ETV Bharat / state

ଫନି ଟଙ୍କା ଜାଲିଆତି: ଧରାପଡିଲେ ଠକ ବ୍ରାଞ୍ଚ ମ୍ୟାନେଜର, ବାନ୍ଧବୀଙ୍କ ସହ ମିଶି ହଡ଼ପ କରିଥିଲେ ପିପିଲି ବ୍ଲକ୍ ଟଙ୍କା

author img

By ETV Bharat Odisha Team

Published : Mar 10, 2024, 5:54 PM IST

ଫନି ଟଙ୍କା ଜାଲିଆତି: ଧରାପଡିଲେ ଠକ ବ୍ରାଞ୍ଚ ମ୍ୟାନେଜର
ଫନି ଟଙ୍କା ଜାଲିଆତି: ଧରାପଡିଲେ ଠକ ବ୍ରାଞ୍ଚ ମ୍ୟାନେଜର

Funny Cyclone Money Fraud:ପିପିଲି ବ୍ଲକ୍ ବିଡିଓଙ୍କ ଦୁଇଟି ଆକାଉଣ୍ଟରୁ ୩କୋଟି ୭୦ ଲକ୍ଷ ଜାଲିଆତି ମାମଲାର ଫିଟୁଛି ଗୁମର । IDBI ବ୍ୟାଙ୍କର ତତ୍କାଳୀନ ବ୍ରାଞ୍ଚ ମ୍ୟାନେଜରଙ୍କ ସହ ବାନ୍ଧବୀ ଗିରଫ । ଅଧିକ ପଢନ୍ତୁ

ଫନି ଟଙ୍କା ଜାଲିଆତି: ଧରାପଡିଲେ ଠକ ବ୍ରାଞ୍ଚ ମ୍ୟାନେଜର

ଭୁବନେଶ୍ବର: ସରକାରୀ ଟଙ୍କା ଆତ୍ମସାତ । ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜରଙ୍କ ଜାଲ କାରନାମା । ଫର୍ଜି ସ୍କିମରେ ହଡ଼ପ କରିଥିଲେ ସରକାରୀ ଟଙ୍କା । ବାନ୍ଧବୀଙ୍କୁ ମୋହରା କରି ଠକି ନେଇଥିଲେ ଫନି ଟଙ୍କା । ପିପିଲି ବ୍ଲକ୍ ବିଡିଓଙ୍କ ଦୁଇଟି ଆକାଉଣ୍ଟରୁ ୩କୋଟି ୭୦ଲକ୍ଷ ଜାଲିଆତି ମାମଲାର ଫିଟୁଛି ଗୁମର । ପିପିଲିର ଆଇଡିବିଆଇ ବ୍ୟାଙ୍କର ପୂର୍ବତନ ଆସେଟ ଅଫିସର ଗିରଫ ପରେ ଏବେ ଧରା ପଡ଼ିଛନ୍ତି ତତ୍କାଳୀନ ବ୍ରାଞ୍ଚ ମାନେଜର ଓ ତାଙ୍କ ବାନ୍ଧବୀ । ଏନେଇ ଆଜି(ରବିବାର) ଦିନ ସୂଚନା ଦେଇଛନ୍ତି EOW ଏସପି ।

ସରକାରୀ ଟଙ୍କା ଜାଲିଆତି କରି ଫେରାର ଥିଲେ ଠକ ବ୍ରାଞ୍ଚ ମ୍ୟାନେଜର ସରୋଜ ମହାପାତ୍ର । ଗତକାଲି କଟକରୁ ଗିରଫ ପରେ ରବିବାର ସକାଳୁ ତାଙ୍କ ବାନ୍ଧବୀ ଆଞ୍ଜେଲ ମିଶ୍ରଙ୍କୁ ମଧ୍ୟ ଗିରଫ କରିଛି ଇଓଡବ୍ଲୁ ଟିମ୍ । ଇଓଡବ୍ଲୁ ଏସପିଙ୍କ ସୂଚନା ମୁତାବକ ପିପିଲି ବିଡ଼ିଓଙ୍କ ଟଙ୍କା ଜମା ଥିବା ପିପିଲିର ଆଇଡିବିଆଇ ବ୍ୟାଙ୍କ ବ୍ରାଞ୍ଚରୁ ସରକାରୀ ଦୁଇଟି ଆକାଉଣ୍ଟରୁ ୩ କୋଟି ୭୦ଲକ୍ଷ ଜାଲିଆତି ହୋଇଥିଲା । ଫନି ଆକାଉଣ୍ଟ ଓ ସେଣ୍ଟ୍ରାଲ କମିଶନ ଦୁଇଟି ଆକାଉଣ୍ଟରେ ଏଫଏଫଡି ଟଙ୍କାକୁ ୨୦୧୮ମସିହାରେ ଜାଲିଆତି କରିଥିଲେ । ୨୦୨୨ରେ ଏନେଇ ସରକାରୀ ଟଙ୍କା ଜାଲିଆତିର କାରନାମା ପଦାକୁ ଆସିବା ପରେ ଇଓଡବ୍ଲୁରେ ଅଭିଯୋଗ ହୋଇଥିଲା ।

