ETV Bharat / state

କାଲି ଆସିବ ଅନ୍ତରୀଣ ବଜେଟ୍, ଏହି କ୍ଷେତ୍ରକୁ ଗୁରୁତ୍ବ ଦିଆଯିବ କହିଲେ ଅର୍ଥନୀତି ବିଶେଷଜ୍ଞ

author img

By ETV Bharat Odisha Team

Published : Jan 31, 2024, 3:52 PM IST

ଅନ୍ତରୀଣ ବଜେଟ୍
ଅନ୍ତରୀଣ ବଜେଟ୍

Union Budget 2024: ଆସନ୍ତାକାଲି ଆସିବାକୁ ଯାଉଛି ଅନ୍ତରୀଣ ବଜେଟ । ଏଥିରେ ଶିକ୍ଷା ,ସ୍ବାସ୍ଥ୍ୟ ଏବଂ ସାମାଜିକ ନିରାପତ୍ତାଙ୍କୁ ଗୁରୁତ୍ବ ଦିଆଯିବ ବୋଲି ମତ ପ୍ରକାଶ କରିଛନ୍ତି ଅର୍ଥନୀତି ବିଶାରଦ ପ୍ରଭାସ ମିଶ୍ର । ଅଧିକ ପଢନ୍ତୁ

ଅନ୍ତରୀଣ ବଜେଟ୍

ଭୁବନେଶ୍ବର: ଆସନ୍ତାକାଲି ଆସିବାକୁ ଯାଉଛି ଅନ୍ତରୀଣ ବଜେଟ । ନିର୍ବାଚନକୁ ଆଖି ଆଗରେ ରଖି ଜନତାଙ୍କୁ ସୁହାଇଲା ଭଳି କେଉଁ ବଡ଼ ଘୋଷଣା କରିବେ ମୋଦି ସରକାର ତା' ଉପରେ ସମସ୍ତଙ୍କ ନଜର । ଅର୍ଥନୀତି ବିଶାରଦ ପ୍ରଭାସ ମିଶ୍ର କହିଛନ୍ତି, "ଯେହେତୁ ଏହା ଏକ ଅନ୍ତରୀଣ ବଜେଟ କେନ୍ଦ୍ର ସରକାର ଅନେକ ଯୋଜନା ସମ୍ପର୍କରେ ଖୋଲାଖୋଲି ଘୋଷଣା କରିନପାରନ୍ତି। କିନ୍ତୁ କିଛି ଇଣ୍ଡିକେସନ ଦେଇପାରନ୍ତି । ଯେହେତୁ ଦେଶରେ ଟାକ୍ସ କଲେକ୍ସନ ଭଲ ହୋଇଛି । ଜିଏସଟି ବାବଦରେ ୧ ଲକ୍ଷ ୬୦ ହଜାର କୋଟି ଟଙ୍କା କଲେକ୍ସନ ହୋଇଛି । ଡାଇରେକ୍ଟ ଟାକ୍ସରେ 22 ପ୍ରତିଶତ ଅଭିବୃଦ୍ଧି ଘଟିଛି । ତେଣୁ ନୂଆ କିଛି ଘୋଷଣା କରିବା ପାଇଁ ସରକାରଙ୍କ ପାଖରେ ଯଥେଷ୍ଟ ସମ୍ବଳ ଅଛି । ଏହି ସୁଯୋଗ ଥିଲେ ମଧ୍ୟ ଅନ୍ତରୀଣ ବଜେଟ୍ କାରଣକୁ ସରକାର ଘୋଷଣା କରିପାରିବେ ନାହିଁ । କିନ୍ତୁ ବଜେଟ ସ୍ପିଚ୍ ମାଧ୍ୟମରେ ଅନେକ କିଛି କହିପାରିବେ ।"

