ETV Bharat / state

ଜନ୍ମଦିନ ଭୋଜିରୁ ବ୍ୟାପିଲା ଝାଡ଼ାବାନ୍ତି, ୫୦ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ

author img

By ETV Bharat Odisha Team

Published : Feb 20, 2024, 8:04 PM IST

ଜନ୍ମଦିନ ଭୋଜି ଖାଇ ୫୦ରୁ ଉର୍ଧ୍ବ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ
ଜନ୍ମଦିନ ଭୋଜି ଖାଇ ୫୦ରୁ ଉର୍ଧ୍ବ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ

Diarrhea Caused due to infected food: ଜନ୍ମଦିନ ଭୋଜି ଖାଇ ବ୍ୟାପିଲା ଝାଡ଼ାବାନ୍ତି । ଢେଙ୍କାନାଳ ଜିଲ୍ଲା ଚିତଲପୁର ଗ୍ରାମରେ ୫୦ରୁ ଊର୍ଧ୍ବ ଜନ୍ମଦିନ ଭୋଜିଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢ଼ନ୍ତୁ,

ଜନ୍ମଦିନ ଭୋଜି ଖାଇ ୫୦ରୁ ଉର୍ଧ୍ବ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ

ଢେଙ୍କାନାଳ: ମହଙ୍ଗା ପଡ଼ିଲା ଭୋଜି ଖାଇବା । ଜନ୍ମଦିନ ଭୋଜି ଖାଇ ବ୍ୟାପିଲା ଝାଡ଼ାବାନ୍ତି । ଢେଙ୍କାନାଳ ଜିଲ୍ଲା ଚିତଲପୁର ଗ୍ରାମରେ ୫୦ରୁ ଉର୍ଧ୍ବ ଜନ୍ମଦିନ ଭୋଜିଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କୁ ଅଞ୍ଚଳର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଆଜି ଗାଁରେ ଡାକ୍ତରୀ ଟିମ ପହଞ୍ଚି ପରୀକ୍ଷା ଓ ଚିକିତ୍ସା ଜାରି ରଖିଛନ୍ତି । ତେବେ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ସହିତ ଲୋକଙ୍କୁ ଔଷଧ ଏବଂ ଓଆରଏସ ପାଣି ପିଇବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ଡାକ୍ତରୀ ଦଳ ।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ଚିତଲପୁର ଗ୍ରାମରେ ବ୍ୟାପିଛି ଝାଡ଼ାବାନ୍ତି । ଏହି ଗ୍ରାମର ୫୦ରୁ ଉର୍ଧ୍ବ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିତଲପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର, ଖଜୁରିଆକଟା ଓ ହିନ୍ଦୋଳ ଉପଖଣ୍ଡ ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ମହିଳା ପୁରୁଷ ଓ ବୃଦ୍ଧ ବୃଦ୍ଧା ଥିବା ଜଣାପଡିଛି। ଡାକ୍ତରଖାନା ମାନଙ୍କରେ ସେମାନଙ୍କ ଚିକିତ୍ସା ଜାରି ରହିଛି। ଆଜି ଖଜୁରିଆକଟା ଡାକ୍ତର ଖାନାରୁ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଯାଇ ଚିତଲପୁରରେ ପହଞ୍ଚିଛନ୍ତି । ଏହି ଡାକ୍ତରୀ ଦଳ ଗ୍ରାମରେ ବିଭିନ୍ନ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ବେଳେ ନମୁନା ସଂଗ୍ରହ କରିଛନ୍ତି । ସଂକ୍ରମଣକୁ ରୋକିବା ପାଇଁ ଡାକ୍ତରୀଦଳ ସଜାଗ ଥିବା ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ପୁଣି ଜନନୀ ଯନ୍ତ୍ରଣା, ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଦିନ ଆକ୍ରାନ୍ତ ଗ୍ରାମବାସୀ ଏକ ଜନ୍ମଦିନ ଭୋଜିଖାଇବାକୁ ଯାଇଥିଲେ । ଏହି ଜନ୍ମଦିନ ଭୋଜି ଖାଇବା ପର ଦିନଠାରୁ ଜଣେ ଜଣେ ଆକ୍ରାନ୍ତ ହୋଇ ଅଞ୍ଚଳର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବା ଦେଖି ଗାଁରେ ଡାକ୍ତରୀ ଟିମ ଆସି ପହଞ୍ଚିଥିଲେ । ଅଞ୍ଚଳବାସୀଙ୍କ ସ୍ବୀସ୍ଥ୍ୟ ଅବସ୍ଥା ପଚାରିବା ସହିତ ଆବଶକ୍ୟ ପରୀକ୍ଷା କରିଛନ୍ତି ।ଯାହାର ଅବସ୍ଥା ଗୁରୁତର ହେଉଛି ସେମାନଙ୍କୁ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଉଛି l ରୋଗୀମାନଙ୍କୁ ଡାକ୍ତରୀ ଦଳ ମେଡ଼ିସିନ ଦେବା ସାଙ୍ଗକୁ ଓଆରଏସ ପାଣିରେ ଗୋଲାଇ ପିଇବାକୁ ପରାମର୍ଶ ଦେଉଛନ୍ତି l ଘରଘର ବୁଲି ଆକ୍ରାନ୍ତଙ୍କୁ ଚିହ୍ନଟ କରି ମେଡ଼ିସିନ ଦିଆଯାଉଛି l ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ପ୍ରକାଶ କରିଛନ୍ତି ଡାକ୍ତର l

ଇଟିଭି ଭାରତ, ଢ଼େଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.