ତେବେ ଇଓଡବ୍ଲୁ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ସେହି ବ୍ୟାଙ୍କର ମାନେଜର ଥିଲେ ସରୋଜ ମହାପାତ୍ର । ଏନେଇ‌‌ ନିଜର କିଛି ସମ୍ପର୍କିୟଙ୍କ ନାଁରେ ବ୍ରାଞ୍ଚରୁ ମଞ୍ଜୁର କରିଥିଲେ ମୁଦ୍ରା ସ୍କିମରେ ଋଣ । ନିଜ ସମ୍ପର୍କୀୟଙ୍କ ଅଜାଣତରେ ଟଙ୍କା ଋଣ ନେଇଥିଲେ । ୧୦ଲକ୍ଷ ଲେଖାଏଁ ୩୫ଟି ମୁଦ୍ରା ଲୋନରେ ଟଙ୍କା ନେଇଥିଲେ । ଲୋନ ଟଙ୍କାକୁ ନିଜର ବାନ୍ଧବୀ ଆଞ୍ଜେଲା ମିଶ୍ରଙ୍କ ଜରିଆରେ ନିଜେ ହଡ଼ପ କରିଥିଲେ । ଏହି ସବୁ କାରନାମାରେ ସମ୍ପୃକ୍ତ ଥିଲେ ଠକ ବ୍ରାଞ୍ଚ ମ୍ୟାନେଜର ,ଆସେଟ ଅଫିସର ଓ ଠକ ଲେଡି । ପରେ ସେହି ସବୁ ଲୋନ ଟଙ୍କାର ଅଡିଟ ଭୟରେ ପିପିଲି ବିଡିଓଙ୍କ ଫନି ଓ ସେଣ୍ଟ୍ରାଲ କମିଶନ ଦୁଇ ଆକାଉଣ୍ଟରେ ଥିବା ଟଙ୍କାକୁ ନେଇ ଋଣ ସୁଝି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ.....ଭିଜିଲାନ୍ସ ଜାଲରେ ବ୍ଲକ କୋଡ଼ିନେଟର, ବିଲ୍ କରାଇବା ପାଇଁ ନେଉଥିଲେ ୫ ହଜାର

ହେଲେ ପରେ ୨୦୨୨ରେ ଏନେଇ ବିଡିଓଙ୍କ ପକ୍ଷରୁ ସରକାରୀ ଟଙ୍କା ଖୋଜା ପଡିବାବେଳକୁ ଟଙ୍କା ବ୍ୟାଙ୍କରେ ନଥିବା ଜଣାପଡିଥିଲା ।ତେବେ ଅଭିଯୋଗ ଆଧାରରେ ପୂର୍ବରୁ ଇଓଡବ୍ଲୁ ପୂର୍ବତନ ଆସେଟ ଅଫିସର ତନ୍ମୟ ମହାରଣାକୁ ରାୟପୁରରୁ ଗିରଫ କରିଥିଲା । ତେବେ ଧିରେ ଧିରେ ଏହି ଠକେଇର ଗୁମର ଫିଟିଛି । ଧରା ପଡ଼ିଥିବା ସରୋଜ ମହାପାତ୍ର ନାଁରେ ପୂର୍ବରୁ ମଧ୍ୟ ଏକ ୧୮କୋଟିର ଠକେଇ ଅଭିଯୋଗ ରହିଛି ୟୁପି ଏସଟିଏଫ ଟିମ୍ ହାତରେ । ସେହିପରି ଗିରଫ ମହିଳାଙ୍କ ନାଁରେ ମଧ୍ୟ ପୂର୍ବରୁ ଖଣ୍ଡଗିରି ଥାନାର ଏକ ଠକେଇ ମାମଲାରେ ଜଡ଼ିତ ଥିବା ବୋଲିସ ଜାଣିବାକୁ ପାଇଛି । ସେପଟେ ଇଓଡବ୍ଲୁ ସନ୍ଦେହ କରୁଛି ଯେ, ଏହା ପଛରେ ବ୍ଲକ କର୍ମଚାରୀଙ୍କ ମଧ୍ୟ ହାତ ରହିଛି ବୋଲି ।

ଇଟିଭି ଭାରତ , ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.