ETV Bharat / state

ପଦ୍ମ ଧରିଲେ ଜଗତସିଂହପୁରର ଯୁବ ନେତା ଅମରେନ୍ଦ୍ର ଦାସ - Amarendra Das joined BJP

author img

By ETV Bharat Odisha Team

Published : Apr 5, 2024, 10:38 PM IST

ପଦ୍ମ ଧରିଲେ ଜଗତସିଂହପୁରର ଯୁବ ନେତା ଅମରେନ୍ଦ୍ର ଦାସ
ପଦ୍ମ ଧରିଲେ ଜଗତସିଂହପୁରର ଯୁବ ନେତା ଅମରେନ୍ଦ୍ର ଦାସ

Amarendra Das joined BJP: ଜଗତସିଂହପୁର ବିଜେଡ଼ିକୁ ଝଟକା । କିଛି ଦିନ ତଳେ ଦଳ ଛାଡ଼ିଥିବା ଅମରେନ୍ଦ୍ର ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।ସେ ପୂର୍ବରୁ ଜିଲ୍ଲା ବିଜେଡ଼ି ସଭାପତି ଓ ପୂର୍ବତନ କାଜୁ ନିଗମର ଅଧ୍ୟକ୍ଷର ଭାର ସମ୍ଭାଳି ଥିଲେ । ଅଧିକ ପଢନ୍ତୁ

ପଦ୍ମ ଧରିଲେ ଜଗତସିଂହପୁରର ଯୁବ ନେତା ଅମରେନ୍ଦ୍ର ଦାସ

ଭୁବନେଶ୍ବର: ପଦ୍ମ ଧରିଲେ ଜଗତସିଂହ ନିର୍ବାଚନ ମଣ୍ଡଳୀର ଯୁବ ନେତା ଅମରେନ୍ଦ୍ର ଦାସ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପିରେ ମିଶିଲେ ଜଗତସିଂହପୁର ଜିଲ୍ଲା ବିଜେଡ଼ି ସଭାପତି ଓ ପୂର୍ବତନ କାଜୁ ନିଗମର ଅଧ୍ୟକ୍ଷ ଅମରେନ୍ଦ୍ର ଦାସ । ବିଶାଳ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଲେ ଅମରେନ୍ଦ୍ର । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ । କିଛି ଦିନ ତଳେ ସେ ବିଜେଡି ଛାଡିଥିଲେ ଅମରେନ୍ଦ୍ର ।

ଏହାସହ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରମୁଖ ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ । ତେବେ ଟିକେଟ ଆଶାକୁ ନେଇ ସେ କହିଛନ୍ତି ଯେ, ରାଜ୍ୟ ସଭାପତି ଓ ବିଜେପିର ଶୀର୍ଷ ନେତୃବୃନ୍ଦ ଯାହା ନିଷ୍ପତି ନେବେ ତାହା ସେ ମାନିବେ । ଯଦି ତାଙ୍କ ଉପରେ ଆସ୍ଥା ରଖି ଟିକେଟ ଦିଅନ୍ତି, ତେବେ ସେ ଲଢ଼ିବେ ।

ବିଜେପିରେ ଯୋଗ ଦେଇ ଅମରେନ୍ଦ୍ର ଦାସ କହିଛନ୍ତି, "ବିଜେଡ଼ିକୁ ମୁଁ ମୋର ଶ୍ରମ ଦେଇଛି, ଆଉ ଝାଳ ବୁହାଇ ଜଗତସିଂହପୁରରେ ଦଳ ପାଇଁ ଘର ତୋଳିଥିଲି । ସେଠି ପେୟିଙ୍ଗ ଗେଷ୍ଟ ବା ଆମଦାନୀ ନେତାଙ୍କୁ ପ୍ରାଧାନ୍ୟ ଦେଇଛନ୍ତି ଘର ପୁଅକୁ ତଡି ଦେଇଛନ୍ତି । ତେଣୁ ତଡି ଦେବା ପୂର୍ବରୁ ମୁଁ ସେହି ଦଳ ପରିତ୍ୟାଗ କରି ଦେଇଛି । ଘର ପୁଅକୁ ଯେଉଁଭଳି ଭାବେ ଅସମ୍ମାନ କଲେ ଏବଂ ହକକୁ ଛଡେଇ ନେବା ପାଇଁ ଅପଚେଷ୍ଟା କଲେ , ଆଉ ଜଗତସିଂପୁର ନିର୍ବାଚନ ମଣ୍ଡଳୀ ପାଇଁ ଅବିଚାର କଲେ । ଯେଉଁଥିପାଇଁ ମୁଁ ଆଉ ମୋ ସମର୍ଥକ ବିଜେଡି ଛାଡିଲୁ ।"

