ETV Bharat / state

ବୌଦ୍ଧରେ ମାଓବାଦୀ-ଯବାନ ଗୁଳି ବିନିମୟ: ମାଓ କ୍ୟାମ୍ପ ଧ୍ୱଂସ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

author img

By ETV Bharat Odisha Team

Published : Jan 23, 2024, 12:55 PM IST

ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳିବିନିମୟ
ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳିବିନିମୟ

Mao materials seized: ବୌଦ୍ଧ ମନମୁଣ୍ଡା ଥାନା ନଲିକୁପା ଜଙ୍ଗଲ ଅଞ୍ଚଳ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ । ଛତ୍ରଭଙ୍ଗ ଦେଲେ ମାଓବାଦୀ । ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ । ଅଧିକ ପଢନ୍ତୁ

ବୌଦ୍ଧ: ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ବୌଦ୍ଧ ମନମୁଣ୍ଡା ଥାନା ନଲିକୁପା ଜଙ୍ଗଲ ଅଞ୍ଚଳ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ବେଳେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି । ସୋମବାର ସନ୍ଧ୍ୟା ସମୟରେ କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଦୀର୍ଘ 2 ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ପରେ ମାଓବାଦମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି । ପାଖାପାଖି 30ରୁ 40 ମାଓବାଦୀ ମାଓ ଶିବିର ଛାଡ଼ି ପଳାଇଯାଇଥିବା ବେଳେ ମାଓ କ୍ୟାମ୍ପରୁ ବିପୁଳ ପରିମାଣର ରାଇଫଲ, ଲ୍ୟାଣ୍ଡ ମାଇନ, ବୋମା ସମେତ ବିପୁଳ ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ ।

ବୌଦ୍ଧ ଜିଲ୍ଲାର ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳ ମନମୁଣ୍ଡା ଥାନା ଅଧୀନରେ ଥିବା ଶଗଡ଼ା ଫାଣ୍ଡି ଅନ୍ତର୍ଗତ ନଲିକୁପା ଜଙ୍ଗଲ ଅଞ୍ଚଳରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। 2 ଘଣ୍ଟା ଧରି ଉଭୟଙ୍କ ଗୁଳି ବିନିମୟ ପରେ ମାଓ କ୍ୟାମ୍ପ ଛାଡ଼ି ପାଖାପାଖି 30ରୁ 40 ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ । ମାଓ କ୍ୟାମ୍ପରୁ ରାଇଫଲ, ଲ୍ୟାଣ୍ଡ ମାଇନ, ବୋମା ଭଳି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିବା ସହ ମାଓ କ୍ୟାମ୍ପକୁ ଧ୍ୱଂସ କରିଛନ୍ତି ଯବାନ । ତେବେ ଯବାନଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ..ବୌଦ୍ଧରେ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳିବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ

ଜିଲ୍ଲାର ସୀମାନ୍ତ ଅଞ୍ଚଳରେ କେକେବିଏନ ମାଓ ଡିଭିଜନ ସକ୍ରିୟ ହୋଇ ଉଠିଥିବା ବେଳେ ଗତ କିଛି ଦିନ ମଧ୍ୟରେ ପାଞ୍ଚ ଥର ମାଓବାଦୀ ଓ ସୁରକ୍ଷା ବାହିନୀ ମୁହାଁମୁହିଁ ହୋଇଛନ୍ତି । ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ସକ୍ରିୟ ହୋଇ ଉଠିଛନ୍ତି ଲାଲ୍ ବାହିନୀ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକାଧିକ ଥର ମାଓ ସଂଗଠନ ପକ୍ଷରୁ ମାଓ ପୋଷ୍ଟର ଲଗାଯାଇ ବେଆଇନ ଗଞ୍ଜେଇ ଚାଷ, ଜଳ, ଜମି ଜଙ୍ଗଲ ଆଇନର ବ୍ୟବହାର, ଗରିବ ଚାଷୀ ମୂଲିଆଙ୍କୁ ସହଯୋଗ ଭଳି ବିଭିନ୍ନ ଆହ୍ବାନ ଦିଆଯାଇଛି । ଗତ ଦୁଇ ମାସ ମଧ୍ୟରେ ଜିଲ୍ଲାର ମନମୁଣ୍ଡା ଓ କଣ୍ଟାମାଳ ଥାନା ଅନ୍ତର୍ଗତ ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି । ଏ ସମସ୍ତ ମୁହାଁମୁହିଁ ଫାୟାରିଂରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ସେଠାରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.