ETV Bharat / state

ବର୍ଷା କମେଇଛି ଜଙ୍ଗଲ ନିଆଁ, ତଥାପି ବର୍ତ୍ତମାନ ସୁଦ୍ଧା 8000 ଜାଗାରେ ଜଳୁଛି ଜଙ୍ଗଲ ! - Forest Dept To Tackle Forest Fire

author img

By ETV Bharat Odisha Team

Published : Apr 8, 2024, 10:30 PM IST

ବନାଗ୍ନିକୁ ରୋକିବାକୁ ଜଙ୍ଗଲ ବିଭାଗର ପ୍ରସ୍ତୁତି, ସଚେତନତା ଓ ବର୍ଷା କମାଇଛି ବନାଗ୍ନି ପ୍ରକୋପ
ବନାଗ୍ନିକୁ ରୋକିବାକୁ ଜଙ୍ଗଲ ବିଭାଗର ପ୍ରସ୍ତୁତି, ସଚେତନତା ଓ ବର୍ଷା କମାଇଛି ବନାଗ୍ନି ପ୍ରକୋପ

Forest Department To Tackle Forest Fire:ଜଙ୍ଗଲରେ ନିଆଁ ରୋକିବାକୁ ୩୬୭ ସ୍କ୍ବାଡ୍‌ ନିୟୋଜିତ ହୋଇଛନ୍ତି । ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ୨ ହଜାର ୩୬୫ ସେଫଟି କିଟ୍‌, ୪ ହଜାର ୭୯୦ ଫାୟାର ଗ୍ଲୋଭ୍‌ସ ଦେବା ସହ ୩୩୦ ଫାୟାର ଗାଡ଼ି ନିୟୋଜିତ କରାଯାଇଛି । ଏହା ସହ ଜନ ସଚେତନତା ଓ ବର୍ଷା ଯୋଗୁଁ ଚଳିତ ବର୍ଷ କମିଛି ଜଙ୍ଗଲ ନିଆଁ । ଅଧିକ ପଢନ୍ତୁ

ବନାଗ୍ନିକୁ ରୋକିବାକୁ ଜଙ୍ଗଲ ବିଭାଗର ପ୍ରସ୍ତୁତି, ସଚେତନତା ଓ ବର୍ଷା କମାଇଛି ବନାଗ୍ନି ପ୍ରକୋପ

ଭୁବନେଶ୍ବର: ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ଘନେଇଲାଣି ବନାଗ୍ନି ସଙ୍କଟ । ଖରା ବଢିବା ସହିତ ଜଙ୍ଗଲରେ ନିଆଁ ଲାଗିବାର ସମ୍ଭାବନା ବୃଦ୍ଧି ପାଇଛି । ଯାହାକୁ ନେଇ ଜଙ୍ଗଲ ବିଭାଗ ପକ୍ଷରୁ ନିଜର ପ୍ରାକ୍ ପ୍ରସ୍ତୁତି ଓ ତତ୍ପରତା ପ୍ରକାଶ ପାଇଛି । ଏ ସମ୍ପର୍କରେ ପିସିସିଏଫ୍ ଦେବୀଦତ୍ତ ବିଶ୍ବାଳ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୮ ହଜାର ପଏଣ୍ଟରେ ଜଙ୍ଗଲ ନିଆଁ ଲାଗିଛି ଯେଉଁଥିରୁ ୯୯.୫ ପ୍ରତିଶତ ଲିଭା ସରିଛି । ଗତବର୍ଷ ଏହି ସମୟ ସୁଦ୍ଧା ୨୭ ହଜାର ପଏଣ୍ଟରେ ନିଆଁ ଲାଗିଥିଲା ଏବଂ ଏଥର ନିଆଁ ଲିଭାଇବା ପାଇଁ ୩୬୭ ସ୍କ୍ବାଡ୍‌ ନିୟୋଜିତ ହୋଇଛନ୍ତି । ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ୨ ହଜାର ୩୬୫ ସେଫଟି କିଟ୍‌, ୪ ହଜାର ୭୯୦ ଫାୟାର ଗ୍ଲୋଭ୍‌ସ ଦେବା ସହ ୩୩୦ ଫାୟାର ଗାଡ଼ି ନିୟୋଜିତ କରାଯାଇଛି । ଏହା ସହ ଜନ ସଚେତନତା ଓ ବର୍ଷା ଯୋଗୁଁ ଚଳିତ ବର୍ଷ କମିଛି ଜଙ୍ଗଲ ନିଆଁ ବୋଲି ସୂଚନା ଦେଇଛନ୍ତି ପିସିସିଏଫ୍ ଦେବୀଦତ୍ତ ବିଶ୍ବାଳ ।

