ETV Bharat / politics

ବରଗଡ଼ ଲୋକସଭା ଆସନରେ ତ୍ରିମୁଖୀ ଲଢେଇ: ବିଜେଡ଼ିର ମହିଳା କାର୍ଡ଼, ବିଜେପିରୁ ପ୍ରଦୀପ ଓ କଂଗ୍ରେସକୁ ବାହୁଡ଼ିଥିବା ସଞ୍ଜୟ ହେଲେ ପ୍ରାର୍ଥୀ - Bargarh Loksabha Constituency

author img

By ETV Bharat Odisha Team

Published : Apr 5, 2024, 4:40 PM IST

Bargarh Loksabha Constituency: ବରଗଡ଼ ଲୋକସଭା ଆସନ ହାତେଇବାକୁ ତିନି ଦଳ ଚଳାଇଛନ୍ତି କସରତ । ବିଜେଡି ମହିଳା କାର୍ଡ ଖେଳିଥିବାବେଳେ ବିଜେପି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି । ସେପଟେ କଂଗ୍ରେସ ଦଳକୁ ବାହୁଡ଼ିଥିବା ସଞ୍ଜୟ ଭୋଇଙ୍କୁ ଟିକେଟ୍ ଦେଇଛି ।

Bargarh Loksabha Constituency
Bargarh Loksabha Constituency

Bargarh Loksabha Constituency

ବରଗଡ଼: 2024 ସାଧାରଣ ନିର୍ବାଚନ ପାଇଁ ଅଧିକାଂଶ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଯାଇଛି । ବରଗଡ଼ ଲୋକସଭା ଆସନ ପାଇଁ ପ୍ରଥମେ ବିଜେପି ନିଜ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଥିବାବେଳେ କଂଗ୍ରେସ ମଧ୍ୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ମାତ୍ର ବିଜେଡି ଦୀର୍ଘ ଦିନ ପର୍ଯ୍ୟନ୍ତ ବରଗଡ଼ ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିନଥିଲା । ବରଗଡ଼ ଲୋକସଭା ଆସନ 2019 ସାଧାରଣ ନିର୍ବାଚନରେ ବିଜେପି ହାତକୁ ଚାଲିଯାଇଥିବାବେଳେ ଚଳିତ ଥର କିପରି ଏହି ଆସନକୁ ପୁଣି ବିଜେଡି ଅକ୍ତିଆର କରିବ ସେନେଇ ରଣନୀତି କରିଛି ଦଳ । ଚଳିତ ଥର ନୂଆ ଚେହେରା ସହିତ ମହିଳା କାର୍ଡ ଖେଳିଛି ବିଜେଡି । ବିଜେପିରୁ ଅସନ୍ତୋଷ ହୋଇ ଇସ୍ତଫା ଦେଇଥିବା ସୁଶାନ୍ତ ମିଶ୍ରଙ୍କ ସ୍ତ୍ରୀ ପରିଣୀତା ମିଶ୍ରଙ୍କୁ ଟିକେଟ ଦେଇ ବିଜେଡି ନିଜର ସାଂସଦ ପ୍ରାର୍ଥୀ କରିଛି ।

ବିଜେପିର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଚଳିତ 2024 ସାଧାରଣ ନିର୍ବାଚନରେ ପଦ୍ମପୁର ବିଧାନସଭା ଆସନରେ ଟିକେଟ ନଦେଇ ଦଳ ବରଗଡ଼ ଲୋକସଭା ଆସନ ପାଇଁ ବାଛିଛି । ପ୍ରଦୀପ ପୁରୋହିତ ବରଗଡ଼ର ସାଂସଦ ପ୍ରାର୍ଥୀ ହୋଇଛନ୍ତି । ତେବେ କଂଗ୍ରେସ ଦଳର ପୁରୁଣା ଚେହେରା ସଞ୍ଜୟ ଭୋଇଙ୍କୁ ଟିକେଟ ଦେଇଛି । ଯିଏକି ପୂର୍ବରୁ କଂଗ୍ରେସରେ ଥିବାବେଳେ ପରେ ବିଜେପିରେ ସାମିଲ ହୋଇଥିଲେ ଓ ପୁଣି କଂଗ୍ରେସକୁ ଫେରିଛନ୍ତି । ବରଗଡ ଲୋକସଭା ଆସନ ପାଇଁ ଉଭୟ ବିଜେପି ଓ କଂଗ୍ରେସ ଦଳ ଦୁଇ ଜଣ ଦକ୍ଷ ପ୍ରାର୍ଥୀଙ୍କୁ ଟିକେଟ ଦେଇଥିବାବେଳେ ବିଜେଡି ମହିଳା କାର୍ଡ ଖେଳିଛି ।

ଏହା ମଧ୍ୟ ପଢନ୍ତୁ...ଏଥର ବଣାଇ ଆସନରେ ତ୍ରିମୁଖୀ ଲଢେଇ, CPIMକୁ ଟକ୍କର ଦେବ ବିଜେପି-ବିଜେଡି - Odisha Assembly Polls 2024

ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉଭୟ ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଭଲ ଜନସମ୍ପର୍କ ରହିଛି । ବିଜେଡିର ପ୍ରାର୍ଥିନୀ ନୂଆ ଚେହେରା ହୋଇଥିଲେ ମଧ୍ୟ ତାଙ୍କ ସ୍ଵାମୀ ସୁଶାନ୍ତ ମିଶ୍ରଙ୍କ ଭଟଲି ବିଧାନସଭା ଆସନରେ ଭଲ ଲୋକସମ୍ପର୍କ ରହିଛି । ବରଗଡ଼ ଲୋକସଭା ଆସନ ବରଗଡ ଜିଲ୍ଲାର 5ଟି ଆସନ ସହିତ ଝାରସୁଗୁଡା ଏବଂ ବ୍ରଜରାଜନଗର ବିଧାନସଭା ଆସନକୁ ନେଇ ଗଠିତ । ସମୁଦାୟ 7 ଟି ଆସନକୁ ନେଇ ଗଠିତ ହୋଇଥିବାବେଳେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ବରଗଡ଼ ଜିଲ୍ଲା ବାହାର ଦୁଇ ବିଧାନସଭା ଆସନରେ କୌଣସି ପ୍ରକାରର ଲିଙ୍କ୍ ନାହିଁ । ତେବେ ଝାରସୁଗୁଡା ଏବଂ ବ୍ରଜରାଜନଗରରେ କେଉଁ ଦଳର ଲୋକପ୍ରିୟତା ଅଧିକ ରହିଛି ତାହା ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ । ଏହାବ୍ଯତୀତ ବିଜେଡି ପକ୍ଷରୁ ଖେଲାଯାଇଥିବା ମହିଳା କାର୍ଡ ଦଳ ପାଇଁ କେତେ ଫଳପ୍ରଦ ହେଉଛି ତା ଉପରେ ନଜର ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.