ETV Bharat / state

ଝାରସୁଗୁଡା-ଦିଲ୍ଲୀ ମଧ୍ୟରେ ଆରମ୍ଭ ହେବ ଦୈନିକ ବିମାନ ସେବା, ମେ ୧୫ରୁ ଭରିବ ଉଡ଼ାଣ - Jharsuguda To New Delhi Flight

author img

By ETV Bharat Odisha Team

Published : Apr 15, 2024, 9:59 PM IST

Flight Service
Flight Service

Jharsuguda To New Delhi Flight: ଝାରସୁଗୁଡ଼ା ସିଧାସଳଖ ରାଜଧାନୀ ଦିଲ୍ଲୀ ସହ ସଂଯୋଗ ହେବ । ମେ ୧୫ ତାରିଖରୁ ଆରମ୍ଭ ହେବ ବିମାନ ଚଳାଚଳ । ଅଧିକ ପଢନ୍ତୁ

ଭୁବନେଶ୍ବର: ଝାରସୁଗୁଡାବାସୀଙ୍କ ପାଇଁ ଖୁସି ଖବର । ଝାରସୁଗୁଡ଼ା ସିଧାସଳଖ ରାଜଧାନୀ ଦିଲ୍ଲୀ ସହ ସଂଯୋଗ ହେବ । କାରଣ ଦିଲ୍ଲୀ ଓ ଝାରସୁଗୁଡ଼ା ମଧ୍ୟରେ ଦୈନିକ ବିମାନ ଚଳାଚଳ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଭାରତର ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ଦିଲ୍ଲୀ ଏବଂ ଝାରସୁଗୁଡା ମଧ୍ୟରେ ଦୈନିକ ବିମାନ ସେବା ଆରମ୍ଭ କରିବ । ଆସନ୍ତା ମେ ୧୫ ତାରିଖରୁ ଏହାର କାର୍ଯ୍ୟକାରୀ ହେବ । ଆଞ୍ଚଳିକ ସଂଯୋଗ ବୃଦ୍ଧି କରିବା ଲକ୍ଷ୍ୟ ରହିଥିବାବେଳେ ଏହା ଦିଲ୍ଲୀ ମଧ୍ୟରେ ଏକ ପ୍ରତ୍ୟକ୍ଷ ପ୍ରବେଶ ଦ୍ବାର ପ୍ରଦାନ କରିବ ।

ଏନେଇ ଇଣ୍ଡିଗୋର ଗ୍ଲୋବାଲ ସେଲ୍ସ ବିଭାଗର ମୁଖ୍ୟ ବିନୟ ମଲହୋତ୍ରା କହିଛନ୍ତି, "ଆମେ ଝାରସୁଗୁଡ଼ା ଓ ଦିଲ୍ଲୀ ମଧ୍ୟରେ ପ୍ରତ୍ୟକ୍ଷ ସଂଯୋଗ ଘୋଷଣା କରି ଖୁବ ଆନନ୍ଦିତ । ଝାରସୁଗୁଡ଼ା ଜିଲ୍ଲା ଓଡ଼ିଶାରେ ଏକ ଉଦୀୟମାନ ଶିଳ୍ପ କେନ୍ଦ୍ର ଭାବେ ବ୍ୟବସାୟ ଓ କାରବାର ପାଇଁ ଅସୀମ କ୍ଷମତା ଧାରଣ କରିଛି । ଏହି ନୂଆ ବିମାନ ସେବା ଅଞ୍ଚଳରେ ନୂତନ ସୁଯୋଗଗୁଡିକୁ ଉନ୍ମୋଚନ କରିବ । ଏହା କେବଳ ଆନ୍ତଃରାଜ୍ୟ ସଂଯୋଗ ଓ ଆଞ୍ଚଳିକ ଉପଲବ୍ଧତାକୁ ପ୍ରୋତ୍ସାହିତ କରିବ ନାହିଁ ବରଂ ଆମର ବିସ୍ତୃତ ନେଟୱାର୍କ ମାଧ୍ୟମରେ ଏକାଧିକ ଘରୋଇ ଓ ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳୀ ପାଇଁ ଏକ ପ୍ରବେଶ ପଥ ଭାବେ କାର୍ଯ୍ୟ କରିବ ।"

