ETV Bharat / state

ଫାଇନାନ୍ସ କମ୍ପାନୀ ଏବିଏମଙ୍କ ଠାରୁ ଲୁଟ ଘଟଣା, 4 ଲୁଟେରା ଗିରଫ

author img

By ETV Bharat Odisha Team

Published : Mar 13, 2024, 1:05 PM IST

ଫାଇନାନ୍ସ କମ୍ପାନୀର ଏବିଏମଙ୍କୁ ଲୁଟ ଘଟଣାର ପର୍ଦ୍ଦାଫାସ
ଫାଇନାନ୍ସ କମ୍ପାନୀର ଏବିଏମଙ୍କୁ ଲୁଟ ଘଟଣାର ପର୍ଦ୍ଦାଫାସ

Robbers Arrested by Balangir Police: ଫାଇନାନ୍ସ କମ୍ପାନୀର ଏବିଏମଙ୍କୁ ମରଣାନ୍ତକ ଆକ୍ରମଣ କରି 62 ହଜାର ଲୁଟ୍ ଘଟଣା । 4ଜଣଙ୍କୁ ଗିରଫ କଲା ବଲାଙ୍ଗୀର ପୋଲିସ । ଅଧିକ ପଢନ୍ତୁ

ଫାଇନାନ୍ସ କମ୍ପାନୀର ଏବିଏମଙ୍କୁ ଲୁଟ ଘଟଣାର ପର୍ଦ୍ଦାଫାସ

ବଲାଙ୍ଗୀର: ପୋଲିସକୁ ସଫଳତା । 4 ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି ବଲାଙ୍ଗୀର ପୋଲିସ । ଫାଇନାନ୍ସ କମ୍ପାନୀର ଏବିଏମଙ୍କ ଠାରୁ ଲୁଟ ହୋଇଥିବା ଘଟଣା ପଛର ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ଏହାସହିତ ସେମାନଙ୍କ ନିକଟରୁ ଟଙ୍କା, ମୋବାଇଲ ଫୋନ ଏବଂ ମାରଣାସ୍ତ୍ର ଜବତ ହୋଇଛି । ବଲାଙ୍ଗୀର ପୋଲିସ୍ ଚାରି ଜଣ ଅଭ୍ୟାସଗତ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି । ଜିଲ୍ଲାର ବିଭିନ୍ନ ଥାନାରେ ଏମାନଙ୍କ ନାଁରେ ଏକାଧିକ ଲୁଟ ମାମଲା ରହିଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।

ପୋଲିସର କହିବା ଅନୁସାରେ, ବଲାଙ୍ଗୀର ପୋଲିସ 4ଜଣ ଅଭ୍ୟାସଗତ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏମାନେ ଜାମିନରେ ଆସି ବାରମ୍ବାର ଲୁଟ ରାହାଜାନୀ ଭଳି ଅପରାଧ କରି ଆସୁଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ନିକଟରେ ଏହିଭଳି ଏମାନେ ଗୋଟିଏ ଫାଇନାନ୍ସ କମ୍ପାନୀର ଏବିଏମଙ୍କୁ ମରଣାନ୍ତକ ଆକ୍ରମଣ କରି ତାଙ୍କଠୁ 62 ହଜାର ଟଙ୍କା ଲୁଟ କରିଥିଲେ । ଯାହାର ଲିଖିତ ଅଭିଯୋଗ ଦେଓଗାଁ ଥାନାରେ ହେବା ପରେ ବଲାଙ୍ଗୀର ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏମାନଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଲୁଟେରାଙ୍କ ଟାର୍ଗେଟରେ ଫାଇନାନ୍ସ କର୍ମଚାରୀ, ମୁଖା ପିନ୍ଧି ଲୁଟିନେଲେ ଲକ୍ଷାଧିକ ଟଙ୍କା

ତେବେ ଗିରଫ ଚାରି ଜଣ ଅଭିଯୁକ୍ତ ମଧ୍ୟରୁ ଦୁଇ ଜଣ ଦେଓଗାଁ ଥାନା ପଲାସଂଖଣ୍ଡ ଗ୍ରାମର ଶ୍ରୀକାନ୍ତ ଘିବାଲା ଓ ବନିଲ ସା ହୋଇଥିବା ବେଳେ ଆଉ ଦୁଇ ଜଣ ସଇଁତଳାର ରାହୁଲ ଭୋଇ ଓ ସିବୁ ସା ବୋଲି ପୋଲିସ୍ ଏସଡିପିଓ ସୂଚନା ଦେଇଛନ୍ତି । ତେବେ ଏମାନେ ଅଳ୍ପ ବୟସର ହୋଇଥିଲେ ସୁଦ୍ଧା କ୍ରମାଗତ ଭାବରେ ଅପରାଧ କରିଆସୁଛନ୍ତି । ଏପରିକି ଅନେକ ଲୁଟ ଓ ରାହାଜାନୀ ଅଭିଯୋଗରେ ବାରମ୍ବାର ଜେଲ ଯାଇ ଜାମିନରେ ଆସିବା ପରେ ପୁଣି ଅପରାଧ ଘଟାଉଥିବା ନେଇ କହିଛନ୍ତି ଏସଡିପିଓ ।

ବର୍ତ୍ତମାନ ଏମାନଙ୍କୁ ଗିରଫ କରାଯାଇଥିବା ବେଳେ ଏମାନଙ୍କ ଠାରୁ ମାରଣାସ୍ତ୍ର ସହ 40 ହଜାର ଟଙ୍କା, ଚାରୋଟି ମୋବାଇଲ ଓ ଦୁଇଟି ଦାମୀ ବାଇକ୍ ଜବତ କରିଛି ପୋଲିସ । ସେହିପରି ଏମାନଙ୍କ ନାଁରେ ଦେଓଗାଁ ଥାନାରେ ଦୁଇଟି, ତୁଷୁରା ଥାନାରେ ଗୋଟିଏ ଅଭିଯୋଗ ଥିବାର ସେ କହିଛନ୍ତି । ଏହାସହ ଆଉ କେଉଁ କେଉଁ ଘଟଣାରେ ଏମାନେ ଜଡ଼ିତ ତା'ର ମଧ୍ୟ ପୋଲିସ୍ ତଦନ୍ତ କରୁଥିବା ବେଳେ 4 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଏସଡିପିଓ ।


ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.