"ଅନ୍ତରୀଣ ବଜେଟରେ ଶ୍ରମିକମାନଙ୍କ ନିରାପତ୍ତା ଏବଂ ନିରନ୍ତର ରୋଜଗାର ପାଇଁ ସରକାର କିଛି ଘୋଷଣା କରିପାରନ୍ତି । ଏ ଦିଗ ଉପରେ ଗୁରୁତ୍ବ ଦେଇପାରନ୍ତି । ସେହିପରି ବୟସ୍କମାନଙ୍କ ପେନସନ ବାବଦରେ ମଧ୍ୟ କିଛି ନିଷ୍ପତ୍ତି ନେଇପାରନ୍ତି । ବିଶେଷ କରି ଓଲଡ ଏଜ୍ ପେନସନ ଦିଗରେ ସରକାର ଘୋଷଣା କରିପାରନ୍ତି । 'ସୋସିଆଲ ସିକ୍ୟୁରିଟି ସ୍କିମ' ଲଞ୍ଚ କରିପାରନ୍ତି ସରକାର । ବିଶେଷ କରି ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ଅନେକ ଗ୍ୟାପ୍ ରହିଛି । ସ୍ବାସ୍ଥ୍ୟ କ୍ଷେତ୍ର କଥା ଯଦି ଦେଖିବା ତେବେ ପ୍ରାଇମେରୀ ହେଲଥ ସେଣ୍ଟରରେ 25 ପ୍ରତିଶତ ଡାକ୍ତର ନାହାନ୍ତି" ବୋଲି କହିଛନ୍ତି ଅର୍ଥନୀତି ବିଶାରଦ ପ୍ରଭାସ ମିଶ୍ର ।

ସେ ଆହୁରି ମଧ୍ୟ କହିଛନ୍ତି, "ସିଏଚସିରେ 70 ପ୍ରତିଶତ ସ୍ପେଶାଲିଷ୍ଟ ନାହାନ୍ତି । ଗତବର୍ଷ 91 ହଜାର କୋଟି ଟଙ୍କା ଆଲୋକେଟ୍ ହୋଇଥିଲା, ବଜେଟ ଥିଲା 45 ଲକ୍ଷ କୋଟି ଟଙ୍କା । ଯେତିକି ଆଲୋକେସନ ହୋଇଥିଲା ନ୍ୟାସନାଲ ହେଲଥ ପଲିସି ଅନୁସାରେ ଯଥେଷ୍ଟ ନୁହେଁ । ସେହିପରି ଗତବର୍ଷ ମଡେଲ୍ ସ୍କୁଲକୁ ଗୁରୁତ୍ବ ଦେଇଥିଲେ । କେବଳ ଉଚ୍ଚଶିକ୍ଷାକୁ ଗୁରୁତ୍ବ ଦେଲେ ହେବ ନାହିଁ, ପ୍ରାଥମିକ ଶିକ୍ଷାକୁ ମଧ୍ୟ ଗୁରୁତ୍ବ ଦେବା ଦରକାର । ମୋଟାମୋଟି କହିବାକୁ ଗଲେ ଶିକ୍ଷା , ସ୍ବାସ୍ଥ୍ୟ ଓ ସାମାଜିକ ନିରାପତ୍ତା ଉପରେ ଆଧାରିତ ହେବ ଏହି ଅନ୍ତରୀଣ ବଜେଟ ।"

ଏହା ମଧ୍ୟ ପଢନ୍ତୁ...ଉତ୍କଳମଣିଙ୍କ କବିତା ପଂକ୍ତି ପଢ଼ିଲେ ରାଷ୍ଟ୍ରପତି: କହିଲେ "କର୍ତ୍ତବ୍ୟର ପରାକାଷ୍ଠା ଏବଂ ରାଷ୍ଟ୍ର ସର୍ବୋପରି"

"ଅନ୍ତରୀଣ ବଜେଟରେ ଆଉ କିଛି ଘୋଷଣା କରିବାର ସୁଯୋଗ ନାହିଁ । ଆସନ୍ତା 4 ମାସରେ କ'ଣ ଖର୍ଚ୍ଚ ହେବ ତା'ର ବଜେଟ ଘୋଷଣା କରିବେ ସରକାର । ଏହା ପରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ । ତେଣୁ ଏହି ଅନ୍ତରୀଣ ବଜେଟରେ ଆଉ କିଛି ନୂଆ ଘୋଷଣା କରିବାର ନାହିଁ" ବୋଲି କହିଛନ୍ତି ଅର୍ଥନୀତି ବିଶାରଦ ପ୍ରଭାସ ମିଶ୍ର । ନିର୍ବାଚନୀ ବର୍ଷରେ ଅନ୍ତରୀଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ'ଣ କ'ଣ ନେଇ ଆସୁଛନ୍ତି ତାହାକୁ ସମସ୍ତଙ୍କର ଅପେକ୍ଷା ରହିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.