ନେଟୱାର୍କ ପ୍ରସାର, ସମୟାନୁବର୍ତ୍ତୀ, ସୌଜନ୍ୟମୂଳକ ଓ ବାଧାହୀନ ଯାତ୍ରା ଅନୁଭୂତି ପ୍ରଦାନ କରିବାର ଆମର ପ୍ରତିଶ୍ରୁତି । ଝାରସୁଗୁଡ଼ା ହେଉଛି ଓଡ଼ିଶାର ପଶ୍ଚିମାଞ୍ଚଳରେ ଅବସ୍ଥିତ ଏକ ସହର । ଏହା ବିକାଶଶୀଳ ଶିଳ୍ପ କ୍ଷେତ୍ର ପାଇଁ ପରିଚିତ । ଝାରସୁଗୁଡ଼ା ହେଉଛି ପାଓ୍ବାର ପ୍ଲାଣ୍ଟ, ମାନୁଫାକ୍‌ଚରିଂ ଓ ଖଣିଜ ସମ୍ପଦ ପାଇଁ ଏକ କେନ୍ଦ୍ର । ଏହି ସହର ନିକଟସ୍ଥ ହୀରାକୁଦ ଡ୍ୟାମ୍ ଓ ଜଳଭଣ୍ଡାର, କୋଇଲି ଘୁଘାର ଜଳପ୍ରପାତ, ରାମଚଣ୍ଡୀ ମନ୍ଦିର, ଝାଡ଼େଶ୍ଵର ମନ୍ଦିର, ଗୁଜା ପାହାଡ, ଦୂର୍ଗ ଓ ବଡଡେରା ଗୁମ୍ଫା ଭଳି ଅନେକ ସୁନ୍ଦର ସ୍ଥାନ ଓ ପର୍ଯ୍ୟଟନସ୍ଥଳୀର କେନ୍ଦ୍ର ଅଟେ ।

ଏହା ବି ପଢନ୍ତୁ...ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାରେ ଆଉ ପାଦେ, ପ୍ରଥମ ଉଡାଣ ଭରିଲା ସ୍ବଦେଶୀ ଲଢୁଆ ବିମାନ ‘ତେଜସ MK-1A’ - Tejas MK 1A

ଭ୍ରମଣ ପାଇଁ ଯୋଜନା କରିବାକୁ ଚାହୁଁଥିବା ଯାତ୍ରୀମାନେ ଟିକେଟ ବୁକ୍ କରିପାରିବେ । ଏହି ବିମାନଗୁଡିକର ଶୁଭାରମ୍ଭ ଏୟାରଲାଇନ୍‌ର ଘରୋଇ ସଂଯୋଗକୁ ଆହୁରି ସୁଦୃଢ କରିବ । ତେବେ ଉଡାଣ ସୂଚୀ ଅନୁଯାୟୀ, ବିମାନ ଝାରସୁଗୁଡ଼ାରୁ ଅପରାହ୍ନ ୩ଟା ୨୦ ମିନିଟରେ ଉଡାଣ ଆରମ୍ଭ କରିବା ସହ ଦିଲ୍ଲୀରେ ସନ୍ଧ୍ୟା ୫ଟା ୧୦ ମିନିଟରେ ପହଞ୍ଚିବ । ସେହିଭଳି ଦିଲ୍ଲୀରୁ ସନ୍ଧ୍ୟା ୫ଟା ୪୦ ମିନିଟରେ ଉଡାଣ ଆରମ୍ଭ କରି ଝାରସୁଗୁଡ଼ାରେ ରାତି ୭ଟା ୪୦ ମିନିଟରେ ଆସି ପହଞ୍ଚିବ । ପରବର୍ତ୍ତୀ ସମୟରେ ଏହାର ସମୟ ପରିବର୍ତ୍ତନ ହୋଇପାରେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.