛି ପବିତ୍ର ଜଳ

ବଉଳାମାଳା ପଥରରେ ନିର୍ମିତ ଏହି ମନ୍ଦିର କଳାକୃତି କାରୁକାର୍ଯ୍ୟ ଯେକୌଣସି‌ ବ୍ୟକ୍ତିବିଶେଷଙ୍କ ମନକୁ ବାନ୍ଧି ରଖିବ ନିଶ୍ଚୟ । ଏହି ମନ୍ଦିରରେ ନିର୍ମିତ ଭାସ୍କର୍ଯ୍ୟ କଳାକୃତି ଅତ୍ୟନ୍ତ ଆକର୍ଷଣୀୟ ଏବଂ ମନମୁଗ୍ଧକର । ଗ୍ରାମବାସୀଙ୍କ ମିଳିତ ଉଦ୍ୟମ ଏବଂ ଭିକ୍ଷାବୃତ୍ତି ସ୍ବରୂପ ‌ଆୟ କରାଯାଇଥିବା ଅର୍ଥରାଶିରେ ଗ୍ରାମର ଶ୍ରୀରାମ ସେବା ପରିଷଦ ଆନୁକୂଲ୍ୟରେ ପାହାଡ ଉପରେ ନିର୍ମିତ ହୋଇଥିବା ଏହି ଭବ୍ୟ ମନ୍ଦିରରେ‌ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ହିନ୍ଦୁ ଧର୍ମର ଆଦିଗୁରୁ ଶଙ୍କରାଚାର୍ଯ୍ୟ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜଙ୍କ କରକମଳରେ ଏହି ମନ୍ଦିର ଲୋକାର୍ପିତ ହେବା ସହିତ ଏଠାରେ ହଜାର ହଜାର ସାଧୁସନ୍ଥଙ୍କ ସମାଗମ ହେବ ବୋଲି ସୂଚନା ମିଳିଛି । ଏହି ମନ୍ଦିର ନୟାଗଡର ପର୍ଯ୍ୟଟନ ମାନଚିତ୍ରରେ ଯୋଡି ହେବାକୁ ଯାଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.