ETV Bharat / state

ଯୁଯୋମୁରାରେ ମାତିଛି ବଣୁଆ ହାତୀ, ବନ ବିଭାଗ ନାକେଦମ

author img

By ETV Bharat Odisha Team

Published : Mar 9, 2024, 9:55 AM IST

Updated : Mar 9, 2024, 2:05 PM IST

Elephants Terror In Sambalpur
Elephants Terror In Sambalpur

Elephants Terror In Sambalpur: ଦିନକୁ ଦିନ ବୃଦ୍ଧି ପାଉଛି ବଣୁଆ ହାତୀଙ୍କ ଉପଦ୍ରବ । ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକରେ ହାତୀ ଆତଙ୍କ । ଅଧିକ ପଢନ୍ତୁ

Elephants Terror In Sambalpur

ସମ୍ବଲପୁର: ପୁଣି ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକରେ ହାତୀ ଆତଙ୍କ l ଏକ ବଣୁଆ ହାତୀ ଆତଙ୍କରେ ଆତଙ୍କିତ ଗ୍ରାମବାସୀ । ବଣୁଆ ହାତୀ ପ୍ରତ୍ୟେକ ଦିନ ଗାଁକୁ ଆସି ଲୋକଙ୍କ ଘର ଦ୍ୱାର ଭାଙ୍ଗିବା ସହ ବସ୍ତା ବସ୍ତା ଧାନ ଚାଉଳ ଖାଇ ଯାଉଥିବା ଅଭିଯୋଗ ହୋଇଛି l ଏନେଇ ଅନେକ ଚେଷ୍ଟା ସତ୍ତ୍ବେ ହାତୀକୁ ଘଉଡ଼ାଇବାରେ ସକ୍ଷମ ହେଉନି ବନ ବିଭାଗର କର୍ମଚାରୀ ।

ସେହିପରି କିଛି ଦିନ ତଳେ ଦନ୍ତା ହାତୀଟି ହାତିବାରୀ ବେଯୋପଡାର ଅଏଁଲା ଖରସେଲ,ରାଜେନ୍ଦ୍ର ମଲ୍ଲିକ,ବୀରେନ୍ଦ୍ର ବେହେରା,ବିପିନ ବିହାରୀ ଭୋଇ ଆଦି ଲୋକଙ୍କ ଘର ଭାଙ୍ଗି ଦେଇଥିଲା । ଏହା ସହ ବରଲୋଇ ସ୍କୁଲ ଭିତରକୁ ରାତିରେ ପଶି ଷ୍ଟୋର ରୁମ ଭାଙ୍ଗି ସେଠାରେ ରଖା ଯାଇଥିବା ପ୍ରାୟ 80 କେଜି ମଧ୍ୟାହ୍ନ ଭୋଜନ ଚାଉଳ ଖାଇଥିଲା l ଏହି ଖବର ଜାଣିବା ପରେ ସ୍ଥାନୀୟ ABEO ସଂଯୁକ୍ତା ବେହେରା ସ୍କୁଲ ପରିଦର୍ଶନ କରି ସ୍ଥିତିର ତଦାରଖ କରିବା ସହ ହାତୀ ଚାଉଳ ଖାଇ ଯାଇଥିବା କଥାକୁ ସ୍ୱୀକାର କରିଥିଲେ l ଅନ୍ୟପଟେ ପ୍ରତ୍ୟେକ ଦିନ ହାତୀ ଆତଙ୍କରେ ଆତଙ୍କିତ ଲୋକଙ୍କ ଧର୍ଯ୍ୟର ସୀମା ଟପିଯାଇଛି l ବନ ବିଭାଗ କର୍ମଚାରୀ ଆସି ହାତୀକୁ ଘଉଡ଼ାଉ ଥିଲେ ମଧ୍ୟ ହାତୀର ଗତି ଵିଧି ଉପରେ ନିୟନ୍ତ୍ରଣ ହୋଇ ପାରୁନଥିବାରୁ ସ୍ଥାନୀୟ ଲୋକେ ନିଜର ଅସନ୍ତୋଷ ଜାହିର କରିଛନ୍ତି l

ଏହା ମଧ୍ୟ ପଢନ୍ତୁ - ହାତୀ ଉପଦ୍ରବରେ ଅତିଷ୍ଠ ଲୋକେ, ବଡ଼ ଆନ୍ଦୋଳନର ଦେଲେ ଚେତାବନୀ

ଏଥିସହ ହାତୀ ଉପଦ୍ରବ ପାଇଁ ବନ ବିଭାଗ କ୍ଷତି ପୂରଣ ଦେଉଥିଲେ ମଧ୍ୟ ହାତୀ ଯଦି କୌଣସି ଲୋକର ଜୀବନ ନିଏ ତାହେଲେ ଜୀବନ କିଏ ଫେରେଇବ ବୋଲି ପ୍ରଶ୍ନ କରିଛନ୍ତି ବାରଲୋଇ ଗ୍ରାମବାସୀ l ଏନେଇ ସମ୍ବଲପୁର DFO ବିଶ୍ଵନାଥ ନିଲାନଭର କହିଛନ୍ତି ଯେ, ବିଗତ 3 ମାସ ହେଲା ଏହି ଦନ୍ତା ହାତୀଟି ଉପଦ୍ରବ କରି ଆସୁଛି l ଲୋକଙ୍କୁ ଦେଖିଲେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି l ଏଥିପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ହାତୀଟିକୁ ଟ୍ରଙ୍କୁଳାଇଜ କରିବା ପାଇଁ 3 ସପ୍ତାହ ଆଗରୁ ଚେଷ୍ଟା କରାଯାଇଥିଲା । ହେଲେ ବର୍ଷା ହେବାରୁ ତାର ଲୋକେସନ ଟ୍ରେସ ହୋଇ ନ ପାରିବାରୁ ଟ୍ରଙ୍କୁଲାଇଜ କରାଯାଇ ପାରିଲା ନାହିଁ l ତେବେ ଆଗକୁ ହାତୀଟିକୁ ଟ୍ରାଙ୍କୁଲାଇଜ କରାଯାଇ 3 ମାସ ପାଇଁ ତାର ମାନସିକ ସ୍ଥିତି ଓ ହାବ ଭାବ ଆଚରଣ ନିରୀକ୍ଷଣ କରି ଅନୁଧ୍ୟାନ କରାଯିବ । ଏଥିସହ ଏଭଳି ପରିସ୍ଥିତିକୁ ନଜରରେ ରଖି ନିକଟସ୍ଥ ଜାରଙ୍ଗ DPF ରେ ଏକ ସ୍ଥାୟୀ ଆଇସୋଲେସନ ସେଣ୍ଟର ଖୋଲାଯିବାକୁ ନିଷ୍ପତି ନିଆଯାଇଛି ବୋଲି DFO କହିଛନ୍ତି l

ଇଟିଭି ଭାରତ, ସମ୍ବଲପୁର

Last Updated :Mar 9, 2024, 2:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.