ETV Bharat / state

ଦୃଢ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ଆଣିଦିଏ ସଫଳତା, ଚାଷୀଙ୍କ ପୁଅ ପାଇଲେ ଆଇଆଇଟି - JAM 2024

author img

By ETV Bharat Odisha Team

Published : Apr 1, 2024, 4:42 PM IST

IIT JAM 2024
IIT JAM 2024

IIT JAM 2024: ଉପାନ୍ତ ମାଲକାନଗିରିରର ଚାଷୀଙ୍କ ପୁଅ IIT JAM 2024ରେ ପାଇଲେ ସଫଳତା । ହେଲେ ପାଠ ପଢିବା ପାଇଁ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ପାଇଁ ନିବେଦନ । ଅଧିକ ପଢନ୍ତୁ

IIT JAM 2024

ମାଲକାନଗିରି: ଚାଷୀଙ୍କ ପୁଅ ପାଇଲେ ଆଇଆଇଟି । ଦରିଦ୍ରତାର କଷାଘାତ ଭିତରେ ବହୁ ସଂଘର୍ଷ କରି ହାସଲ କରିଛନ୍ତି ବଡ ସଫଳତା । ଦୃଢ଼ ଇଚ୍ଛା ଶକ୍ତି ହିଁ ମଣିଷର ସବୁଠାରୁ ବଡ ସମ୍ପତ୍ତି । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ମାଲକାନଗିରି ଜିଲ୍ଲାର ଦୋରାଗୁଡାର ଜଣେ ଗରିବ ମୂଲିଆ ବାପାର ପୁଅ ପ୍ରକାଶ । ଦରିଦ୍ରତାର କଷାଘାତ ଭିତରେ ବହୁ ସଂଘର୍ଷ କରି ସେ ଏହି ସଫଳତା ହାସଲ କରିପାରିଛନ୍ତି । ତେବେ ୟୁଟ୍ୟୁବର ଶିକ୍ଷା ଗ୍ରହଣ କରି ସେ ଆଇଆଇଟି ହାସଲ କରିପାରିଛନ୍ତି । ହେଲେ ଆଗକୁ ପଢିବା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ପ୍ରକାଶ ।

ଉପାନ୍ତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତି ଗୁଡା ପଞ୍ଚାୟତ ଅନ୍ତର୍ଗତ ଦୁରାଗୁଡା ଗ୍ରାମର କର୍ଣ୍ଣ ବିଶୋଇ ଓ ମନିରାଣୀ ବିଶୋଇଙ୍କ ବଡ଼ ପୁଅ ପ୍ରକାଶ କୁମାର ବିଶୋଇ ସ୍ଥାନୀୟ ଅଞ୍ଚଳ ପାଇଁ ପାଲଟିଛନ୍ତି ଏକ ବଡ ଉଦାହରଣ । ବହୁ ସଂଘର୍ଷ କରି ଜଏଣ୍ଟ ଆଡମିଶନ ଟେଷ୍ଟ ଫର ମାଷ୍ଟରସ୍ (JAM- 2024) ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୩ ହଜାର ରାଙ୍କ ରଖି ସଫଳତା ପାଇଛନ୍ତି । ଏହି ସଫଳତା ପାଇବା ପରେ ପ୍ରକାଶକୁ ନିଜର ଶିକ୍ଷକ ଶିକ୍ଷୟିତ୍ରୀ ସାଙ୍ଗ ସାଥି ଓ ଗ୍ରାମବାସୀ ମାନେ ଶୁଭେଚ୍ଛା ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ବଣିକ କୋଚିଂ ସେଣ୍ଟରରେ IT ରେଡ୍, ଅଡୁଆରେ ବିଜେଡି ନେତା ସୁବ୍ରତ ଛାଟୋଇ - VANIK Coaching Centre

ପ୍ରକାଶ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଅଟନ୍ତି । ନିଜ ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପାଠ ପଢିବା ପରେ ଉଦୁଲିବେଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଠାରୁ ସପ୍ତମ ପର୍ଯ୍ୟନ୍ତ ପାଠ ପଢିଥିଲେ । ଏହା ପରେ ଗଙ୍ଗଲା ଠାରେ ଥିବା ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ,ନବମ ଓ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବା ସହିତ ୨୦୧୬ ମସିହାରେ ମେଟ୍ରିକ ପରୀକ୍ଷାରେ ୭୦ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ବଳଦିଆଗୁଡା ସରକାରୀ ଜାତି ଓ ଜନଜାତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ବିଜ୍ଞାନରେ ପାଠ ପଢି ୬୫ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ପରେ +୩ରେ କୋରାପୁଟ ମହାବିଦ୍ୟାଳୟଠାରେ ପାଠ ପଢି ୯୫ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ଘରେ ବାପା ରୋଗଗ୍ରସ୍ତ ଥିବାବେଳେ ମାଆ ମଧ୍ୟ ମାନସିକ ରୋଗୀ ।

ଏହାକୁ ଦେଖି ପରେ ମାଥିଲିଠାରେ ଛୋଟ ଛୋଟ ପିଲା ମାନଙ୍କୁ ନିଜେ ଟିୟୁସନ କରିବା ସହିତ ୟୁଟ୍ୟୁବରୁ ଆଇଆଇଟି ପାଇଁ ପ୍ରସ୍ତୁତ ହୋଇଥିଲେ । ପରେ JAM- 2024 ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୩ ହଜାର ରାଙ୍କ ରଖି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି । କିନ୍ତୁ ଆଗକୁ ପାଠ ପଢିବା ପାଇଁ ବହୁ ପଇସା ଆବଶ୍ୟକ ଥିବାରୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ପ୍ରକାଶ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.