ଏହା ମଧ୍ୟ ପଢନ୍ତୁ ... ଖରାଦିନ ଆରମ୍ଭରୁ ଜଳିଲାଣି ଜଙ୍ଗଲ: ଚଳିତ ବର୍ଷ ୧୯୭୪ ସ୍ଥାନରେ ଜଙ୍ଗଲ ନିଆଁ

ସେ ଆହୁରି କହିଛନ୍ତି ଯେ, ଜଙ୍ଗଲରେ ଫାୟାର ଲାଇନ ଚିହ୍ନଟ କରିବା ସହ ଜନ ସଚେତନ କରାଯାଉଛି । ଯଦି ଅଧିକରୁ ଅଧିକ ଜଙ୍ଗଲରେ ନିଆଁ ବ୍ୟାପେ ତେବେ ଓଡ୍ରାଫ ଟିମର ସହାୟତା ନିଆଯିବ। ଜଙ୍ଗଲ ନିଆଁକୁ ନେଇ ଜଙ୍ଗଲ ନିକଟରେ ଥିବା ଗାଁ ଗୁଡିକରେ ଲୋକମାନଙ୍କ ମଧ୍ୟରେ ସଚେତନତା କରାଯାଉଛି । କେବଳ ଗାଁ ନୁହେଁ ଏପରିକି ଜିଲ୍ଲା ସ୍ତରରେ ମଧ୍ୟ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ନିଆଁ ଲିଭାଇବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଇଛି । ଯଦି କୌଣସି ବ୍ୟକ୍ତି ନିଆଁ ଲଗାଇବା ସମୟରେ ଧରା ପଡ଼ନ୍ତି ତେବେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବିଭାଗ ।

ତେବେ ଓଡ଼ିଶା ଜଙ୍ଗଲରେ ପାଖାପାଖି ୮ ହଜାର ପଏଣ୍ଟ ରେ ନିଆଁ ଲାଗିଛି । ତେବେ ଗତ ବର୍ଷ ଏହି ସମୟରେ ୨୭ ହଜାର ପଏଣ୍ଟ ଜଙ୍ଗଲରେ ନିଆଁ ଲାଗିଥିଲା । ବିଶେଷ ଭାବରେ ମାଲକାନଗିରି ଜିଲ୍ଲା ସମେତ ଅନେକ ଜିଲ୍ଲାରେ ବିଭିନ୍ନ ଜଙ୍ଗଲରେ ପୋଡୁ ଚାଷ କରାଯାଇଥାଏ । ସେହି ପୋଡୁ ଚାଷ କରିବା ପାଇଁ ବିଶେଷ ଭାବରେ ନିଆଁ ଲଗାଇଥାନ୍ତି । ଏହାକୁ ବଂଶାନୁକ୍ରମିକ ଭାବରେ ପୋଡ଼ୁ ଚାଷ କରିଆସୁଛନ୍ତି । ହେଲେ ବିଭାଗ ପକ୍ଷରୁ ବିଭିନ୍ନ ସଚେତନତା କରାଯାଉଛି । ମହୁଲ ଆଣିବା ପାଇଁ ଜଙ୍ଗଲରେ ନିଆଁ ମଧ୍ୟ ଲାଗିଛି । ଏହା ସହ ଜୀବଜନ୍ତୁଙ୍କୁ ଶିକାର କରିବା ପାଇଁ ମଧ୍ୟ ଗୋଟିଏ ପାର୍ଶ୍ଵ ଜଙ୍ଗଲରେ ନିଆଁ ଲଗାଇଥାନ୍ତି । ଏପରିକି ଅନେକ ଲୋକ ନିଶା ଦ୍ରବ୍ୟ ସେବନ କରି ସିଗାରେଟ ତଳେ ପାକାଇଦେଇଥାନ୍ତି । ତେଣୁ ନିଆଁ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଯଦି ଓଡ଼ିଶା ଜଙ୍ଗଲରେ ୧ ହଜାର ପଏଣ୍ଟରେ ନିଆଁ ଲାଗେ ତେବେ ଜଙ୍ଗଲ ନିଆଁ ପାଇଁ ଓଡ୍ରାଫ ଟିମ ନିୟୋଜନ କରିବା ପାଇଁ ଏସଆରସିଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି ପିସିସିଏଫ୍ ଦେବୀଦତ୍ତ ବିଶ୍ବାଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.