ETV Bharat / state

ଭିଜିଲାନ୍ସ ଜାଲରେ ବ୍ଲକ କୋଡ଼ିନେଟର, ବିଲ୍ କରାଇବା ପାଇଁ ନେଉଥିଲେ ୫ ହଜାର

author img

By ETV Bharat Odisha Team

Published : Mar 7, 2024, 2:23 PM IST

Vigilance Raid
Vigilance Raid

Block Coordinator in Vigilance Net in Balangir: ଭିଜିଲାନ୍ସ ସ୍କାନରରେ ଆଉ ଜଣେ ସରକାରୀ ଅଧିକାରୀ । ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ବ୍ଲକ କୋଡ଼ିନେଟର । ପଢନ୍ତୁ ପୁରା ଖବର ।

Vigilance Raid

ବଲାଙ୍ଗୀର: ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରୀ ଅଧିକାରୀ । ଲାଞ୍ଚ ନେବାବେଳେ ଧରାପଡ଼ିଲେ ବ୍ଲକ କୋଡ଼ିନେଟର । ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ରେଡ୍ ହ୍ୟାଣ୍ଡେଡ୍ ଧରିଛି ଭିଜିଲାନ୍ସ । ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ବିଲ କରାଇବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଛି । ଏହାସହ ଏକକାଳୀନ ଦୁଇଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ । ସମ୍ବଲପୁର ଭିଜିଲାନ୍ସ ଏନେଇ ମାମଲା ରୁଜୁ କରି ସମ୍ପୃକ୍ତ ବିଆରଏସଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ବିଆରସି ମଧୁସୂଦନ ପଟେଲ ଏହି ଗ୍ରାମର ମହମ୍ମଦ ଅସିମଙ୍କଠାରୁ ଲାଞ୍ଚ ନେଉଥିଲେ । ଯାହାର ଖବର ପାଇ ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ତାଙ୍କୁ ଧରିଛି। ଏହାସହ ଏକକାଳୀନ ଦୁଇଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି। ଅଭିଯୋଗ ଅନୁସାରେ, ଏହି ବ୍ଲକରେ ଘରେ ଶୌଚାଳୟ ନିର୍ମାଣ ପାଇଁ ଟେଣ୍ଡର ନେଇ ଏକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ କାମ କରିଥିଲା । ହେଲେ ଏହାର ବିଲ୍ ପାଇଁ ସେମାନେ ବ୍ଲକ କାର୍ଯ୍ୟଳୟ ଦୌଡ଼ି ହଇରାଣ ହୋଇଥିବା ଅଭିଯୋଗ କରିଥିଲେ । ସେପଟେ ସ୍ଥାନୀୟ ବିଆରସି ମଧୁସୂଦନ ପଟେଲ ତାଙ୍କୁ ଲାଞ୍ଚ ଦେଲେ ବିଲ ହେବ ବୋଲି କହି ହଇରାଣ କରି ଆସୁଥିବା ଅଭିଯୋଗ ହୋଇଥିଲା । ଯାହାପରେ ଏସଏଚଜିର ଜଣେ ପ୍ରତିନିଧି ମହମ୍ମଦ ଅସିମ ବଲାଙ୍ଗୀର ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ।

ଏହା ମଧ୍ୟ ପଢନ୍ତୁ...ଜମି ପଟ୍ଟା ପାଇଁ ୫ହଜାର ଲାଞ୍ଚ ନେଉଥିଲେ ଅମିନ, ବାନ୍ଧିଲା ଭିଜିଲାନ୍ସ

ଏହା ମଧ୍ୟ ପଢନ୍ତୁ...ଲାଞ୍ଚ ନେଇ ବନ୍ଧା ହେଲେ ASI, ୩ଟି ଭିଜିଲାନ୍ସ ଟିମର ଏକକାଳୀନ ରେଡ୍

ଏହାପରେ ସରକାରୀ ଅଧିକାରୀ ଜଣକ ଭିଜିଲାନ୍ସ ସ୍କାନରକୁ ଆସିଛନ୍ତି । ଏସଏଚଜି ଗ୍ରୁପ୍ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ରେଡ୍ ହ୍ୟାଣ୍ଡେଡ୍ ଧରିଛି ଭିଜିଲାନ୍ସ। ଆଜି ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ବିଆରସି ମଧୁସୂଦନ ପଟେଲଙ୍କୁ ଗିରଫ କରିଛି। ଏହାସହ ତାଙ୍କର କାର୍ଯ୍ୟଳୟ ଓ ଦେଓଗାଁ ସ୍ଥିତ ଆବାସରେ ଚଢାଉ ଜାରି ରଖିଛି। ସମ୍ବଲପୁର ଭିଜିଲାନ୍ସ ଏନେଇ ମାମଲା ରୁଜୁ କରି ସମ୍ପୃକ୍ତ ବିଆରଏସଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଏହି ମାମଲାରେ ଅଧିକ ତଦନ୍ତ ଜାରି ଥିବାର ସୂଚନା ଦେଇଛି ଭିଜିଲାନ୍ସ ବିଭାଗ। ପୂର୍ବରୁ ମଧ୍ୟ ଅନେକ ସରକାରୀ ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଥିବାର ନଜିର ରହିଛି । ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ବର୍ତ୍ତମାନ ଭିଜିଲାନ୍ସ ସ୍କାନରରେ ରହିଛନ୍ତି ।

ଇଟିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.