ସେ ଆହୁରୀ ମଧ୍ୟ କହିଛନ୍ତି, "ଏହି ଘଡ଼ିସନ୍ଧି ମୁହୃର୍ତ୍ତରେ ବିଜେପି ମୋତେ ସମ୍ମାନର ସହ କୋଲେଇ ନେଇଥିବାରୁ ମୁଁ ଦଳକୁ ଧନ୍ୟବାଦ ଦେବା ସହ ନେତୃବୃନ୍ଦଙ୍କୁ ମୋର କୃତଜ୍ଞତା ଜଣାଉଛି । ଆଗମୀ ଦିନରେ ଦଳ ଦେଇଥିବା ସୁଯୋଗକୁ ନେଇ ଆମେ ଜଗତସିଂପୁରରେ ପଦ୍ମ ଫୁଟେଇବୁ । ସମସ୍ତ କର୍ମକର୍ତ୍ତା ଓ ମୁଁ ମିଶି ପ୍ରଧାନମନ୍ତ୍ରୀଙ୍କ ବିକାଶ ଧାରା ସହ ଆମ ନିର୍ବାଚନର ପୁରୁଣା ନେତାଙ୍କ ସହ ମିଶି ବିଜେପିକୁ ସୁଦୃଢ କରିବୁ ଆଉ ଦଳକୁ ଜିତାଇବୁ ।"

ଏହା ମଧ୍ୟ ପଢନ୍ତୁ..... ବରଗଡ଼ ଲୋକସଭା ଆସନରେ ତ୍ରିମୁଖୀ ଲଢେଇ: ବିଜେଡ଼ିର ମହିଳା କାର୍ଡ଼, ବିଜେପିରୁ ପ୍ରଦୀପ ଓ କଂଗ୍ରେସକୁ ବାହୁଡ଼ିଥିବା ସଞ୍ଜୟ ହେଲେ ପ୍ରାର୍ଥୀ - Bargarh Loksabha Constituency

ଅନ୍ୟପଟେ ଜଗତସିଂପୁରରେ ବିଜେଡିର ପ୍ରାର୍ଥୀ ହୋଇଥୁବା ପ୍ରଶାନ୍ତ ମୁଦୁଲିଙ୍କୁ ଟାର୍ଗେଟ କରି କହୁଛନ୍ତି," ସେ ହେଉଛନ୍ତି ଆମଦାନୀ ନେତା । ଯିଏ ଦିନେ ଅଞ୍ଚଳକୁ ଯାଇନାହାନ୍ତି କି ସଭା ସମିତି କରି ନାହାନ୍ତି । କହିବାକୁ ଗଲେ କେବେ ତାଙ୍କର ଦେଖା ନଥାଏ ଅଞ୍ଚଳରେ । ମୁଁ ତାଙ୍କୁ ଖୋଲା ଆହ୍ବାନ ଦେଇ ଏହା କହୁଛି । ସରକାରୀ କାର୍ଯ୍ୟକୁ ବାଦ ଦେଲେ ସେ ଆଉ କେଉଁ କାମ କରନ୍ତି ନାହିଁ । ଏଭଳି ନେତାଙ୍କୁ ଦଳ ଟିକେଟ ଦେଇ ଜଗତସିଂହପୁର ବାସୀଙ୍କୁ ଅସମ୍ମାନ କରିଛନ୍ତି । ତେବେ ସେବା ବଦଳରେ ନେବା କାର୍ଯ୍ୟକ୍ରମ କରୁଥିବା ନେତାଙ୍କୁ ଦଳରେ ଟିକେଟ ମିଳୁଛି । ଯାହାର ଜବାବ ଜଗତସିଂହପୁରବସୀ ଦେବେ ।"


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.