ETV Bharat / state

କେନାଲ ବନ୍ଧରେ ଘଳିଆ, ଏକର ଏକର ରବି ଫସଲ ନଷ୍ଟ

author img

By ETV Bharat Odisha Team

Published : Mar 1, 2024, 9:16 AM IST

କେନାଲ ବନ୍ଧରେ ଗଳିଆ, ଏକର ଏକର ରବି ଫସଲ ନଷ୍ଟ
କେନାଲ ବନ୍ଧରେ ଗଳିଆ, ଏକର ଏକର ରବି ଫସଲ ନଷ୍ଟ

Farmers Protest:ଗୋପ ଅଞ୍ଚଳରେ କେନାଲ ବନ୍ଧରେ ଘଳିଆ, ବ୍ୟାପକ ରବି ଫସଲ ନଷ୍ଟ । କ୍ଷତିପୂରଣ ଦାବି କରି ଜଳ ସମ୍ପଦ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଚାଷୀ । ଅଧିକ ପଢନ୍ତୁ

କେନାଲ ବନ୍ଧରେ ଗଳିଆ, ଏକର ଏକର ରବି ଫସଲ ନଷ୍ଟ

ନିମାପଡ଼ା: ଗୋପରେ କେନାଲ ବନ୍ଧରେ ଘଳିଆ । ଦୁଇ ଶହ ଏକର ରବି ଫସଲ ନଷ୍ଟ । କ୍ଷତି ପୂରଣ ଦାବିରେ ଗୋପ ଜଳ ସମ୍ପଦ କାର୍ଯ୍ୟାଳୟ ଘେରିଲେ ଶତାଧିକ ଚାଷୀ । ଗୋପ ଦେଇ ପ୍ରବାହିତ ମୁଖ୍ୟ କେନାଲ ବନ୍ଧର ବାମ ପାର୍ଶ୍ଵରେ ଘଳିଆ ଦେଖାଦେଇଛି । ଦୁଇ ଶହ ଏକର ଚାଷ ଜମି ଜଳ ମଗ୍ନ ହୋଇଛି । ଜମିରେ ଲାଗିଥିବା ରବି ଫସଲ ନଷ୍ଟ ହେବାକୁ ବସିଲାଣି । ଫଳରେ ଚାଷୀଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ ।

ଜଳ ସମ୍ପଦ ଓ କୃଷି ବିଭାଗ ଅବହେଳା ଯୋଗୁଁ ଗୋପ ବ୍ଲକର ବିଭିନ୍ନ ଗ୍ରାମରେ ହୋଇଥିବା ରବି ଫସଲରେ କେନାଲ ପାଣି ମାଡ଼ି ନଷ୍ଟ ହୋଇଛି । କୁସୁପୁର ନିକଟସ୍ଥ ବାହାଣିଆ ଠାରେ ଏକ ଘଳିଆ ପଡ଼ିବାରୁ ପ୍ରାୟ ଦୁଇଶହ ଏକର ରବି ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି । ଚାଷୀମାନେ ହଜାର ହଜାର ଟଙ୍କାର କ୍ଷତି ସହିବେ ବୋଲି ଅନୁମାନ କରାଯାଇଛି । ତେଣୁ ଭାରତୀୟ କୃଷକ ମୋର୍ଚ୍ଚାର ସାଂଯୋଜକ ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଗୋପ ଜଳ ସମ୍ପଦ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛନ୍ତି । ପୂର୍ବରୁ ବାମନାଳ ଓ ତାର ନିକଟବର୍ତ୍ତୀ ବର୍ତ୍ତୀ ୧୫ଟି ଗ୍ରାମରେ ହୋଇଥିବା ପ୍ରାୟ ୪୦୦ ଏକର ରବି ଫସଲ ସଂପୂର୍ଣ୍ଣ ନଷ୍ଟ ହେବା ଆଶଙ୍କା କରି ଚାଷୀମାନେ ହତାଶ ହୋଇ ପଡ଼ିଛନ୍ତି ।

ବର୍ତ୍ତମାନ ସମୟରେ କେନାଲରେ କେଉଁ କାରଣରୁ ପାଣି ଛଡ଼ା ଗଲା ତାହାର ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ଚାଷୀ । ବନ୍ଧର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉକ୍ତ ବନ୍ଧକୁ ଅନେକ ଥର ମରାମତି ପାଇଁ କୋଟି କୋଟି ଟଙ୍କା ଅର୍ଥ ବ୍ୟୟ ବରଦା ସତ୍ତ୍ୱେ ବନ୍ଧରେ କିପରି ଗଳିଆ ପଡ଼ିଲା ବୋଲି ପ୍ରଶ୍ନ କରିଛନ୍ତି ଚାଷୀ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଉକ୍ତ ବନ୍ଧଟି କେତେ ସୁରକ୍ଷିତ ଅବସ୍ଥାରେ ରହିଛି । ସାମାନ୍ୟ ଗଳିଆ ଯଦି କେଉଁଠି ପଡୁଛି ତାର ସମାଧାନ ହୋଇପାରୁନି ହେଲେ ଏବେ ଚାଷୀଙ୍କ ରବି ଫସଲ ଯେଉଁଭଳି ନଷ୍ଟ ହେଲା ତାର କ୍ଷତି ପୁରୁଣ କିଏ ଦେବ ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନକାରୀ । କ୍ଷତିପୂରଣ ଦେବାକୁ ଜିଲ୍ଲାପାଳଙ୍କୁ ନିକଟରେ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ଚାଷୀ ଆନ୍ଦୋଳନ: ହରିୟାଣାର 7ଜିଲ୍ଲାରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା

ସେପଟେ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ଜଳ ସମ୍ପଦ କାର୍ଯ୍ୟଳୟରେ ଅଧିକାରୀଙ୍କ ଦେଖା ମିଳୁନାହିଁ । ଏହାର ଯଥାଶୀଘ୍ର ସ୍ଥାୟୀ ପ୍ରତିକାର ସହିତ ଚାଷୀମାନଙ୍କୁ ତୁରନ୍ତ କ୍ଷତି ପୂରୁଣ ପ୍ରଦାନ କରାଯାଉ । ନଚେତ ଆଗାମୀ ଦିନରେ ନିମାପଡ଼ା-କୋଣାର୍କର ମୁଖ୍ୟ ରାସ୍ତା ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।


ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.